ଓଡିଶା

odisha

ETV Bharat / bharat

ଖାଦ୍ୟ ପାଇଁ ରେଷ୍ଟୁରାଣ୍ଟ ଗଲା ହାତୀ

ତାମିଲନାଡୁର କୋଏମ୍ବାଟୋରର ଏକ ରେଷ୍ଟୁରାଣ୍ଟରେ ଏକ ତସ୍କର ହାତୀ ପ୍ରବେଶ କରି  ଖାଦ୍ୟ ସନ୍ଧାନ କରୁଛି । କିନ୍ତୁ ଖାଦ୍ୟ ନପାଇ ନିରାଶ ହୋଇ ଫେରିଯାଉଛି ।

By

Published : Jul 12, 2019, 9:38 PM IST

ଫଟୋ ସୌଜନ୍ୟ: ଇଟିଭି ଭାରତ

ଚେନ୍ନାଇ: ଖାଦ୍ୟ ସନ୍ଧାନରେ ସହରମୁହାଁ ହୋଇଛି ତସ୍କର ହାତୀ । ଜଙ୍ଗଲରେ ଖାଦ୍ୟ ନପାଇ ସହରକୁ ଚାଲିଆସିଛି ଏକ ତସ୍କର ହାତୀ । ଭୋକରେ ଆଉଟପାଉଟୁ ହୋଇ ପଶିଯାଇଛି ଏକ ରେଷ୍ଟୁରାଣ୍ଟରେ । କିନ୍ତୁ ଖାଦ୍ୟ ନପାଇ ନିରାଶ ହୋଇ ଫେରିଯାଉଛି ସେ । ଦୃଶ୍ୟଟି କଏଦ ହୋଇଛି ଉକ୍ତ ରେଷ୍ଟୁରେଣ୍ଟର ସିସିଟିଭି କ୍ୟାମେରାରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେଉଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଘଟଣାଟି ତାମିଲନାଡୁର କୋଏମ୍ବାଟୋରର । ଏଠାର ଏକ ରେଷ୍ଟୁରାଣ୍ଟରେ ପ୍ରବେଶ କରୁଛି ଏହି ହାତୀ । ଯାହାକୁ ଦେଖି ସେଠାରେ କର୍ମଚାରୀ ଜଣକ ଭୟଭୀତ ହୋଇପଡୁଛନ୍ତି । ଭୋକ ବିକଳରେ ହାତୀଟି ରେଷ୍ଟୁରାଣ୍ଟରେ ପ୍ରବେଶ କରି ଖାଦ୍ୟ ସନ୍ଧାନ କରୁଛି । ଚାରିଆଡେ ଖୋଜିବା ପରେ ଖାଇବା ପାଇଁ କିଛି ନପାଇ ହତାସ ହୋଇ ଫେରିଯାଉଛି ସେ । କିନ୍ତୁ ରାଗରେ ରେଷ୍ଟୁରାଣ୍ଟର କିଛି କ୍ଷୟକ୍ଷତି କରୁନାହିଁ ।

ତେବେ ଖାଦ୍ୟ ଏବଂ ଜଳ ସନ୍ଧାନରେ ଅନେକ ହାତୀ ସମୟ ସମୟରେ ସେହି ଅଞ୍ଚଳକୁ ପ୍ରବେଶ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ ଘଟଣାରୁ ସ୍ପଷ୍ଟ ହେଉଛି ଯେ, ଜଳବାୟୁ ପରିବର୍ତ୍ତନ ଏବଂ ଜଳର ଅଭାବ ସମଗ୍ର ଦୁନିଆରେ ଦେଖାଦେଉଛି । ଯାହାର ପ୍ରଭାବ ବନ୍ୟଜନ୍ତୁଙ୍କ ଉପରେ ମଧ୍ୟ ପଡୁଛି ।

ABOUT THE AUTHOR

...view details