ଓଡିଶା

odisha

ମସଜିଦ ଜମିରେ ସ୍କୁଲ-ମେଡିକାଲ ନିର୍ମାଣ ହେବା ଉଚିତ: ୱାକଫ ବୋର୍ଡ

By

Published : Jul 31, 2020, 6:48 PM IST

ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ମଧ୍ୟ ସୁପ୍ରିମକୋର୍ଟ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଜମିରେ ବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ ପାଇଁ ଦାବି କରିଛନ୍ତି ଇକବାଲ ଅନସାରୀ ଏବଂ ସ୍ଥାନୀୟ ଲୋକ ।

ଇକବାଲ ଅନସାରୀ
ଇକବାଲ ଅନସାରୀ

ଲକ୍ଷ୍ନୌ : ଗତବର୍ଷ ନଭେମ୍ବର ୯ରେ ରାମ ଜନ୍ମଭୂମି ବାବ୍ରି ମସଜିଦ୍ ବିବାଦରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ । କୋର୍ଟ ବିବାଦୀୟ ଜମିରେ ରାମ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେବା ସହ ଅଯୋଧ୍ୟାର କୌଣସି ପ୍ରମୁଖ ସ୍ଥାନରେ ମସଜିଦ୍ ନିର୍ମାଣ ପାଇଁ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ୱାକଫ୍ ବୋର୍ଡକୁ ଦିଆଯାଇଥିବା ଏହି ଜମିରେ ବର୍ତ୍ତମାନ ଧାନ ଚାଷ କରାଯାଉଛି । ତେବେ ସ୍ଥାନୀୟ ଲୋକ ଏବଂ ବାବ୍ରି ମସଜିଦ-ରାମ ମନ୍ଦିର ମାମଲାରେ ପୂର୍ବତନ ଆବେଦନକାରୀ ଇକବାଲ ଅନସାରୀ ଏହି ଜମିରେ ମସଜିଦ ନିର୍ମାଣର ସପକ୍ଷରେ ନାହାଁନ୍ତି । ମସଜିଦ ପରିବର୍ତ୍ତେ ଏହି ସ୍ଥାନରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରିବା ଉଚିତ ବୋଲି ସେମାନେ ମତ ରଖିଛନ୍ତି ।

ଅଯୋଧ୍ୟାରେ ମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ସେଠାରେ ବୃହତ୍ତ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବ । ଏହି ମନ୍ଦିର ସେଠାରେ ନିର୍ମାଣ ହେବ ଯେଉଁଠାରେ ପ୍ରଭୁ ରାମ ଜନ୍ମ ନେଇଥିଲେ । ସେପଟେ ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ମଧ୍ୟ ସୁପ୍ରିମକୋର୍ଟ 5 ଏକର ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଜମିରେ ବିଦ୍ୟାଳୟ ଓ ଡାକ୍ତରଖାନା ନିର୍ମାଣ ପାଇଁ ଦାବି କରିଛନ୍ତି ଇକବାଲ ଅନସାରୀ ଏବଂ ସ୍ଥାନୀୟ ଲୋକ ।

‘ୱାକଫ୍ ବୋର୍ଡ ଦ୍ୱାରା ଜମି କିପରି ବ୍ୟବହାର ହେବ’

ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟାର ସୋହାବଳ ତହସିଲର ଧନ୍ନିପୁର ଗାଁରେ ୫ ଏକର ଜମି ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ଦେଇଥିଲେ । ୱାକଫ୍ ବୋର୍ଡ ଏହାର ଗ୍ରହଣ ପତ୍ର ଅଯୋଧ୍ୟା ଜିଲ୍ଲା ପ୍ରଶାସନକୁ ପଠାଇଛି । ତଥାପି ଜମି ଆବଣ୍ଟନ ଏପର୍ଯ୍ୟନ୍ତ କରାଯାଇ ନାହିଁ। ଫଳରେ ୱାକଫ୍ ବୋର୍ଡ ଏହି ଜମିକୁ କିପରି ଭାବରେ ବ୍ୟବହାର କରିବ ସେନେଇ ପ୍ରଶ୍ନ ଉଠିଛି |

‘ମସଜିଦ୍-ମନ୍ଦିର ବିବାଦ ଶେଷ’

ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡକୁ ଯେଉଁ ଜମି ମିଳିଛି ତାର ଆଖପାଖରେ ପ୍ରାୟ 20 ଟି ପୁରୁଣା ମସଜିଦ ଅଛି । ସେଠାରେ ଏକ ଇଦଗାହ ମଧ୍ୟ ରହିଛି । ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଅଯୋଧ୍ୟାରେ ମନ୍ଦିର-ମସଜିଦ ବିବାଦ ସମାପ୍ତ ହୋଇଛି ବୋଲି ବାବ୍ରି ମସଜିଦ-ରାମ ମନ୍ଦିର ମାମଲାରେ ପୂର୍ବତନ ଆବେଦନକାରୀ ଇକବାଲ ଅନସାରୀ ଏନେଇ କହିଛନ୍ତି।

‘ବିକାଶ ଆବଶ୍ୟକ’

ଇଟିଭି ଭାରତ ସହ କଥା ହୋଇ ଇକବାଲ ଅନସାରୀ କହିଛନ୍ତି, ଅଯୋଧ୍ୟାର ଯେଉଁ ସ୍ଥାନରେ ମସଜିଦ ନିର୍ମାଣ ପାଇଁ ଜମି ଆବଣ୍ଟନ କରାଯାଇଛି ସେଠାରେ ପୂର୍ବରୁ ଅନେକ ମସଜିଦ ରହିଛି । ସେଠାରେ ଏବେ ମସଜିଦ୍‌ର ନୁହେଁ ବରଂ ବିକାଶର ଆବଶ୍ୟକତା ରହିଛି । ତେଣୁ ଏହି ଜମିରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣ କରାଯିବା ଉଚିତ ବୋଲି ସେ କହିଛନ୍ତି ।

‘ୱାକଫ୍ ବୋର୍ଡର ଅଧ୍ୟକ୍ଷ ଆମ ସହ କଥା ହେଉନାହାନ୍ତି ’

ଇକବାଲ ଅନସାରୀ ଇଟିଭି ଭାରତକୁ କହିଛନ୍ତି ଯେ, ସୁନ୍ନି ସେଣ୍ଟ୍ରାଲ ୱାକଫ୍ ବୋର୍ଡର ଅଧ୍ୟକ୍ଷ ଜାଫର ଫାରୁକ ତାଙ୍କ ସହ କଥାବାର୍ତ୍ତା କରୁନ୍ତାହାନ୍ତି । ସେ ଅନେକ ଥର ଜାଫରଙ୍କ ସହ କଥା ହେବାକୁ ପ୍ରୟାସ କରିଛନ୍ତି କିନ୍ତୁ ତାଙ୍କ ଫୋନ ଲାଗୁନଥିବା ସେ ଅଭିଯୋଗ କରିଛନ୍ତି । ସେହି ଜମିରେ ବିଦ୍ୟାଳୟ ଏବଂ ଡାକ୍ତରଖାନା ନିର୍ମାଣର ଉପାୟ ସମ୍ପର୍କରେ ଜାଫର ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜାଣିବାକୁ ପାଇଛନ୍ତି । କିନ୍ତୁ ସେ ଏହି ପରିପ୍ରେକ୍ଷୀରେ କୌଣସି ଜବାବ ଦେଉନଥିବା ଅନସାରୀ କହିଛନ୍ତି ।

ABOUT THE AUTHOR

...view details