ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗଷ୍ଟା ୱେଷ୍ଟଲାଣ୍ଡ ଦୁର୍ନୀତି ମାମଲାରେ ଗଣମାଧ୍ୟମରେ ଲିକ ହୋଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟ । ଯାହାକୁ ନେଇ ଦିଲ୍ଲୀର ପଟିୟାଲା ହାଉସ କୋର୍ଟ ଇଡିକୁ ଜାରି କରିଛନ୍ତି ନୋଟିସ । ଅନ୍ୟପକ୍ଷେ ଏହାର ଜବାବ ଦାଖଲ ଶନିବାର କରିବ ବୋଲି ଇଡି ତରଫରୁ କୁହାଯାଇଛି ।
ଗଣମାଧ୍ୟମରେ ଚାର୍ଜସିଟ ଲିକ ହେବା ମାମଲା: ଇଡିକୁ ନୋଟିସ ଦେଲେ କୋର୍ଟ - Christian Michel
ଇଡିର ଚାର୍ଜସିଟ ଲିକ ହେବା ପରେ ଗଣମାଧ୍ୟମରେ କିଛି ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ବିଷୟରେ ଖୁଲାସା ହୋଇଥିଲା । ଇଡିର ଏହି ଚାର୍ଜସିଟରେ ଦଲାଲ କ୍ରିଶ୍ଚିଏନ ମିସେଲ APର ଅର୍ଥ ଅହମଦ ପଟେଲ ଓ FAM ଅର୍ଥ ଫ୍ୟାମିଲି ବୋଲି କହିଥିଲେ ।
ଫାଇଲ ଫଟୋ
ଇଡିର ଏହି ଚାର୍ଜସିଟ ଲିକ ହେବା ପରେ ଗଣମାଧ୍ୟରେ କିଛି ଗୁରୁତ୍ବପୂର୍ଣ୍ଣ ଗୋପନୀୟ ତଥ୍ୟ ବିଷୟରେ ଖୁଲାସା ହୋଇଥିଲା । ଚାର୍ଜସିଟରେ ଦଲାଲ କ୍ରିଶ୍ଚିଏନ ମିସେଲ APର ଅର୍ଥ ଅହମଦ ପଟେଲ ଓ FAM ଅର୍ଥ ଫ୍ୟାମିଲି ବୋଲି କହିଥିଲେ ।
ଯାହା ପରେ ଏହାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା । ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । ଏହି ଦୁର୍ନୀତିରେ କଂଗ୍ରେସର ବରିଷ୍ଠ ନେତାଙ୍କ ନାଁ ସଂପୃକ୍ତି ରହିଛି ବୋଲି କୁହାଯାଇଛି । ଅନ୍ୟପକ୍ଷେ ଏହାକୁ ଖାରଜ କରିଛନ୍ତି ମିସେଲ ।