ଓଡିଶା

odisha

ETV Bharat / bharat

ଜାରି ରହିଛି ଭୋଟଗ୍ରହଣ, ଭୋଟ ଦେଉଛନ୍ତି ନେତା ଏବଂ ଭୋଟର - ls poll

ମେ 6 ତାରିଖ ସୋମବାର ଚଳିତ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଛି ଭୋଟଗ୍ରହଣ । ଏହି ପର୍ଯ୍ୟାୟରେ ବହୁ ହେଭିୱେଟଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଫଟୋ ସୌଜନ୍ୟ: ଟ୍ୱିଟର@ANI

By

Published : May 6, 2019, 10:49 AM IST

Updated : May 6, 2019, 2:13 PM IST

ନୂଆଦିଲ୍ଲୀ: ମେ 6 ତାରିଖ ସୋମବାର ଜାରି ରହିଛି 2019 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ। ସକାଳ 7ଟାରୁ ଆରମ୍ଭ ହୋଇଯାଇଛି ଭୋଟଗ୍ରହଣ । ଯାହା ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ । 7ଟି ରାଜ୍ୟର 51ଟି ଲୋକସଭା ଆସନରେ ଚାଲିଛି ହାଇଭୋଲଟେଜ ମୁକାବିଲା । ଆଜି ବହୁ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର।

ସେମାନଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଅନେକ କେନ୍ଦ୍ରମନ୍ତ୍ରୀ ଯଥା ରାଜନାଥ ସିଂହ, ରାଜ୍ୟବର୍ଦ୍ଧନ ସିଂ ରାଠୋର, ଜୟନ୍ତ ସିହ୍ନା, ବୀରେନ୍ଦ୍ର ଖଟିକ, ସ୍ମୃତି ଇରାନୀ, ଅର୍ଜୁନ ରାମ ମେଘୱାଲ ପ୍ରମୁଖ । ସେହିପରି ବରିଷ୍ଠ ନେତା ବିଜେପିର ବରିଷ୍ଠ ନେତା ପ୍ରହ୍ଲାଦ ପଟେଲ ଏବଂ ରାଜୀବ ପ୍ରତାପ ରୁଡ୍ଡୀଙ୍କ ଭାଗ୍ୟ ଏଥର ପରୀକ୍ଷା ହେଉଛି। ଅନ୍ୟପଟେ କଂଗ୍ରେସରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ, ରେସଲର କ୍ରୀଷ୍ଣ ପୁନିଆ, ଜିତେନ୍ଦ୍ର ସିଂହ, ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରରୁ ମହାମେଣ୍ଟରୁ ପ୍ରାର୍ଥୀ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଆଦି ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇ ନିଜର ପ୍ରତିଦ୍ୱନ୍ଦୀଙ୍କ ସହ ମୁକାବିଲା କରୁଛନ୍ତି।

ସକାଳ 10ଟା ପର୍ଯ୍ୟନ୍ତ ମିଳିଥିବା ଖବର ଅନୁସାରେ କେନ୍ଦ୍ରମନ୍ତ୍ରୀ ଜୟନ୍ତ ସିହ୍ନା ଏବଂ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା, ବିଏସପି ସୁପ୍ରିମୋ ମାୟାବତୀ, ଗୃହମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ଆଦି ନେତା ମତଦାନ କରି ସାରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ଜାରି ରହିଛି ମତଦାନ। କୌଣସି ଠାରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବା ନେଇ ଖବର ମିଳିନାହିଁ।

ଦିନ 11ଟା ସୁଦ୍ଧା ମୋଟ 12.65% ମତଦାନ ହୋଇଥିବାର ଖବର ମିଳିଛି। ବିହାରରେ 11.51%, ମଧ୍ୟପ୍ରଦେଶରେ 13.18%, ରାଜସ୍ଥାନରେ 14%, ଉତ୍ତର ପ୍ରଦେଶରେ 9.85% , ପଶ୍ଚିମବଙ୍ଗରେ 16.56% ଏବଂ ଝାଡଖଣ୍ଡରେ 13.46% ପ୍ରତିଶତ ମତଦାନ ହୋଇଛି।

ସେହିପରି ମଧ୍ୟାନ୍ନ ଗୋଟାଏ ସୁଦ୍ଧା ମୋଟ 31.29% ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ବିହାରରେ 24.49%, ଜାମ୍ମୁକାଶ୍ମୀରରେ 6.54%, ରାଜସ୍ଥାନରେ 33.82%, ମଧ୍ୟପ୍ରଦେଶରେ 31.46%, ଉତ୍ତର ପ୍ରଦେଶରେ 26.53%, ପଶ୍ଚିମବଙ୍ଗରେ 39.55% ଏବଂ ଝାଡଖଣ୍ଡରେ 37.24% ପ୍ରତିଶତ ମତଦାନ ହୋଇଛି।

Last Updated : May 6, 2019, 2:13 PM IST

ABOUT THE AUTHOR

...view details