ହାଇଦ୍ରାବାଦ: ସମସ୍ତେ କୋରୋନା ଦାୟୁରୁ ରକ୍ଷା କରିବା ପାଇଁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି । କେଉଁ ଜିନିଷ ପ୍ରତିରୋଧକ ଶକ୍ତିକୁ ଆହୁରି ଶକ୍ତିଶାଳୀ କରିବ ସେନେଇ ଆୟୁଷ ମନ୍ତ୍ରଣାଳୟ ଦ୍ବାରା କେତେକ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ଏହି ନିର୍ଦ୍ଦେଶାବଳୀ ବ୍ୟତୀତ, ଆପଣ ଆପଣଙ୍କର ଦୈନନ୍ଦିନ ଖାଦ୍ୟରେ ଭିଟାମିନ୍ ସି ଅନ୍ତର୍ଭୁକ୍ତ କରିପାରିବେ । ଭିଟାମିନ୍ ସି ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବାରେ ଲାଭଦାୟକ ପ୍ରମାଣିତ ହୁଏ ।
ଭିଟାମିନ୍ ସି ର ଫାଇଦା
ସୂଚନାମୁତାବକ, ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି, ହୃଦ୍ରୋଗ, ପ୍ରସବକାଳୀନ ସ୍ୱାସ୍ଥ୍ୟ ସମସ୍ୟା, ଚକ୍ଷୁ ରୋଗ ଏବଂ ଚର୍ମର କୁଞ୍ଚନକୁ ଠିକ କରିବାରେ ସହାୟକ ହୋଇପାରେ। ମିଶିଗନ୍ ୟୁନିଭରସିଟିର ଏମ୍.ପି.ଏଚ୍, ଅନୁସନ୍ଧାନକାରୀ ମାର୍କ ମୋଏଡ୍ କୁହନ୍ତି, "ଭିଟାମିନ୍ ସି ଉପରେ ଅଧିକ ଧ୍ୟାନ ଦିଆଯାଇଛି ଏବଂ ଉତ୍ତମ କାରଣ ସହିତ ଭିଟାମିନ୍ ସି ର ଉଚ୍ଚ ରକ୍ତ ସ୍ତର ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଏକ ଆଦର୍ଶ ପୋଷଣ ଚିହ୍ନ ହୋଇପାରେ।
ଏହି ଖାଦ୍ୟକୁ ଆପଣଙ୍କର ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ
ସାଇଟ୍ରସ୍ ଫଳ ଯେପରିକି ଲେମ୍ବୁ, କମଳା, ଅଁଳା, ଅଙ୍ଗୁର ଇତ୍ୟାଦିରେ ପ୍ରଚୁର ପରିମାଣର ଭିଟାମିନ୍ ସି ମିଳିଥାଏ । ଏହି ସବୁ ଖାଦ୍ୟ ଦୈନନ୍ଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇପାରିବ ।