ଓଡିଶା

odisha

ETV Bharat / bharat

ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ହିଂସା ଘଟଣା: ଟିଏମସି ବିଧାୟକଙ୍କ ବିରୋଧରେ ଅଭିଯୋଗ, 8 ଗିରଫ

ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ହିଂସା ଘଟଣା ପରେ ମଙ୍ଗଳବାର ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି ରହିଛି । ଏପର୍ଯ୍ୟନ୍ତ ଏହି ଘଟଣାରେ 8 ଜଣଙ୍କୁ ଗିରଫ କରାଯାଇଛି ।

Visva-Bharati University
ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ହିଂସା ଘଟଣା

By

Published : Aug 18, 2020, 6:42 PM IST

Updated : Aug 18, 2020, 7:06 PM IST

କୋଲକାତା: ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ହିଂସା ଘଟଣା ପରେ ମଙ୍ଗଳବାର ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି ରହିଛି । ସୋମବାର ପ୍ରାୟ 4 ହଜାର ଲୋକ ପୁସ୍ ମେଳା ଗ୍ରାଉଣ୍ଡରେ ଏକାଠି ହୋଇ ନିର୍ମାଣାଧୀନ କାନ୍ଥକୁ ଭାଙ୍ଗି ଦେଇଥିଲେ ।

ଅନ୍ୟପକ୍ଷେ ପଶ୍ଚିମବଙ୍ଗ ରାଜ୍ୟପାଳ ଏହି ମାମଲାର ଉଚିତ୍ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀକୁ ଚିଠି ଲେଖିଛନ୍ତି । ଏହାକୁ ନେଇ ରାଜ୍ୟପାଳ ଜଗଦୀପ ଧନଖାର ଟ୍ବିଟ କରି ସୂଚନା ଦେଇଛନ୍ତି ।

ବିଶ୍ବଭାରତୀ ବିଶ୍ବବିଦ୍ୟାଳୟ ହିଂସା ଘଟଣା

ଏହାସହ ନିର୍ମାଣ ସାମଗ୍ରୀ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କ୍ୟାମ୍ପ ଅଫିସକୁ ଲୋକେ ଭଙ୍ଗାରୁଜା କରିଥିଲେ । ଏହି ଘଟଣା ପାଇଁ ଦୁବ୍ରଜପୁରର ଟିଏମସି ବିଧାୟକ ନରେଶଚନ୍ଦ୍ର ବାଉରୀଙ୍କ ବିରୋଧରେ ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଏହି ଘଟଣାରେ 8 ଜଣଙ୍କୁ ଗିରଫ କରାଯାଇଛି । ଏହାସହ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 18, 2020, 7:06 PM IST

ABOUT THE AUTHOR

...view details