ଓଡିଶା

odisha

ETV Bharat / bharat

ଭାଇରାଲ ବୟ ଡେରେକଙ୍କୁ ମିଳିଲା ସମ୍ମାନ

ମିଜୋରାମର 6 ବର୍ଷର ବାଳକ ଡେରେକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । କୁକୁଡା ଛୁଆ ପ୍ରତି ତାଙ୍କର ଦୟାଭାବକୁ ସଲାମ କରିଛନ୍ତି ଲୋକେ । ତାଙ୍କର ସରଳତା ଏବଂ ଦୟାଳୁ ଭାବ ଯୋଗୁଁ ତାଙ୍କ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।

ଫଟୋ ସୌଜନ୍ୟ : @ANI

By

Published : Apr 6, 2019, 4:30 AM IST

ନୂଆଦିଲ୍ଲୀ: ବ୍ୟସ୍ତବହୁଳ ଜୀବନ ଭିତରେ ଅନ୍ୟକୁ ସାହାଯ୍ୟ କରିବା ତ ଦୂରର କଥା ଅନ୍ୟ ବିଷୟରେ ଚିନ୍ତା କରିବା ବି ମୁସ୍କିଲ। ତେବେ ଏଭଳି ସମୟରେ ମିଜୋରାମର 6 ବର୍ଷର ବାଳକର ଦୟାଭାବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ବର୍ତ୍ତମାନ ତାଙ୍କର ଏହି ଦୟାଭାବ ଯୋଗୁଁ ତାଙ୍କ ବିଦ୍ୟାଳୟରେ ସମ୍ମାନିତ କରାଯାଇଛି।

ତେବେ ଘଟଣାଟି ଥିଲା ଏପରି, ମିଜୋରାମ ସାଇରଙ୍ଗର 6 ବର୍ଷୀୟ ବାଳକ ଡେରେକ ସି ଲାଲକ୍ଷ୍ମୀମା । ଘର ବାହାରେ ଖେଳୁଥିବା ବେଳେ ଭୁଲବଶତଃ ତାଙ୍କ ସାଇକେଲଟି ପଡୋଶୀଙ୍କ କୁକୁଡା ଛୁଆ ଉପରେ ଚଢିଯାଇଥିଲା । ଫଳରେ କୁକୁଡା ଛୁଆଟି ଆହତ ହୋଇଥିଲା। କିନ୍ତୁ ଡେରେକ କୁକୁଡା ଛୁଆର ଏଭଳି କଷ୍ଟ ଦେଖିପାରିନଥିଲେ। ସଙ୍ଗେ ସଙ୍ଗେ ଘରକୁ ଯାଇ କୁକୁଡା ଛୁଆର ଚିକିତ୍ସା ପାଇଁ ଟଙ୍କା ମାଗିଥିଲେ। କିନ୍ତୁ କୁକୁଡା ଛୁଆଟି ମରିଯାଇଥିବା ଡେରେକଙ୍କ ବାପା କହିଥିଲେ । ହେଲେ ବୁଝି ନଥିଲା ତାଙ୍କ ମନ । ପାଖରେ ଯେତିକି ଟଙ୍କା ଥିଲା ସେତିକି ନେଇ ସ୍ଥାନୀୟ ହସ୍ପିଟାଲକୁ ଧାଇଁଥିଲେ ସେ । ଏତିକି ଟଙ୍କା ନେଇ କୁକୁଡା ଛୁଆକୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ଅନୁରୋଧ କରିଥିଲେ।

ଡେରେକଙ୍କ ସରଳତା ଏବଂ ନିଃସ୍ବାର୍ଥପରତା ଦେଖି ତାଙ୍କର କିଛି ଫଟୋ ଉଠାଇଥିଲେ ହସ୍ପିଟାଲର ଜଣେ ନର୍ସ । ଆଉ ତା ପରେ ଭାଇରାଲ ହେବାରେ ଲାଗିଥିଲା ତାଙ୍କର ଏହି ଫଟୋ । ତେବେ ପିଲାଟିର ଏଭଳି ଦୟାଳୁ ଭାବ ନେଇ ସ୍ଥାନୀୟ ଅଞ୍ଚଳ ସମେତ ସାରା ଦେଶରେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଡେରେକଙ୍କ ଭିଡିଓ 87,000 ଥର ସୋସିଆଲ ମିଡିଆରେ ସେୟାର ହୋଇସାରିଲାଣି।

For All Latest Updates

ABOUT THE AUTHOR

...view details