ଓଡିଶା

odisha

ETV Bharat / bharat

ଭୋଟଗ୍ରହଣ ବେଳେ ହିଂସାକାଣ୍ଡ: ସୁରକ୍ଷାକର୍ମୀଙ୍କ ଲାଠିଚାର୍ଜ

ଭୋଟଗ୍ରହଣ ବେଳେ ପଶ୍ଚିମବଙ୍ଗର ଆସନସୋଲ ଲୋକସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ହିଂସାକାଣ୍ଡ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ମୃତୟନ ହୋଇଥିବା ସୁରକ୍ଷାକର୍ମୀ ଲାଠିଚାର୍ଜ କରିଛନ୍ତି।

By

Published : Apr 29, 2019, 11:16 AM IST

ଫଟୋ ସୌଜନ୍ୟ: ଟ୍ୱିଟର@ANI

କୋଲକାତା: ନିର୍ବାଚନୀ ହିଂସାରେ ଜଳୁଛି ପଶ୍ଚିମବଙ୍ଗ। ନିର୍ବାଚନ ସମୟରେ ବିଭିନ୍ନ ପ୍ରସଙ୍ଗକୁ କେନ୍ଦ୍ର କରି ଶାସକ ତୃଣମୂଳ କଂଗ୍ରେସ(ଟିଏମସି) ଏବଂ ବିରୋଧି ବିଜେପି ଓ ବାମଦଳ ମଧ୍ୟରେ ଘଟୁଛି ରକ୍ତାକ୍ତ ସଂଘର୍ଷ । ସଦ୍ୟ ଏହାର ଉଦାହରଣ ଦେଖିବାକୁ ମିଳିଛି ରାଜ୍ୟର ଆସନସୋଲ ଲୋକସଭା ନିର୍ବାଚନମଣ୍ଡଳୀରେ।


ଏହି ନିର୍ବାଚନମଣ୍ଡଳୀର 119 ବୁଥରେ କୌଣସି ବିଜେପି ଏଜେଣ୍ଟ ରହିପାରିବେ ନାହିଁ ବୋଲି ଟିଏମସି ପକ୍ଷରୁ କୁହାଯାଇଥିଲା । ଯାହାକୁ ନେଇ ଉଭୟ ଦଳ ମଧ୍ୟରେ ଦେଖା ଦେଇଥିଲା ବିବାଦ । ପରିସ୍ଥିତି ହିଂସାକାଣ୍ଡ ଆଡକୁ ଗତି କରିଥିଲା । ଏହାକୁ ନେଇ ହୋଇଥିବା ସଂଘର୍ଷରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବାବୁଲ ସୁପ୍ରିୟୋଙ୍କ ଗାଡିର କାଚ ଭାଙ୍ଗିଯାଇଛି । ପରିସ୍ଥିତି ଅଣାୟତ୍ତ ହୋଇ ପଡିବାରୁ ସେଠାରେ ସୁରକ୍ଷା ଦାୟୀତ୍ବରେ ଅବସ୍ଥାପିତ ହୋଇଥିବା କୁଇକ ରେସପନ୍ସ ଟିମ୍ ଲାଠିଚାର୍ଜ କରିଥିଲା ।

ଭିଡିଓ ସୌଜନ୍ୟ: ଟ୍ୱିଟର@ANI

ଅନ୍ୟପଟେ ଏହି ଲୋକସଭା ଆସନର 125 ଏବଂ 129 ନମ୍ବର ବୁଥରେ ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତିରେ ସିପିଏମ ଏବଂ ବିଜେପି ସମର୍ଥକ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଆସନସୋଲର ବିଜେପି ପ୍ରାର୍ଥୀ ବାବୁଲ ସୁପ୍ରିୟୋ କହିଛନ୍ତି ଲୋକେ ଏବେ ସଚେତନ ହେଲେଣୀ । କେନ୍ଦ୍ରୀୟ ସୁରକ୍ଷାବଳର ଉପସ୍ଥିତିରେ ସେମାନେ ଭୋଟ ଦେବାକୁ ଚାହୁଁଛନ୍ତି । ଏହାକୁ ନେଇ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଭୟଭୀତ ହୋଇ ପଡିଛନ୍ତି ବୋଲି ସେ କହିଛନ୍ତି ।

ABOUT THE AUTHOR

...view details