ଓଡିଶା

odisha

ETV Bharat / bharat

ମତଦାନ ଆରମ୍ଭ ପୂର୍ବରୁ ରକ୍ତରଞ୍ଜିତ ପଶ୍ଚିମବଙ୍ଗ

ଝାରଗ୍ରାମରେ ବିଜେପିର ଜଣେ ବୁଥ କାର୍ଯ୍ୟକର୍ତ୍ତା ଓ ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଜବତ ହୋଇଛି । ହତ୍ୟା ନେଇ ବିଜେପି ଟିଏସିକୁ ଦାୟୀ କରିଛି ।

By

Published : May 12, 2019, 9:09 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ଆରମ୍ଭ ପୂର୍ବରୁ ପଶ୍ଚିମବଙ୍ଗରେ ହିଂସା ଦେଖିବାକୁ ମିଳିଛି ।

ଝାରଗ୍ରାମରେ ବିଜେପିର ଜଣେ ବୁଥ କାର୍ଯ୍ୟକର୍ତ୍ତାଙ୍କର ମୃତଦେହ ମିଳିଥିବାବେଳେ ମୃତ ବ୍ୟକ୍ତିଙ୍କ ନାମ ରାମେନ ସିଂହ ବୋଲି ଜଣାପଡିଛି । ସେହିପରି ଜଣେ ତୃଣ ମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ଜବତ ହୋଇଛି ।

ରାମେନ ସିଂହଙ୍କୁ ହତ୍ୟା କରାଯାଇଥିବା ନେଇ ବିଜେପି ଅଭିଯୋଗ କରୁଥିବାବେଳେ ଟିଏମସି କାର୍ଯ୍ୟକର୍ତ୍ତାଙ୍କୁ ଏଥିପାଇଁ ଦାୟୀ କରିଛି । ଅନ୍ୟପକ୍ଷରେ ବିଜେପିର ଅଭିଯୋଗକୁ ସ୍ଥାନୀୟ ପୋଲିସ ଖଣ୍ଡନ କରିବା ସହିତ ମୃତ ଶରୀରକୁ ଶବ ବ୍ୟବଚ୍ଛେଦ ପଠାଇଛନ୍ତି ।

ସେହିପରି ମରଧରାର କାଣ୍ଠିରେ ଟିଏମସି କାର୍ଯ୍ୟକର୍ତ୍ତାକୁ ହତ୍ୟା ହୋଇଛି । ଟିଏମସିର ସୁଧାକର ମୈତି ରବିବାର ରାତିରୁ ନିଖୋଜ ଥିବାବେଳେ ପରେ ତାଙ୍କର ମୃତଦେହ ଜବତ ହୋଇଛି ।

ସେହିପରି ଝାଡଖଣ୍ଡରେ ମଧ୍ୟ ରବିବାର ସକାଳୁ ହିଂସା ଦେଖିବାକୁ ମିଳିଛି । ଜିଲ୍ଲାର ପରସୁଡିହ ଥାନା ଅଞ୍ଚଳରେ ଘାଘିଡିହ ମଣ୍ଡଳରେ ଏସଟି ମୋର୍ଚ୍ଚାର ଉପାଧ୍ୟକ୍ଷ ହୋପେନ ହେମ୍ବ୍ରମଙ୍କୁ ଗୁଳିମାରି ହତ୍ୟା କରାଯାଇଛି ।

ABOUT THE AUTHOR

...view details