ଓଡିଶା

odisha

ETV Bharat / bharat

ପଞ୍ଜାବର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବs ନିଯୁକ୍ତି ପାଇଲେେ ବିନି ମହାଜନ - Punjab's first woman Chief Secy

1987 ବ୍ୟାଚର ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ ବିନି ମହାଜନ ପଞ୍ଜାବର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ।

ବିନି ମହାଜନ
ବିନି ମହାଜନ

By

Published : Jun 26, 2020, 5:39 PM IST

ଚଣ୍ଡିଗଡ: ବରିଷ୍ଠ ଆଇଏଏସ ଅଧିକାରୀ ବିନି ମହାଜନଙ୍କୁ ପଞ୍ଜାବର ନୂଆ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତି ଦିଆଯାଇଛି । 1987 ବ୍ୟାଚର ପଞ୍ଜାବ କ୍ୟାଡରର ଆଇଏଏସ ଅଧିକାରୀ ମହାଜନ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି । ତାଙ୍କୁ କରଣ ଅବତାର ସିଂଙ୍କ ସ୍ଥାନରେ ଏହି ନିଯୁକ୍ତି ମିଳିଛି ।

ମହାଜନ ବର୍ତ୍ତମାନ ନିବେଶ ପ୍ରୋତ୍ସାହନ, ଶିଳ୍ପ ଏବଂ ବାଣିଜ୍ୟ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଜନ ଅଭିଯୋଗ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। କୋରୋନା ମୁକାବିଲାରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପରେ ବିନି ମହାଜନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିନି ମହାଜନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଲେଡି ଶ୍ରୀରାମ କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ କଲିକତାର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ (ଆଇଆଇଏମ୍) ରେ ସ୍ନାତକୋତ୍ତର କରିଛନ୍ତି ।

ସେ ନିବେଶ ପ୍ରୋତ୍ସାହନରେ କାର୍ଯ୍ୟକାଳ ମଧ୍ୟରେ ପ୍ରତିବର୍ଷ 20,000 କୋଟିରୁ ଅଧିକ ନୂତନ ପୁଞ୍ଜି ବିନିଯୋଗ କରିବାରେ ରାଜ୍ୟର ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ଯୋଗୁଁ ପଞ୍ଜାବ 2019ରେ ଡାଭୋସରେ ଆୟୋଜିତ ବିଶ୍ବ ଅର୍ଥନୈତିକ ଫୋରମରେ ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା ।

ସେ 2005-2012 ମଧ୍ୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରିଥିଲେ । ଅର୍ଥ, ଶିଳ୍ପ ଏବଂ ବାଣିଜ୍ୟ, ଟେଲିକମ୍, ଆଇଟି ଇତ୍ୟାଦି ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା କରିଥିଲେ ସେ ।

ABOUT THE AUTHOR

...view details