ଓଡିଶା

odisha

ବଲିଉଡ ସେହେନସାଙ୍କ ଆରୋଗ୍ୟ କାମନା କରି ପୈତୃକ ଗାଁରେ ହୋମଯଜ୍ଞ

ବଲିଉଡରେ କୋରୋନା ମାରିଛି ଏଣ୍ଟ୍ରି । ମାତ୍ର ବଲିଉଡରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରକୁ କୋରୋନା ଗ୍ରାସିବା ପରେ ଏବେ ଚାରିଆଡେ ତାଙ୍କ ଫ୍ୟାନ୍ସଙ୍କ ମନରେ ଛନକା ପଶିଛି । ଅଧିକ ଖବର ପଢନ୍ତୁ...

By

Published : Jul 13, 2020, 8:13 PM IST

Published : Jul 13, 2020, 8:13 PM IST

ବଲିଉଡ ସେହେନସାଙ୍କ ଆରୋଗ୍ୟ କାମନା କରି ପୈତୃକ ଗାଁରେ ହୋମଯଜ୍ଞ
ବଲିଉଡ ସେହେନସାଙ୍କ ଆରୋଗ୍ୟ କାମନା କରି ପୈତୃକ ଗାଁରେ ହୋମଯଜ୍ଞ

ଲକ୍ଷ୍ନୌ: ବଲିଉଡରେ କୋରୋନା ମାରିଛି ଏଣ୍ଟ୍ରି । ମାତ୍ର ବଲିଉଡରେ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପରିବାରକୁ କୋରୋନା ଗ୍ରାସିବା ପରେ ଏବେ ଚାରିଆଡେ ତାଙ୍କ ଫ୍ୟାନ୍ସଙ୍କ ମନରେ ଛନକା ପଶିଛି । ବଚ୍ଚନ ପରିବାରର 4 ଜଣଙ୍କୁ କୋରୋନା ହେବା ପରେ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଛି ।

ବଲିଉଡ ସେହେନସାଙ୍କ ଆରୋଗ୍ୟ କାମନା କରି ପୈତୃକ ଗାଁରେ ହୋମଯଜ୍ଞ

ଅଭିନେତା ଅମିତାଭ ବଚ୍ଚନଙ୍କ ପୈତୃକ ଗାଁ କୁହାଯାଉଥିବା ପ୍ରତାପଗଡରେ ଏନେଇ ଦେଖିବାକୁ ମିଳିଛି ଏକ ନିଆରା ଚିତ୍ର । ସିନିୟର ବଚ୍ଚନଙ୍କ ଆରୋଗ୍ୟ କାମନା କରି ତାଙ୍କ ଫ୍ୟାନ ଅମିତାଭଙ୍କ ନାଁରେ ହୋମଯଜ୍ଞ କରିଛନ୍ତି । ଆଉ ଏଥିରେ ବହୁ ଲୋକ ସାମିଲ ହୋଇ ତାଙ୍କ ପରିବାରର ଶୁଭ ମନାସିଛନ୍ତି ।

ବିଗ ବିଙ୍କ ଅବିକଳ ପରି ଦେଖାଯାଉଥିବା ଜଣେ ପ୍ରଶଂସକ କହିଛନ୍ତି ଯେ, ବଲିଉଡର ବରିଷ୍ଠ ଅଭିନେତାଙ୍କୁ କୋରୋନା ହେବାର ଖବର ପାଇବା ପରେ ପୁରା ଗାଁ ସ୍ତବ୍ଧ ହୋଇଯାଇଥିଲା । କାରଣ ଗାଁର ପ୍ରାୟ ସମସ୍ତ ବଚ୍ଚନ ପରିବାରକୁ ନିଜ ପରିବାର ବୋଲି ଭାବିଥାନ୍ତି । ଏମିତିକି ତାଙ୍କ ଦୁଃଖରେ ଦୁଃଖୀ ତାଙ୍କ ଖୁସୀରେ ମିଠା ମଧ୍ୟ ବାଣ୍ଟିଥାନ୍ତି । ତେବେ ଅମିତାଭ, ଅଭିଷେକ, ଐଶର୍ଯ୍ୟା ଓ ନାତୁଣୀ ଆରାଧ୍ୟା ମଧ୍ୟ କୋରାନା ପଜିଟିଭ ଜଣାପଡିବା ପରେ ଗାଁରେ ଏବେ ପ୍ରାୟ ପ୍ରତିଟି ପରିବାର ଦିନ ରାତି ପୂଜାର୍ଚ୍ଚାନା କରିଚାଲିଛନ୍ତି ।

ସୂଚନାଯୋଗ୍ୟ, ରବିବାର ଦିନ ପ୍ରଥମେ ଅମିତାଭ ବଚ୍ଚନ ଓ ଜୁନିୟର ବଚ୍ଚନଙ୍କୁ କୋରୋନା ପଜିଟିଭ ହୋଇଥିବା ଜଣାପଡିଥିବା ବେଳେ ପରେ ବୋହୁ ଐଶର୍ଯ୍ୟା ଓ ନାତୁଣି ଆରାଧ୍ୟାଙ୍କୁ ବି କୋରୋନା ପଜିଟିଭ ଥିବା ଜଣାପଡିଥିଲା । ସେପଟେ ଜୟା ବଚ୍ଚନଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details