ଓଡିଶା

odisha

ETV Bharat / bharat

ଶୁଣିଲାନି ପ୍ରଶାସନ: ନିଜ ସମସ୍ୟାର ନିଜେ କରିଲେ ସମାଧାନ - କାଠ ପୋଲ

ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ଏଲି ପରସୈଲୀର ମାଞ୍ଝା ବନ୍ଧେରେ ଏକ କାଠର ପୋଲ ତିଆରି କରିଛନ୍ତି ଗ୍ରାମବାସୀ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Sep 3, 2019, 7:49 PM IST

ଲକ୍ଷ୍ନୌ: ମେଟ୍ରୋଟ୍ରେନ, ଇଲେକ୍ଟ୍ରିକ ଯାନ ବାହନ ଓ ସମୁଦ୍ରରେ ବୁଲେଟ ଟ୍ରେନ ଚଳେଇବା ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି ସରକାର। ମାତ୍ର ଆଜି ପର୍ଯ୍ୟନ୍ତ ଦେଶରେ ଅନେକ ଗାଁ ଗଣ୍ଡାକୁ ଯିବାଆସିବା ପାଇଁ ଭଲ ରାସ୍ତାଘାଟର ସୁବିଧା ନାହିଁ । ବିଭିନ୍ନ ସରକାରୀ ଯୋଜନାର ଲାଭ ଲୋକଙ୍କୁ କିପରି ମିଳୁଛି ତାହା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାର ଏଲି ପରସୈଲୀର ମାଞ୍ଝା ବନ୍ଧେରେ।

ଯେଉଁଠି ଏଠାକାର ସ୍ଥାନୀୟ ଲୋକେ ଏକ ବ୍ରିଜ ନିର୍ମାଣ କରିବାକୁ ଦାବି କରୁଥିଲେ। ଏନେଇ ପ୍ରଶାସନକୁ ମଧ୍ୟ ଜଣାଇଥିଲେ। ହେଲେ ଏବାବଦରେ କୌଣସି ସୁଫଳ ନ ମିଳିବାରୁ ଲୋକେ ନିଜ ସମସ୍ୟାର ସମାଧାନ ନିଜେ କରିଥିଲେ। ନିଜର ଉଦ୍ୟମ ବଳରେ ଏକ କାଠର ପୋଲ ନିର୍ମାଣ କରି ଯିବାଆସିବାରେ ହେଉଥିବା ଅସୁବିଧାକୁ ଦୂର କରିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଏକ ବଡ ନାଳ ଯାଇଥିବାରୁ ଲୋକେ ଓ ସ୍କୁଲ ପିଲା ପ୍ରତିଦିନ ଏହାକୁ ପାର କରି ଯିବାଆସିବା କରୁଥିଲେ । ଏହା ଯୋଗୁଁ ଅନେକ ଅସୁବିଧାର ଭୋଗୁଥିଲେ । ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅନେକ ବାଟ ବୁଲିକି ଯିବାକୁ ମଧ୍ୟ ପଡୁଥିଲା । ଏନେଇ ଅନେକଥର ପ୍ରଶାସନ ଆଗରେ ଗୁହାରୀ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା ।

ଶେଷରେ ଏଠାକାର ଲୋକ କିଛି କିଛି ଟଙ୍କା ଆଦାୟ କରି କାଠ ଓ ବାଉଁଶ ମିଶାଇ ଏକ ପୋଲ ତିଆରି କରିଛନ୍ତି । ଆଉ ଉକ୍ତ ପୋଲହିଁ ସେମାନଙ୍କର ନାଳ ପାରି ହେବାର ଏକ ମାତ୍ରା ସାହାରା ସାଜିଛି । ଏହି ପୋଲ ଦେଇ ଯିବା ଦ୍ବାରା ସେମାନଙ୍କର ରାସ୍ତାର ଦୂରତା ମଧ୍ୟ କମ ହୋଇଛି।

ABOUT THE AUTHOR

...view details