ଓଡିଶା

odisha

ETV Bharat / bharat

କୋରୋନା ସଚେତନ; ବ୍ୟାରିକେଡ କରି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଲକ ଡାଉନ ଘୋଷଣା ପରେ ଭାରତରେ ବିଭିନ୍ନ ସ୍ଥାନରେ ଲୋକମାନେ ମାନୁନଥିବା ଅଭିଯୋଗ ଆସିଛି । କିନ୍ତୁ ପଶ୍ଚିମବଙ୍ଗର ଏକ ଗ୍ରାମବାସୀ କିନ୍ତୁ ସରକାରଙ୍କ ଲକଡାଉନକୁ ସମର୍ଥନ କରି ବ୍ୟାରିକେଡ କରି ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

By

Published : Mar 26, 2020, 9:35 AM IST

villagers-blocked-the-road-with-barricades-over-coronavirus
କୋରୋନା ସଚେତନ ପାଇଁ ବ୍ୟାରିକେଡ କରି ରାସ୍ତା ଅବରୋଧ କଲେ ଗ୍ରମାବାସୀ

କୋଲକାତା: ମହାମାରୀ କୋରୋନାକୁ ନେଇ ସାରା ବିଶ୍ବରେ ଆତଙ୍କିତ ଅବସ୍ଥାରେ ରହିଛି । କୋରୋନା ଭାଇରସକୁ ପ୍ରତିରୋଧ କରିବାପାଇଁ ଭାରତ ସରକାର ସମ୍ଫୂର୍ଣ୍ଣ ଭାରତରକୁ ଲଡଡାଉନ କରିଛନ୍ତି । ଜନସାଧାରଣଙ୍କ ସୁରକ୍ଷା ପାଇଁ ସରକାର ଦୃଢ ପଦକ୍ଷେପ ଉଠାଇଛନ୍ତି । ଲକ ଡାଉନ ଘୋଷଣା ପରେ ଭାରତରେ ବିଭିନ୍ନ ସ୍ଥାନରେ ଲୋକମାନେ ମାନୁନଥିବା ଅଭିଯୋଗ ଆସିଛି । କିନ୍ତୁ ପଶ୍ଚିମବଙ୍ଗ ରୁ ଏକ ଗ୍ରାମବାସୀ କିନ୍ତୁ ସରକାରଙ୍କ ଲକଡାଉନକୁ ସମର୍ଥନ କରି ନିଜେ ବ୍ୟାରିକେଡ କରି ରାସ୍ତା ଅବରୋଧ କରିଛନ୍ତି ।

ପଶ୍ଚିମବଙ୍ଗ ବନକୁରାରେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଗ୍ରାମବାସୀ ବାହାରିଛନ୍ତି । ଗ୍ରାମବାସୀ ଲୋକଙ୍କୁ ଘରରୁ ନ ବାହାରିବା ପାଇଁ କହୁଛନ୍ତି । କୋରୋନା ଭାଇରସ ବିଷୟରେ ଲୋକଙ୍କୁ ବୁଝାଉଛନ୍ତି । ଲୋକଙ୍କ ଗତିବିଧିକୁ ରୋକିବା ପାଇଁ ସ୍ଥାନୀୟ ଲୋକମାନେ ବାଉଁଶବାନ୍ଦି ରାସ୍ତାକୁ ଅବରୋଧ କରିଛନ୍ତି |

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଦେଶସାରା ଲକଡାଉନ ଅଛି । ଏହି ଲକଡାଉନ ଜରିଆରେ ଆମେ ଆମ ଘରେ ନିଜକୁ ବନ୍ଦୀ ରଖିବା ଉଚିତ । ଅତ୍ୟାବଶ୍ୟକ ହେଲେ ଘରୁ ବାହାରିବେ ନଚେତ ଘରେ ରହିବା ଭଲ । ପଶ୍ଚିମବଙ୍ଗରେ 10ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଛି । ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 600 ରୁ ଉର୍ଦ୍ଧ୍ବ ହୋଇସାରିଛି ଏବଂ 10 ଜଣ ଲୋକ ମୃତ୍ୟୁ ବରଣ କରିଛନ୍ତି ।

@ANI

ABOUT THE AUTHOR

...view details