ଓଡିଶା

odisha

ETV Bharat / bharat

ମୌଳିକ ସୁବିଧାରୁ ବଞ୍ଚିତ ସତଘର ବ୍ଲକ

ବର୍ତ୍ତମାନ ସମୟରେ ଅନେକ ଗାଁରେ ମୌଳିକ ସୁବିଧା ବଞ୍ଚି ପାରିନାହିଁ । ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଉତ୍ତରପ୍ରଦେଶର ବଳରାମପୁର ଜିଲ୍ଲାର ସତଘର ବ୍ଲକ । ଏହି ବ୍ଲକକୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଛି।

ଫଟୋ ସୌଜନ୍ୟ; ଇଟିଭି ଭାରତ ବ୍ୟୁରୋ

By

Published : Nov 6, 2019, 11:21 PM IST

ଲକ୍ଷ୍ନୌ: ବର୍ତ୍ତମାନ ସମୟରେ ମଣିଷ ଜହ୍ନରେ ପାଦ ଥାପିବାକୁ ବସିଲାଣି । ସମୟ ସହିତ ତାଳ ଦେଇ ମଣିଷର ଚିନ୍ତାଧାରାରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଲାଣି । ମାତ୍ର ଦେଶରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ଅନେକ ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଛି । ଏହି ଅଞ୍ଚଳଗୁଡ଼ିକୁ ଆଜି ବି ମୌଳିକ ସୁବିଧା ମଧ୍ୟ ପହଞ୍ଚି ପାରୁନାହିଁ । ଏଭଳି ଏକ ସ୍ଥାନ ହେଉଛି ଉତ୍ତର ପ୍ରଦେଶର ବଳରାମପୁର ଜିଲ୍ଲାର ସତଘର ବ୍ଲକ ।

ଭୌଗୋଳିକ ଦୃଷ୍ଟିକୋଣରୁ ଏହି ଗ୍ରାମ ଗୁଡିକ ଜଙ୍ଗଲ ଏବଂ ପାହାଡ଼ ଘେରାରେ ରହିଛି । ଏହି ଜଙ୍ଗଲ ଓ ପାହାଡ଼ିଆ ରାସ୍ତା ଦେଇ ଏହିଅଞ୍ଚଳକୁ କୌଣସି ପ୍ରକାର ମୌଳିକ ସୁବିଧା ପହଞ୍ଚି ପାରିନଥିବା ଜଣାପଡ଼ିଛି । ଗ୍ରାମକୁ ପକ୍କା ସଡ଼କ ନଥିବା ବେଳେ, ବିଜୁଳି, ପିଇବା ପାଣି, ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ। ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ଗ୍ରାମବାସୀ ଅନେକ ଥର ଦାବି କରିଥିଲେ ମଧ୍ୟ ତାହାକୁ ଗ୍ରାମ ମୁଖିଆ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।

ଏହି ବ୍ଲକ ଅନ୍ତର୍ଗତ 12ଟି ମଉଜାର ବାସିନ୍ଦାଙ୍କ ନିକଟରେ ଆଜି ମଧ୍ୟ ମୌଳିକ ସୁବିଧା ମିଳିପାରିନାହିଁ । କୌଣସି ପ୍ରକାର ସରକାରୀ ଯୋଜନା ଏଠାକୁ ଆସିନ ଥିବା ନେଇ ଗ୍ରାମବାସୀ କହିଛନ୍ତି । ଗ୍ରାମମୁଖିଆ ମୌଳିକ ସୁବିଧା ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇ ଲାଞ୍ଚ ମଧ୍ୟ ନେଉଛନ୍ତି ମାତ୍ର ଏନେଇ କୌଣସି ସୁବିଧା ଯୋଗାଇ ଦେଉନଥିବା ସେମାନେ କହିଛନ୍ତି।

ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଗାଁକୁ ପକ୍କା ସଡ଼କ ପାଇଁ ଅନେକ ଥର ଦାବି କରିଛୁ। କେବଳ ସଡ଼କ ନୁହେଁ, ବିଜୁଳି ଓ ପାଣିର ସୁବିଧା କରାଇଦେବାକୁ ମଧ୍ୟ ଦାବି କରିଛୁ । ପିଇବା ପାଣି ପାଇଁ କେବଳ ଦୁଇଟି ସରକାରୀ ନଳ ଲାଗିଛି । ମାତ୍ର ସେଥିରେ ପାଣି ଆସୁନଥିବା କହିଛନ୍ତି ଗ୍ରାମବାସୀ । ଫଳରେ ଆମେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛୁ ବୋଲି ଜଣାଇଛନ୍ତି।

ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି, ଗ୍ରାମର ଉନ୍ନତି କରିବାକୁ ଯେଉଁ ଅର୍ଥ ଆସିଥାଏ, ଗାଁ ମୁଖିଆ, ତାଙ୍କ ପ୍ରତିନିଧି ଏବଂ ଗାଁ ସେକ୍ରେଟାରୀ ତାହାକୁ ମିଳିମିଶି ହଡ଼ପ କରିନେଉଛନ୍ତି । ଫଳରେ ଗାଁର ଉନ୍ନତି ବାଧା ସୃଷ୍ଟି ହେଉଛି। ବିଗତ 3 ବର୍ଷ ମଧ୍ୟରେ ଗାଁକୁ ସଂଯୋଗ କରୁଥିବା ଦୁଇଟି ପୋଲର ମରାମତି ପାଇଁ ପଇସା ଆସୁଛି । ମାତ୍ର ତାହା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି।

ABOUT THE AUTHOR

...view details