ଓଡିଶା

odisha

By

Published : Oct 4, 2020, 5:20 PM IST

ETV Bharat / bharat

ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ପାଇଁ ଆମରଣ ଅନଶନରେ ମହିଳା

ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ଦାବିରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ନିରପୁଡା ଗାଁର ମୁଖିଆ ମୁନେଶ ଦେବୀ । ଅଧିକ ପଢନ୍ତୁ...

ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ପାଇଁ ଆମରଣ ଅନସନକୁ ଓହ୍ଲାଇଲେ ମହିଳା
ହାଥରସ ଗଣଦୁଷ୍କର୍ମ ପୀଡିତାଙ୍କ ନ୍ୟାୟ ପାଇଁ ଆମରଣ ଅନସନକୁ ଓହ୍ଲାଇଲେ ମହିଳା

ଲକ୍ଷ୍ନୌ : ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ଘଟଣାକୁ ନେଇ ଯୋଗୀ ସରକାର ଏକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ଦୁଷ୍କର୍ମକାରୀଙ୍କୁ କଠିନରୁ କଠିନ ଦଣ୍ଡ ଦେବାକୁ ଦେଶବାସୀ ଦାବି କରୁଥିବା ବେଳେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଇସ୍ତଫା ଦାବି କରୁଛନ୍ତି। ଇତି ମଧ୍ୟରେ ଉତ୍ତରପ୍ରଦେଶ ନିରପୁଡା ଗାଁର ଜଣେ ମହିଳା ଏହି ଘଟଣାକୁ ନେଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି । ଦୁଷ୍କର୍ମକାରୀଙ୍କୁ ଦଣ୍ଡ ନହେବା ପର୍ଯ୍ୟନ୍ତ ସେ ଖାଦ୍ୟ ଖାଇବେ ନାହିଁ ବୋଲି ଶପଥ ନେଇଛନ୍ତି।

ଗାଁ ମୁଖିଆ ମୁନେଶ ଦେବୀ ଶନିବାର ସକାଳୁ ଏହି ଆମରଣ ଅନଶନ ଆରମ୍ଭ କରିଛନ୍ତି। ଏହି ଘଟଣାକୁ ନିନ୍ଦା କରି ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଚିଠିରେ ସେ ଅପରାଧୀଙ୍କୁ ଶୀଘ୍ର ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏନେଇ ସେ କହିଛନ୍ତି, ଏହି ପ୍ରକାର ଘଟଣା ଦର୍ଶାଉଛି ଯେ ଦେଶରେ ଝିଅ ଓ ମହିଳା କେତେ ଅସୁରକ୍ଷିତ। ସେପଟେ ଶନିବାର ଦିନ ବାମପନ୍ଥୀ ତଥା କଂଗ୍ରେସର ପ୍ରାୟ 1000 କାର୍ଯ୍ୟକର୍ତ୍ତା ହାଥରସରେ ହୋଇଥିବା ଗଣଦୁଷ୍କର୍ମ ବିରୋଧରେ କୋଲକାତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର 14 ରେ ହାଥରସର ଏକ ଗ୍ରାମରେ ଜଣେ 19 ବର୍ଷୀୟ ଦଳିତ ମହିଳାଙ୍କୁ ଚାରିଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୀଡିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତ କରାଯାଇଥିଲା। ସେଠାରେ ସେ ମଙ୍ଗଳବାର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ସେପଟେ ମୃତ୍ୟୁ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇ ନଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ବିଳମ୍ବିତ ରାତିରେ ପୋଲିସ ପ୍ରଶାସନ ମୃତଦେହକୁ ଜବରଦସ୍ତି ଅନ୍ତିମ ସଂସ୍କାର କରିଥିବା ପରିବାର ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details