ଓଡିଶା

odisha

ETV Bharat / bharat

କାରଗିଲ ଯୁଦ୍ଧର କାହାଣୀ, ଶୁଣନ୍ତୁ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ମୁହଁରୁ....

କାରଗିଲ ବିଜୟକୁ ପୂରିଛି 20 ବର୍ଷ । କିନ୍ତୁ ସେହି ଭୟାବହ ଯୁଦ୍ଧର ଶହୀଦ ଜବାନଙ୍କ ସ୍ମୃତି ଆଜି ବି ଉଜ୍ଜିବିତ । ତେବେ ସେହି ଯୁଦ୍ଧରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିଥିବା କର୍ଣ୍ଣେଲ ଶରତ ମହାପାତ୍ର ଇଟିଭି ସହ ବାଣ୍ଟିଛନ୍ତି ସେହି ଯୁଦ୍ଧ ବେଳର ଅନୂଭୁତି ।

By

Published : Jul 25, 2019, 11:12 PM IST

ଡିଜାଇନ ଫଟୋ

ଭୁବନେଶ୍ବର: କାରଗିଲ ବିଜୟ ଦିବସରେ 20ବର୍ଷ ପୂର୍ତ୍ତି ଅବସରରେ ଶହୀଦମାନଙ୍କୁ ମନେ ପକାଇଛନ୍ତି ଦେଶବାସୀ । ତେବେ କେତେ କଷ୍ଟ ଥିଲା କାରଗିଲ ଯୁଦ୍ଧ ? ଶତ୍ରୁଙ୍କୁ କିଭଳି ଭାବରେ ସାମନା କରୁଥିଲେ ସେ ନେଇ କାରଗିଲଲ ଯୁଦ୍ଧରେ ଅଂଶ ଗ୍ରହଣ କରିଥିବା ଓଡ଼ିଆ ପୁଅ କର୍ଣ୍ଣେଲ ଶରତ ମହାପାତ୍ରଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର....

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଓଡ଼ିଆ ପୁଅ କର୍ଣ୍ଣେଲ ଶରତ ମହାପାତ୍ର ବର୍ଣ୍ଣନା କରିଛନ୍ତି ନିଜ ଅଙ୍ଗେ ନିଭାଇଥିବା ଘଟଣା । 1999 ମସିହା ମେ ମାସର ପ୍ରଥମ ସପ୍ତାହ । ଭାରତୀୟ ସେନା ବାହିନୀକୁ କାରଗିଲ ଅଞ୍ଚଳରେ ମେଷପାଳକ ଖବର ଦେଲେ ଯେ, ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତ ଭିତରେ ପ୍ରବେଶ କରିଛନ୍ତି। କାରଗିଲ ହିଲ୍‌କୁ ନେଇ ଦୀର୍ଘ 188 କିଲୋମିଟର ଅଞ୍ଚଳ। ଜାମ୍ମୁ ଓ କାଶ୍ମୀରିର କାରଗିଲ ଅଞ୍ଚଳକୁ ଭାରତଠାରୁ ଅଲଗା କରିବା ପାଇଁ ପାକିସ୍ତାନର ଥିଲା ଏକ ଷଡଯନ୍ତ୍ର । ନିଜ ସେନାବାହିନୀ ସହ ଅନୁପ୍ରବେଶ କରି ଭାରତର ଅନେକ ଉଚ୍ଚ ଉଚ୍ଚ ଗିରି ଶୃଙ୍ଘକୁ କବଜା କରି ନେଇଥିଲା ପାକିସ୍ତାନ। ସେହି ସମୟରେ ଯେତେବେଳେ ଭାରତ ଜାଣିଲା ପାକିସ୍ତାନ ପ୍ରବେଶ କରିବା ସହ ଶୃଙ୍ଗ ଗୁଡିକକୁ ଦାଖଲ କରିଛି ତେବେ ସେହି ସମୟରେ ପାଖାପାଖି -60ରୁ -70 ଡିଗ୍ରୀ ସେଲସିୟସରେ ଯବାନମାନେ ବରଫାବୃତ୍ତ ପାହାଡରେ ରହି ଶତ୍ରୁ ସହ ସଂଗ୍ରାମ କରୁଥିଲେ । ଆଉ ଶେଷରେ ଭାରତ ବିଜୟ ହୋଇଥିଲା । ସେହି ସମୟରେ ଏହି କାରଗିଲ ଯୁଦ୍ଧକୁ ପ୍ରଥମେ ଟିଭି ମାଧ୍ୟମରେ ସାରା ଦେଶକୁ ଦେଖାଇବା ପାଇଁ ଅନୁମତି ମିଳିଥିଲା । ଆଉ ବିଜୟ ପରେ 'ଜୟ ଯବାନ ଜୟ କିଷାନ' ନାରା ଦିଆଯାଇଥିଲା ।

ଏହି ବିଜୟ ଏତେ ସହଜ ନଥିଲା । ଯୁଦ୍ଧ ସମୟରେ ପାକିସ୍ତାନର ସେନା ପାହାଡ଼ ଶିଖରରେ ରହିଥିବା ବେଳେ ଭାରତର ସେନା ପାହାଡ ତଳେ ରହୁଥିଲେ। କିନ୍ତୁ ପାକିସ୍ତାନ ସେନା ନିଜର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ପ୍ରସ୍ତୁତ କରିଥିଲା । ହେଲେ ଭାରତୀୟ ସେନା ବିନା ପ୍ରସ୍ତୁତିରେ ପାହାଡ ତଳେ ରହୁଥିଲେ । ପ୍ରବଳ ଥଣ୍ଡା ପଡୁଥିବାରୁ ସେନାମାନେ ଗୋଳା ବାରୁଦ ସବୁକୁ ପିଠିରେ ଲଦି ପାହାଡ଼ ଉପରକୁ ଚଢୁଥିଲେ। ସେହି ସମୟରେ ପାହାଡ ଉପରୁ ପାକିସ୍ତାନ ସେନା ମଧ୍ୟ ଗୁଳିଚାଳନା କରିଥିଲେ । ଫଳରେ ଅନେକ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ କଷ୍ଟ ଆଜି ବି ମନେ ପଡେ ବୋଲି କର୍ନେଲ ଶରତ ମହାପାତ୍ର କହିଛନ୍ତି ।

ଓଡ଼ିଶାର ଗର୍ବ ଗୌରବ ମେଜର ପଦ୍ମ ପାଣି ଆଚାର୍ଯ୍ୟ ପ୍ରଥମ କରି ଏକମାତ୍ର ମହାବୀର ଚକ୍ର ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନୀତ ହୋଇଥିଲେ। କାରଗିଲ ଯୁଦ୍ଧ ସମୟରେ ଶତୃ ସହ ଲଢେଇ କରି ଦେଶବାସୀଙ୍କ ହୃଦୟକୁ ଜିତିଥିବା ପଦ୍ମପାଣି ଆଚାର୍ଯ୍ୟ ଓଡିଶା ପାଇଁ ଗର୍ବ ଓ ଗୌରବ। ଶତୃଙ୍କୁ ବିନାଶ କରିବା ପାଇଁ କାରଗିଲରେ ଥିବା ଟାଇଗର ହିଲ ପାଖରେ ନିଜକୁ ବଳିଦାନ ଦେଇଥିଲେ। ଏମିତି ଅନେକ ଶହୀଦ ହୋଇଛନ୍ତି ଆଉ ସେହି ସହିଦ ମାନଙ୍କ ପାଇଁ ଦେଶ ଆଜି ଗର୍ବିତ। ଯେଉଁମାନେ ଦେଶ ପାଇଁ ଶହୀଦ ହୋଇଛନ୍ତି ସେହି ମାନଙ୍କ ସ୍ମୃତି ରଖିବା ପାଇଁ କୌଣସି ଥାନାରେ ପ୍ରତିମୂର୍ତ୍ତିଟିଏ କରାଯାଇନାହିଁ କି କିଛି ରାସ୍ତା ମଧ୍ୟ ତାଙ୍କ ନାମରେ ନିର୍ମାଣ କରାଯାଇ ନାହିଁ । ଏଥିପ୍ରତି ସରକାର ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି କାରଗିଲ ଯୁଦ୍ଧକ୍ଷେତ୍ରରେ ରହି ଶତ୍ରୁଙ୍କ ସହ ଲଢ଼ିଥିବା ଓଡ଼ିଶାର ଜଣେ ବୀର ଯବାନ କର୍ଣ୍ଣେଲ ଶରତ ମହାପାତ୍ର କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details