ଓଡିଶା

odisha

By

Published : Jul 11, 2020, 8:55 AM IST

ETV Bharat / bharat

ସନ୍ଦେହରେ ଏସଟିଏଫର ବିକାଶ ଦୁବେ ଏନକାଉଣ୍ଟର କାହାଣୀ !

ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟର ଘଟଣା । ସନ୍ଦେହରେ ଏସଟିଏଫର ଏନକାଉଣ୍ଟର କାହାଣୀ । ଏନକାଉଣ୍ଟରର ପାରିପାର୍ଶ୍ବିକ ଅବସ୍ଥା ଓ ପୋଲିସର ବୟାନରେ ତାଳମେଳ ରହୁନଥିବାରୁ ଉଠୁଛି ପ୍ରଶ୍ନ । ଅଧିକ ପଢନ୍ତୁ...

ସନ୍ଦେହରେ ଏସଟିଏଫର ବିକାଶ ଦୁବେ ଏନକାଉଣ୍ଟର କାହାଣୀ !
ସନ୍ଦେହରେ ଏସଟିଏଫର ବିକାଶ ଦୁବେ ଏନକାଉଣ୍ଟର କାହାଣୀ !

ଲକ୍ଷ୍ନୌ: ଚର୍ଚ୍ଚାରେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଏନକାଉଣ୍ଟର ଘଟଣା । ସନ୍ଦେହରେ ଏସଟିଏଫର ଏନକାଉଣ୍ଟର କାହାଣୀ । ଏନକାଉଣ୍ଟରର ପାରିପାର୍ଶ୍ବିକ ଅବସ୍ଥା ଓ ପୋଲିସର ବୟାନରେ ତାଳମେଳ ରହୁନଥିବାରୁ ଉଠୁଛି ପ୍ରଶ୍ନ ।

ସାମ୍ନାକୁ ଆସୁଥିବା ଭିଡିଓରେ ବିକାଶ ଦୁବେ ଗୋଟିଏ ଗାଡିରେ ବସିଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡିଟି ବିକାଶ ଦୁବେ ବସିଥିବା ଗାଡି କୁହାଯାଉଥିବାରୁ ଏହାକୁ ନେଇ ଉଙ୍କିମାରୁଛି ଅନେକ ପ୍ରଶ୍ନ । ସେପଟେ ଘଟଣାକୁ ନେଇ ଜାତୀୟ ମାନବାଧିକାର ଆୟୋଗର ଦ୍ବାରସ୍ଥ ହୋଇଛନ୍ତି ରାଜନୈତିକ ଟିପ୍ପଣୀକାର ତହସିନ ପୁନାଓ୍ଵାଲା ।

ତେବେ ଘଟଣାକୁ ନେଇ କାହିଁକି ହେଉଛି ସନ୍ଦେହ ? କଣ ରହିଛି ପୁରା ଘଟଣାବଳୀ ? ଆସନ୍ତୁ ଜାଣିବା...

ଏନକାଉଣ୍ଟରକୁ ନେଇ କଣ କହୁଛି ପୋଲିସ...

ପୋଲିସ କହିବା ଅନୁସାରେ, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେକୁ ଗୁରୁବାର ରାତିରେ ମଧ୍ୟପ୍ରଦେଶର ଉଜ୍ଜୈନ ପୋଲିସ ଠାରୁ ୟୁପି ପୋଲିସ କାନପୁର ଆଣୁଥିଲା । ତେବେ ଲକ୍ଷ୍ୟସ୍ଥଳର କିଛି ବାଟ ପୂର୍ବରୁ ଶୁକ୍ରବାର ସକାଳେ ବିକାଶକୁ ଆଣି ଆସୁଥିବା ଗାଡିଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା ।

ଯେଉଁଥିରେ 4 ଜଣ ପୋଲିସ ଆହତ ହୋଇଥିଲେ । ସେହି ଆହତ ପୋଲିସ ଅଧିକାରୀଙ୍କ ଠାରୁ ବିକାଶ ବନ୍ଧୁକ ଛଡାଇ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ପୋଲିସ ତାକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ବିକାଶ ନମାନିବାରୁ ପୋଲିସ ଏନକାଉଣ୍ଟର କରିଥିଲା । ପରେ ବିକାଶକୁ ହସ୍ପିଟାଲକୁ ନିଆଯାଇଥିଲା । ଯେଉଁଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।

କଣ ରହିଛି ପାରିପାର୍ଶ୍ବିକ ଅବସ୍ଥା...

ବିକାଶ ଦୁବେକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟି ଭୋର ଚାରିଟାର ହୋଇଥିବାବେଳେ ଏହା ବିକାଶ ଦୁବେକୁ ଆଣି ଆସୁଥିବା ତିନୋଟି ଗାଡି ଏକ ଟୋଲ ଗେଟ୍‌ କ୍ରସ କରୁଛନ୍ତି । ତେବେ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡି ବଦଳରେ ବିକାଶ ଅନ୍ୟ ଏକ ଗାଡିରେ ବସିଥିବାର ଦେଖିବାକୁ ମିଳୁଛି ।

ସେହିପରି ଅନ୍ୟ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବିକାଶ ଦୁବେକୁ ପିଛା କରୁଥିବା ଗଣମାଧ୍ୟମ ପ୍ରତିନିଧିକୁ 6.30ରେ ଏକ ତନଖି ନିକଟରେ ଅଟକାଯାଇଛି । ଯାହାକି ଏନକାଉଣ୍ଟରର ଅଧଘଣ୍ଟା ପୂର୍ବରୁ କରାଯାଇଛି । ଏନେଇ ଗଣମାଧ୍ୟମ ପ୍ରତିନିଧି ପୋଲିସକୁ ପଚାରିବାରୁ ସେ ଯାଞ୍ଚ ଚାଲୁଥିବା କହିଛନ୍ତି । ହେଲେ କଣ ପାଇଁ ତାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନାହାଁନ୍ତି ।

ସେପଟେ ପ୍ରତ୍ୟକ୍ଷଦର୍ଶୀ ଆଶିଷ ପାଶୱାନଙ୍କ କହିବାଅନୁସାରେ, ‘ଆମେ ଗୁଳିଫୁଟିବାର ଶବ୍ଦ ଶୁଣିଛୁ । ଆଉ ଆମେ ସେଠାକୁ ଯିବା ସମୟରେ ଆମକୁ ପୋଲିସ ଏଠାରୁ ଚାଲିଯିବାକୁ କହିଥିଲା । ତେବେ ସେପର୍ଯ୍ୟନ୍ତ କୌଣସି ଦୁର୍ଘଟଣା ହୋଇଥିବା ଆମେ ଦେଖିନାହୁଁ ।’

ଅନ୍ୟପଟେ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ପୋଲିସ ବିକାଶ ଦୁବେକୁ ମେଡିକାଲ ନେଇଯାଉଛି । ତେବେ ବର୍ଷା ହେଉଥିବା ତଥା ମାଟିରେ ଗାଡି ଭାରସ୍ୟାମ ହରାଇ ଗାଡିଟି ଓଲଟି ପଡିଥିବା ପୋଲିସ କହୁଥିବାବେଳେ ବିକାଶର ଡ୍ରେସରେ କୌଣସି କାଦୁଅର ଦାଗ ମେଡିକାଲ ନେବା ସମୟରେ ଦେଖିବାକୁ ମିଳିନାହିଁ । ଯାହାକି ସନ୍ଦେହ ସୃଷ୍ଟି କରୁଛି ।

ସୂଚନାଥାଉକି, ଗତ ଗୁରୁବାର ଦିନ କାନପୁରର ବିକ୍ରୁ ଗାଁରେ ବିକାଶ 8 ଜଣ ପୋଲିସଙ୍କୁ ଗୁଳି କରି ହତ୍ୟା କରିଥିଲା । ଯେଉଁଥିଲାଗି ପୋଲିସ ତାକୁ ଖୋଜୁଥିବାବେଳେ ତାକୁ ଧରାଇଦେଲେ 5 ଲକ୍ଷ ଟଙ୍କା ମିଳିବ ବୋଲି ଘୋଷଣା କରାଯାଇଥିଲା । ଉତ୍ତରପ୍ରଦେଶର ବିଭିନ୍ନ ରାସ୍ତାକୁ ସିଲ୍‌ କରାଯିବା ସହ ଚାରିଆଡେ ବିକାଶର ଫଟୋ ଲଗାଯାଇଥିଲା । ହେଲେ ଏସବୁ ଭିତରେ ସେ ପୋଲିସକୁ ଚକମା ଦେଖାଇ ମଧ୍ୟପ୍ରଦେଶ ପହଞ୍ଚି ଯାଇଥିବା ସହ ସେଠାରୁ ତାକୁ ଗିରଫ କରାଯାଇଥିଲା ।

@IANS

ABOUT THE AUTHOR

...view details