ଓଡିଶା

odisha

ଅସ୍ତ୍ରଶସ୍ତ୍ର ନୁହେଁ, ବୀରତ୍ବରୁ ହିଁ ହାସଲ ହୁଏ ବିଜୟ: ଶାହ

ଏନଏସଜିର 29 ତମ ସ୍ବତନ୍ତ୍ର କମ୍ପୋଜିଟ ଗୃପ କମ୍ପଲେକ୍ସ ଉଦଘାଟନ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ଯୁଦ୍ଧରେ ଅସ୍ତ୍ରଶସ୍ତ୍ର କେବଳ ଏକ ଭୂମିକା ଅର୍ଜନ କରେ, କିନ୍ତୁ ଯୁଦ୍ଧରେ ବିଜୟ ସାହସରୁ ହିଁ ହାସଲ କରାଯାଇପାରେ ବୋଲି କହିଛନ୍ତି ଶାହ । ଅଧିକ ପଢନ୍ତୁ...

By

Published : Mar 1, 2020, 6:57 PM IST

Published : Mar 1, 2020, 6:57 PM IST

ଅସ୍ତ୍ରଶସ୍ତ୍ର ନୁହେଁ, ବୀରତ୍ବରୁ ହିଁ ହାସଲ ହୁଏ ବିଜୟ: ଶାହ
ଅସ୍ତ୍ରଶସ୍ତ୍ର ନୁହେଁ, ବୀରତ୍ବରୁ ହିଁ ହାସଲ ହୁଏ ବିଜୟ: ଶାହ

କୋଲକାତା: ପଶ୍ଚିମବଙ୍ଗ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜାର ହାଟରେ ଏନଏସଜିର 29 ତମ ସ୍ବତନ୍ତ୍ର କମ୍ପୋଜିଟ ଗୃପ କମ୍ପଲେକ୍ସ ଉଦଘାଟନ କରିଛନ୍ତି । ଯେଉଁମାନେ ଦେଶକୁ ବିଭାଜନ କରିବାକୁ ଚାହୁଁଛନ୍ତି, ସେମାନଙ୍କ ଛାତିରେ ଭୟ ସୃଷ୍ଟି କରିବା ଏନଏସଜିର କାମ ବୋଲି ଏହି ଉଦଘାଟନୀ ସମାରୋହରେ କହିଛନ୍ତି ଶାହ । ଶାହ କହିଛନ୍ତି ଆଜି ବହୁତ ଗୌରବର ଦିନ । ଏନଏସଜିକୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ସରକାର ଆଗକୁ ବଢିଛନ୍ତି ।

ଅସ୍ତ୍ରଶସ୍ତ୍ର ନୁହେଁ, ବୀରତ୍ବରୁ ହିଁ ହାସଲ ହୁଏ ବିଜୟ: ଶାହ

ଏନଏସଜିର ସବୁ ଇଚ୍ଛା ପୂର୍ଣ୍ଣ କରିଛୁ

ଅମିତ ଶାହ କହିଛନ୍ତି ଯେ ଏକା ସହିତ ପାଖାପାଖି 245 କୋଟି ଟଙ୍କାର ଭିନ୍ନ ଭିନ୍ନ ଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଛି । 5 ବର୍ଷ ମଧ୍ୟରେ NSG ଭାରତ ସରକାରଙ୍କ ଆଗରେ ଯେଉଁ ସବୁ ଇଚ୍ଛା ରଖିଥିଲା, ସେସବୁକୁ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ପୂରା କରିବ ।

ଯୁଦ୍ଧରେ ବୀରତ୍ବର ସହ ବିଜୟ ହାସଲ ହୁଏ

ଗୃହମନ୍ତ୍ରୀ ଏନଏସଜି ଯବାନଙ୍କୁ କହିଛନ୍ତି ଯେ ଆମେ ଆପଣଙ୍କୁ ଉତ୍ତମ ସୁବିଧା ଦେଇପାରିବୁ, ଭଲ ଘର ଦେଇପାରିବୁ, ସମସ୍ତ ଆଧୁନିକ ସୁବିଧା ଦେଇପାରିବୁ । ହେଲେ ଯୁଦ୍ଧ କୌଣସି ଜିନିଷରୁ ନୁହେଁ ବରଂ ବୀରତ୍ବରୁ ହିଁ ବିଜୟ ହାସଲ ହୁଏ । ଯୁଦ୍ଧରେ ଅସ୍ତ୍ରଶସ୍ତ୍ର କେବଳ ଏକ ଭୂମିକା ଅର୍ଜନ କରେ, କିନ୍ତୁ ଯୁଦ୍ଧରେ ବିଜୟ ସାହସରୁ ହିଁ ହାସଲ କରାଯାଇପାରେ । ଅସ୍ତ୍ରଶସ୍ତ୍ର କେବେ ବି ବୀରତ୍ବର ସ୍ଥାନ ନେଇପାରିବନି ।

ଭାରତ କେବେ ବି ଆକ୍ରମଣ କରିନାହିଁ

ଗୃହମନ୍ତ୍ରୀ ଶାହ କହିଛନ୍ତି ଯେ NSG ସ୍ଥାପନାଠୁ ନେଇ ଆଜିଯାଏଁ ନିଜ ଯବାନଙ୍କ ସର୍ବୋଚ୍ଚ ବଳିଦାନ ଦ୍ବାରା କେବଳ ସରକାର ନୁହେଁ, ଦେଶ ଓ ଦେଶବାସୀଙ୍କ ବିଶ୍ବାସକୁ ଜିତିବାରେ ସଫଳତା ହାସଲ କରିଛି । ଭାରତ ସମ୍ପୂର୍ଣ୍ଣ ବିଶ୍ବରେ ଶାନ୍ତି ଚାହେଁ । 10 ହଜାର ବର୍ଷର ଇତିହାସରେ ଭାରତ କେବେ ବି କାହା ଉପରେ ଆକ୍ରମଣ କରିନାହିଁ । ହେଲେ ଆମେ କାହାକୁ ବି ନିଜ ଦେଶର ଶାନ୍ତି ଭଙ୍ଗ କରିବାକୁ ଦେବୁନାହିଁ । ଯଦି କେହି ଆମ ଯବାନଙ୍କ ଜୀବନ ନେବାକୁ ଚେଷ୍ଟା କରିବ, ତାହେଲେ ତାକୁ ଏହାର ପରିଣାମ ନିଶ୍ଚେ ଭୋଗିବାକୁ ପଡିବ ବୋଲି କହିଛନ୍ତି ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details