ଓଡିଶା

odisha

ETV Bharat / bharat

ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ; ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜଣେ ଜନନେତା, ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅନ୍ୟନାମ ଅଟଳ ବିହାରୀ ବାଜପେୟୀ । ଆଜି ରାଜନୀତିର ଭୀଷ୍ମ ପିତାମହଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀ। ଆଜିର ଦିନରେ ରାଷ୍ଟ୍ରପତି, ଉପରାଷ୍ଚ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।

ରାଜନୀତର ପିତାମହ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ଉପରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳୀ
ରାଜନୀତର ପିତାମହ ବାଜପେୟୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ଉପରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳୀ

By

Published : Aug 16, 2020, 7:57 AM IST

Updated : Aug 16, 2020, 9:36 AM IST

ନୂଆଦିଲ୍ଲୀ: ଜଣେ ଜନନେତା,ବକ୍ତା, ପ୍ରସିଦ୍ଧ ହିନ୍ଦୀ କବି ଓ ଦୃଢ ଇଚ୍ଛାଶକ୍ତିର ଅନ୍ୟନାମ ଅଟଳ ବିହାରୀ ବାଜପେୟୀ। 1924 ମସିହା ଡିସେମ୍ବର 24 ତାରିଖରେ ଭାରତୀୟ ଆକାଶରେ ଉଦୀୟ ମାନ ଏହି ଜ୍ୟୋତିଷ ଜଣକ 2018 ଅଗଷ୍ଟ 16ରେ ଲିଭି ଯାଇଥିଲେ ସତ ହେଲେ ଆଜିବି ତାଙ୍କର ସ୍ମୃତି ସେମିତି ତାଜା ହୋଇ ରହିଛି। ଏହା ଭିତରେ ଦୁଇ ବର୍ଷ ବିତିଗଲାଣି ହେଲେ ସେ ଦିନଗୁଡାକ ଆଜି ପରି ମନେ ହେଉଛି।

ଜଣେ ମହାନ ବକ୍ତା 'ଅଜାତଶତ୍ରୁ', ଉଦାରବାଦୀ ଗଣତାନ୍ତ୍ରିକ ମୂଲ୍ୟବୋଧର ରାଷ୍ଟ୍ରବାଦୀ କବି, କୁଶଳୀ ପ୍ରଶାସକ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ତାଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ବାଜପେୟୀଙ୍କ ଏହି ପୁଣ୍ୟ ତିଥିରେ ତାଙ୍କୁ ପୁଣି ଥରେ ମନେପକାଇଛନ୍ତି ।

ଅଜାତ ଶତ୍ରୁଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷିକରେ ଭାବପୂର୍ଣ୍ଣ ଟ୍ବିଟ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପିଏମ ମୋଦି । ଅଟଳଙ୍କ ଦେଶ ପ୍ରତି ସେବା ଓ ପ୍ରଗତି କ୍ଷେତ୍ରରେ ତାଙ୍କର ଅବଦାନ ଚିର ସର୍ବଦା ଅବିସ୍ମରଣୀ ବୋଲି ମୋଦି କହିଛନ୍ତି । ଏଥିସହ ସେ ଅଟଳଙ୍କର ଏକ ଭିଡିଓ ସେୟାର କରିଛନ୍ତି।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏହି ରାଷ୍ଟ୍ର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ତିନୋଟି ଟ୍ବିଟ କରି ଶାହା କହିଛନ୍ତି, ଦେଶଭକ୍ତି ଓ ଭାରତୀୟ ସଂସ୍କୃତିର ଏକ ଉତ୍କୃଷ୍ଟ ସ୍ବର ଥିଲେ ଅଟଳ ଜୀ । ସେ ଜଣେ ରାଷ୍ଟ୍ର ସମର୍ପିତ ରାଜନେତା ହେବା ସହ କୁଶଳ ସଙ୍ଗଠକ ମଧ୍ୟ ରହିଥିଲେ । ଯିଏ କି ବିଜେପିର ମୂଳଦୁଆ ପକାଇ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହ କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କୁ ଦେଶ ସେବା ପାଇଁ ପ୍ରେରିତ କରିଥିଲେ ।

ଅଟାଳ ଜୀଙ୍କ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳରେ ଦେଶ ପ୍ରଥମ ଥର ପାଇଁ ସୁଶାସନ ଦେଖିଥିଲା । ଗୋଟିଏ ପଟେ ସର୍ବଶିକ୍ଷା ଅଭିଯାନ, ପିଏମ୍ ଗ୍ରାମ୍ୟ ସଡକ ଯୋଜନା, ଜାତୀୟ ରାଜପଥ ବିକାଶ ପ୍ରକଳ୍ପ ଭଳି ବିକାଶମୂଳକ କାର୍ଯ୍ୟ କରିଥିବାବେଳେ ଅନ୍ୟ ପଟେ ପୋଖରାନ ଠାରେ ଟ୍ରାଏଲ୍ ଏବଂ କାର୍ଗିଲ ବିଜୟଙ୍କ ସହ ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଥିଲେ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଅଟଳ ଜୀଙ୍କ ବିଚାରଧାରାକୁ କେନ୍ଦ୍ର କରି ସୁଶାସନ ଓ ଗରିବ କଲ୍ୟାଣ ପଥରେ ଅଗ୍ରସର । ଏବଂ ଭାରତକୁ ବିଶ୍ୱରେ ଏକ ସୁପର ପାୱାର୍ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଶେଷରେ ଶାହା ଅଟଳ ଜୀଙ୍କ ଏହି ପୁଣ୍ୟ ତିଥିରେ କୋଟି କୋଟି ପ୍ରଣାମ କରି ଶ୍ରଦ୍ଧଞ୍ଜଳି ଦେଇଛନ୍ତି ।

2018 ଅଗଷ୍ଟ 16ରେ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗ ହୋଇଥିଲା । ତାଙ୍କର ଅସ୍ଥିକୁ ଭାରତର 100ଟି ନଦୀରେ ବିସର୍ଜନ କରାଯାଇଥିଲା ।

Last Updated : Aug 16, 2020, 9:36 AM IST

ABOUT THE AUTHOR

...view details