ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ରାମନବମୀର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଶ୍ରୀରାମଙ୍କ ଆଦେଶକୁ ଅନୁକରଣ କରିବାକୁ କହିଛନ୍ତି ।
ରାମନବମୀର ପବିତ୍ର ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେବାସହ ଭାରତୀୟ ସମାନତା ପରମ୍ପରାରେ ଭଗବାନ ରାମଙ୍କୁ ଆଦର୍ଶ ପୁରୁଷ ବୋଲି କହିଛନ୍ତି ରାଷ୍ଟ୍ରପତି । ସମ୍ପୂର୍ଣ୍ଣ ମାନବତା ପ୍ରତି କରୁଣା, ନ୍ୟାୟ, ସତ୍ୟ, ନିଷ୍ଠା ଓ ସଂସ୍କାରର ସାକ୍ଷାତ ସ୍ବରୁପ ଏହି ପର୍ବ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମଦିନ ଭାବରେ ଏହି ପର୍ବକୁ ପାଳନ କରାଯାଇଥାଏ ।