ଓଡିଶା

odisha

ETV Bharat / bharat

ଖୁବଶୀଘ୍ର ଆରମ୍ଭ ହୋଇପାରେ ରାମ ମନ୍ଦିର ନିର୍ମାଣ !

ପ୍ରତିଷ୍ଠା ହେବ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ରାମଙ୍କ ମନ୍ଦିର । ଆସନ୍ତା ଦୁଇ ମାସ ମଧ୍ୟରେ ଏନେଇ ଆସିପାରେ ଚୂଡାନ୍ତ ରାୟ । ଅଦାଲତଙ୍କ ରାୟକୁ ଏବେ ସବୁ ପକ୍ଷଙ୍କ ଅପେକ୍ଷା ।

ଫାଇଲ ଫଟୋ

By

Published : Sep 19, 2019, 6:41 AM IST

ହାଇଦ୍ରାବାଦ: ଖୁବ୍‌ଶୀଘ୍ର ରାମ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହୋଇପାରେ ରାମଲାଲାଙ୍କ ମନ୍ଦିର । ବୁଧବାର ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶରୁ ଏମିତି ଆଶା ସଞ୍ଚାର ହୋଇଛି । ଆଉ ଯାହାକୁ ନେଇ ସନ୍ଥ ସମାଜ ସମେତ ରାମ ମନ୍ଦିର ସପକ୍ଷରେ ଥିବା ବିଭିନ୍ନ ସଂଗଠନ ଏବଂ ସର୍ବୋପରି ସନାତନ ଧର୍ମର ଲୋକେ ଖୁସି ବ୍ୟକ୍ତ କରିଛନ୍ତି ।

ରାମ ମନ୍ଦିର ମାମଲା ଦେଶରେ ଏକ ବଡ ପ୍ରସଙ୍ଗ ହୋଇ ରହିଛି । ରାମ ଜନ୍ମଭୂମି-ବାବ୍ରି ମସଜିଦ ଜମି ବିବାଦ ମାମଲାର ସମସ୍ତ ଜବାବ ଆସନ୍ତା ମାସ ୧୮ ତାରିଖ ସୁଦ୍ଧା ସାରିବାକୁ ସବୁ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାମଲାର ଶୁଣାଣି କରୁଥିବା ସାମ୍ବିଧାନିକ ଖଣ୍ଡପୀଠ । ଅଗଷ୍ଟ ୬ରୁ ଏହି ମାମଲାର ଦୈନନ୍ଦିନ ଶୁଣାଣି କରୁଥିବା ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅଧ୍ୟକ୍ଷ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶହ ଶହ ବର୍ଷର ଏହି ମାମଲାରେ ପୂର୍ଣ୍ଣଛେଦ ପକାଇ ପାରନ୍ତି । ଏହି ଧର୍ମୀୟ ଭାବନା ମାମଲାକୁ ପୂର୍ବରୁ ଆପୋସ ବୁଝାମଣା କରି ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହା ବିଫଳ ହେବା ପରେ କୋର୍ଟ ଦୈନନ୍ଦିନ ଭିତ୍ତିରେ ଏହାର ଶୁଣାଣି କରୁଛନ୍ତି ।


ତେବେ ବୁଧବାର ସୁପ୍ରିମକୋର୍ଟ ସବୁ ପକ୍ଷଙ୍କୁ ଏକ ମାସ ମଧ୍ୟରେ ଯୁକ୍ତି ସାରିବାକୁ ନିର୍ଦ୍ଦେଶ ଦେବା ଦ୍ବାରା ସ୍ପଷ୍ଟ ଅନୁମେୟ ଯେ ମୁଖ୍ୟ ନ୍ୟାୟଧୀଶ ଅବସର ପୂର୍ବରୁ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିବେ । ସୂଚନା ଯୋଗ୍ୟ ଯେ ନଭେମ୍ବର 17ରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ ଅବସର ଗ୍ରହଣ କରିବେ । ରାୟ ପ୍ରକାଶ ପାଇଁ ଅତି କମ୍‌ରେ ଏକ ମାସର ସମୟ ଦରକାର । ଯେଉଁଥିପାଇଁ ଅଦାଲତ ଅକ୍ଟୋବର 18 ସୁଦ୍ଧା ଯୁକ୍ତି ଶେଷ କରିବାକୁ କହିଛନ୍ତି । ଯଦ୍ଦ୍ବାରା ସୁପ୍ରିମକୋର୍ଟଙ୍କୁ ଏକ ମାସର ସମୟ ମିଳି ପାରିବ ।

ABOUT THE AUTHOR

...view details