ଓଡିଶା

odisha

ETV Bharat / bharat

ଆସନ୍ତା ବର୍ଷ ପ୍ରକାଶ ପାଇବ ବାବ୍ରୀ ମସଜିଦ ବିଧ୍ବଂସ ମାମଲାର ରାୟ

ବାବ୍ରୀ ମସଜିଦ ବିଧ୍ବଂସ ମାମଲାରେ ଖୁବ ଶୀଘ୍ର ରାୟ ପ୍ରକାଶ ପାଇବ ବୋଲି ଆକଳନ କରାଯାଉଛି । 2020 ଏପ୍ରିଲ ମାସ ସୁଦ୍ଧା ସୁପ୍ରିମକୋର୍ଟରେ ବାବ୍ରୀ ମସଜିଦ ବିଧ୍ବଂସ ମାମଲାରେ ରାୟ ପ୍ରକାଶ ହେବାର ସମ୍ଭାବନା ରହିଛି ।

By

Published : Nov 10, 2019, 12:00 AM IST

ଫାଇଲ ଫଟୋ

ଲକ୍ଷ୍ନୌ: ଦଶକ ଧରି ଚାଲିଥିବା ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରୀ ମସଜିଦ ମାମଲା ଶନିବାର ରାୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ତେବେ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ବିବାଦୀୟ ବାବ୍ରୀ ମସଜିଦ ବିଧ୍ବଂସ ମାମଲାରେ ମଧ୍ୟ ଖୁବ ଶୀଘ୍ର ରାୟ ପ୍ରକାଶ ପାଇବ ବୋଲି ଆକଳନ କରାଯାଉଛି । 2020 ଏପ୍ରିଲ ମାସ ସୁଦ୍ଧା ସୁପ୍ରିମକୋର୍ଟରେ ବାବ୍ରୀ ମସଜିଦ ବିଧ୍ବଂସ ମାମଲାରେ ରାୟ ପ୍ରକାଶ ପାଇବା ନେଇ ସମ୍ଭାବନା ରହିଛି ।

2017 ଏପ୍ରିଲ 19 ରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ପ୍ରତିଦିନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ଅଦାଲତକୁ 2 ବର୍ଷ ମଧ୍ୟରେ ଶୁଣାଣି ଶେଷ କରିବାକୁ କହିଥିଲେ । କିନ୍ତୁ ଏହା ସତ୍ବେ ଶୁଣାଣି ନସରିବାରୁ ସ୍ବତନ୍ତ୍ର ଅଦାଲତଙ୍କ ଅନୁରୋଧକ୍ରମେ ସର୍ବୋଚ୍ଚ ନ୍ୟାୟାଳୟ 2019 ଜୁଲାଇ 19 ରେ ମାମଲାର ଶୁଣାଣି ଶେଷ କରିବା ପାଇଁ ଆଉ 9 ମାସ ସମୟ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ କର ସେବକମାନେ ବାବ୍ରୀ ମସଜିଦ ଢାଞ୍ଚାକୁ ଧ୍ଵଂସ କରିଥିଲେ । ଏହି ଘଟଣା ସାରା ଦେଶରେ ସାଂପ୍ରଦାୟିକ ଭାବନାକୁ ବିଗାଡ଼ିଥିଲା ଏବଂ ଏହା ସାଂପ୍ରଦାୟିକ ହିଂସାର ରୂପ ନେଇଥିଲା। ଏହି ହିଂସାରେ ୩୦୦୦ରୁ ଅଧିକ ଜୀବନ ଯାଇଥିଲା । ତେବେ ଏହି ଘଟଣା ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଯାହାର ତଦନ୍ତ ଦାୟୀତ୍ବ ପରେ ସିବିଆଇକୁ ଦିଆଯାଇଥିଲା । ଆରୋପ ପତ୍ର ଆସିବା ପରେ ସେଠାରେ ସର୍ବମୋଟ 48 ଜଣଙ୍କ ନାମ ରହିଥିଲା । ସେଥିମଧ୍ୟରୁ ବର୍ତ୍ତମାନ କେବଳ 32 ଜଣ ଜୀବିତ ଅଛନ୍ତି ।

ଏହି ମାମଲାରେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ ସମେତ ମୋଟ 32 ଜଣଙ୍କ ବିରୋଧରେ ପ୍ରମାଣ ପ୍ରସ୍ତୁତ କରୁଛି ସିବିଆଇ ।

ABOUT THE AUTHOR

...view details