ଓଡିଶା

odisha

ETV Bharat / bharat

ଅଶୋକ ଗେହଲଟଙ୍କୁ ସମର୍ଥନ କରୁଛନ୍ତି ବିଜେପି ନେତ୍ରୀ ବସୁନ୍ଧରା ରାଜେ !

ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସଙ୍କଟରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ବିଜେପି ନେତ୍ରୀଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଜସ୍ଥାନରେ ବିଜେପିର ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ସାଂସଦ ହନୁମାନ ବେନିୱାଲ।

By

Published : Jul 17, 2020, 11:59 AM IST

ରାଜସ୍ଥାନର ରାଜନୈତିକ ସଙ୍କଟ
ରାଜସ୍ଥାନର ରାଜନୈତିକ ସଙ୍କଟ

ଜୟପୁର: ରାଜସ୍ଥାନର ରାଜନୈତିକ ସଙ୍କଟ ଏକ ନୂଆ ମୋଡ଼ ନେଇଛି । ବିଜେପିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସଙ୍କଟରେ ପଡ଼ିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି । ଏପରିକି ବସୁନ୍ଧରା ରାଜେ ଗେହଲଟଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ମଧ୍ୟ କହିଥିବା ଏହି ଅଭିଯୋଗରେ କୁହାଯାଇଛି । ବିଜେପି ନେତ୍ରୀଙ୍କ ବିରୋଧରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ରାଜସ୍ଥାନରେ ବିଜେପିର ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିର ସାଂସଦ ହନୁମାନ ବେନିୱାଲ।

ତେବେ ଏନେଇ ବେନିୱାଲ ଟ୍ବିଟ କରି କହିଛନ୍ତି, 'ବସୁନ୍ଧରା ରାଜେ ବ୍ୟକ୍ତିଗତ ଭାବେ କଂଗ୍ରେସର ବିଦ୍ରୋହୀ ବିଧାୟକଙ୍କୁ ଡାକିଛନ୍ତି । ଅଶୋକ ଗେହଲଟଙ୍କ ସରକାର ସଂଖ୍ୟାଲଘୁରେ ଥିବାରୁ ତାଙ୍କୁ ସମର୍ଥନ କରିବାକୁ ସେ ବିଦ୍ରୋହୀ ବିଧାୟକଙ୍କୁ କହିଛନ୍ତି। ଏପରିକି ସେ ବିଦ୍ରୋହୀ ବିଧାୟକଙ୍କୁ ସଚିନ ପାଇଲଟଙ୍କ ଠାରୁ ଦୂରତା ବଜାୟୀ ରଖିବାକୁ ମଧ୍ୟ କହିଛନ୍ତି। ଏନେଇ ମୋ ପାଖରେ ପ୍ରମାଣ ମଧ୍ୟ ରହିଛି । 'ତେବେ ଏହି ଟ୍ବିଟରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ରାଜସ୍ଥାନ ବିଜେପିକୁ ଟ୍ୟାଗ କରିଛନ୍ତି ।

ବସୁନ୍ଧରା ରାଜେଙ୍କ ସହ ମତଭେଦ ହେତୁ ବେନିୱାଲ 2018 ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଛାଡିଥିଲେ। ଏହାପରେ ସେ ୨୦୧୯ରେ ବିଜେପି ସହ ହାତ ମିଳାଇ ଲୋକସଭା ନିର୍ବାଚନ ଲଢ଼ିଥିଲେ । ଅନ୍ୟପକ୍ଷରେ ଏହି ସବୁ ରାଜନୈତିକ ଅସ୍ଥିରତା ମଧ୍ୟରେ ବସୁନ୍ଧରା ରାଜେ ନିରବତା ଅବଲମ୍ବନ କରିଛନ୍ତି । ଏପରିକି ସେ ମଙ୍ଗଳବାର ରାଜସ୍ଥାନ ସଙ୍କଟକୁ ନେଇ ବିଜେପି ପକ୍ଷରୁ ବସିଥିବା ବୈଠକରେ ମଧ୍ୟ ଯୋଗ ଦେଇନାହାଁନ୍ତି । ଯେଉଁଠି ତାଙ୍କ ଉପସ୍ଥିତି ଆଶା କରାଯାଉଥିଲା ।

ABOUT THE AUTHOR

...view details