ଓଡିଶା

odisha

ETV Bharat / bharat

‘ମୋ ଚା’ରେ ମୁସଲିମ ଭାଇଙ୍କ ଚିନି ପଡିଲେ ଆଉ ଟିକେ ମିଠା ହେବ’ - vote

ମୋ ଚା’ରେ ମୁସଲିମ ସମ୍ପ୍ରଦାୟର ଚିନି ପଡିଲେ ଆଉ ଟିକେ ମିଠା ହେବ । ମୁସଲିମ ମତଦାତାଙ୍କୁ ଏପରି କହି ଭୋଟ ଦେବାକୁ ଅପିଲ କରିଛନ୍ତି ବରୁଣ ଗାନ୍ଧୀ ।

ଫାଇଲ ଫଟୋ

By

Published : Apr 22, 2019, 10:51 AM IST

ନୂଆଦିଲ୍ଲୀ: ଗୋଟିଏ ଦଳ, ପରିବାର ବି ଗୋଟିଏ । ସମ୍ପର୍କରେ ମାଆ ଆଉ ପୁଅ । ହେଲେ ପ୍ରଚାରଶୈଳୀରେ ଭିନ୍ନତା । ଗୋଟିଏ ପଟେ ମୁସଲିମ ସମୁଦାୟଙ୍କ ଉପରେ ବିବାଦୀୟ ବୟାନ ଦେଇ ଅଡୁଆରେ ବିଜେପି ନେତ୍ରୀ ମେନକା ଗାନ୍ଧୀ । ଅନ୍ୟପଟେ ମେନକାଙ୍କ ପୁଅ ତଥା ଉତ୍ତରପ୍ରଦେଶ ପିଲିଭିତ୍ତର ବିଜେପି ପ୍ରାର୍ଥୀ ବରୁଣ ଗାନ୍ଧୀ ନିଜ ନିର୍ବାଚନ ପ୍ରଚାରରେ ମୁସଲମାନଙ୍କ ଉପରେ ଦେଖାଇଛନ୍ତି ଉଦାରତା ଆଭିମୁଖ୍ୟ ।

ଏକ ନିର୍ବାଚନୀ ସଭାରେ ଭୋଟ ଦେବା ପାଇଁ ମୁସଲିମ ସମୁଦାୟଙ୍କୁ ଅପିଲ କରିଥିଲେ ବରୁଣ । ଏହି ଅବସରରେ ସେ କହିଥିଲେ, ‘‘ଆପଣମାନେ ମୋତେ ଭୋଟ ଦେଲେ ମୁଁ ବହୁତ ଖୁସି ହେବି । ହେଲେ ଯଦିବି ଆପଣମାନେ ମୋତେ ଭୋଟ ଦେଉନାହାଁନ୍ତି, ମୋ ପାଖକୁ କାମ ପାଇଁ ଆସିପାରିବେ । ମୁଁ ଆପଣଙ୍କ ଦରକାରରେ ଆସିବି ।’’

ବରୁଣ ଆହୁରି ମଧ୍ୟ କହିଥିଲେ, ମୋ ଚା’ରେ ଯଦି ମୁସଲିମ ଭାଇ ଭଉଣୀଙ୍କ ଚିନି ପଡେ ତେବେ ଏହା ଆହୁରି ମିଠା ଲାଗିବ । ମୋ ଚା’ ପାଇଁ ତାଙ୍କ ଚିନି ଦରକାର । ମୁଁ ଦୁନିଆକୁ ହିନ୍ଦୁ-ମୁସଲିମ ଆଧାରରେ ଦେଖିବାକୁ ଚାହେଁ ନାହିଁ ।

କହିରଖୁଛି, ଏଥର ମା ମେନକା ଗାନ୍ଧୀଙ୍କ ଆସନ ପିଲିଭିତ୍ତରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ବରୁଣ । ପୂର୍ବରୁ ଏକ ବିବାଦୀୟ ବୟାନ ଦେଇ ଅଡୁଆରେ ମେନକା ଗାନ୍ଧୀ । ମେନକା କହିଥିଲେ, ‘ମୁସଲିମ ମତଦାତା ତାଙ୍କୁ ଭୋଟ ଦିଅନ୍ତୁ, କାହିଁକିନା ନିର୍ବାଚନ ପରେ ଦରକାରରେ ଆସିପାରେ ।’

ABOUT THE AUTHOR

...view details