ଓଡିଶା

odisha

ETV Bharat / bharat

ବର୍ତ୍ତମାନ ସମୟରେ ମୂଲ୍ୟ ଭିତ୍ତିକ ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ: ଉପରାଷ୍ଟ୍ରପତି - ମୂଲ୍ୟ ଭିତ୍ତିକ ଶିକ୍ଷାଦାନ

ଭାରତର ଶିକ୍ଷା ବ୍ୟବସ୍ଥାକୁ ମୂଲ୍ୟ ଭିତ୍ତିକ ଶିକ୍ଷାଦାନର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି।

ବର୍ତ୍ତମାନ ସମୟରେ ମୂଲ୍ୟ ଭିତ୍ତିକ ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
ବର୍ତ୍ତମାନ ସମୟରେ ମୂଲ୍ୟ ଭିତ୍ତିକ ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ

By

Published : Sep 12, 2020, 5:35 PM IST

ନୂଆଦିଲ୍ଲୀ: ଭାରତର ଶିକ୍ଷା ବ୍ୟବସ୍ଥାକୁ ମୂଲ୍ୟ ଭିତ୍ତିକ ଶିକ୍ଷାଦାନର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ବୋଲି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ କହିଛନ୍ତି।

ହାଇଦ୍ରାବାଦରେ ଅନୁଷ୍ଠିତ ହାର୍ଟଫୁଲନେସ ରଚନା ପ୍ରତିଯୋଗିତାର ଉଦ୍ଘାଟନ ସମୟରେ ଉପରାଷ୍ଟ୍ରପତି ଏପରି ମନ୍ତ୍ରବ୍ୟ ଦେଇଛନ୍ତି । ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ବୀକାର କରିବା ଆବଶ୍ୟକ ରହିଛି ଯେ ବର୍ତ୍ତମାନ ଏକାଡେମିକକୁ ଅତିକ୍ରମ କରି ଆମକୁ ମୂଲ୍ୟ ଭିର୍ତ୍ତିକ ଶିକ୍ଷାଦାନ କରିବା ଆବଶ୍ୟକ ରହିଛି । ଯାହା ବର୍ତ୍ତମାନ ସମୟରେ ବେଶ ଗୁରୁତ୍ବପୂର୍ଣ୍ଣ ଅଟେ ।

ଉପରାଷ୍ଟ୍ରପତି ଅନୁଭବ କରନ୍ତି ଯେ, ସରକାର, ଅଭିଭାବକ, ଶିକ୍ଷକ, ଅନୁଷ୍ଠାନ ଏବଂ ସ୍ବେଚ୍ଛାସେବୀ ସଂଗଠନଗୁଡିକ ଛାତ୍ରମାନଙ୍କୁ ଗୁରୁତ୍ବପୂର୍ଣ୍ଣ ଜୀବନ ଶିକ୍ଷା ପ୍ରଦାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । କିନ୍ତୁ ସେମାନଙ୍କୁ ଏହା ନିଶ୍ଚିତ ହେବାକୁ ପଡିବ ଯେ ପିଲାମାନେ ମୂଲ୍ୟବୋଧ ସହିତ ଭାବନ୍ତି ଏବଂ କାର୍ଯ୍ୟ କରନ୍ତି। ମୁଁ ନିଶ୍ଚିତ ହୋଇ କହିବି ଯଦି ଆମେ ଏହି ଦିଗରେ ନିଜର ଶିକ୍ଷା ବ୍ୟବସ୍ଥାକୁ ନେବା ତେବେ ଭାରତ ସାରା ବିଶ୍ବରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଆଗେଇ ନେବ ।

ABOUT THE AUTHOR

...view details