ଓଡିଶା

odisha

ETV Bharat / bharat

ବିବାହ ବନ୍ଧନରେ ଆବଦ୍ଧ ହେଲେ 18 ଦିବ୍ୟାଙ୍ଗ ନବଦମ୍ପତି

ବିବାହ ବନ୍ଧନରେ ବାନ୍ଧି ହେଲେ 18 ଦିବ୍ୟାଙ୍ଗ ନବଦମ୍ପତି । ଏହି ଗଣ ବିବାହ ସୋମବାର ଗୁଜୁରାଟରେ ସମ୍ପୂର୍ଣ୍ଣ ବୌଦିକ ରିତୀନିତୀ ସହ ସମ୍ପର୍ଣ୍ଣ ହୋଇଛି । ତେବେ ଏତେ ବଡ ଗଣ ବିବାହର ଆୟୋଜନ ସେମାନଙ୍କ ପରିବାର ଲୋକ ନୁହେଁ ବରଂ ସେଠାକାର ସହର ବାସିନ୍ଦା ଓ ବେସରକାରୀ କର୍ତ୍ତୃପକ୍ଷଙ୍କ ସହାୟତାରେ କରାଯାଇଛି ।

ଫାଇଲ ଫଟୋ

By

Published : Jun 4, 2019, 7:20 AM IST

ଗୁଜୁରାଟ: ବିବାହ ବନ୍ଧନରେ ବାନ୍ଧି ହେଲେ 18 ଦିବ୍ୟାଙ୍ଗ ନବଦମ୍ପତି। ଏହି ଗଣ ବିବାହ ସୋମବାର ଗୁଜୁରାଟରେ ସମ୍ପୂର୍ଣ୍ଣ ବୌଦିକ ରିତୀନିତୀ ସହ ସମ୍ପର୍ଣ୍ଣ ହୋଇଛି । ତେବେ ଏତେ ବଡ ଗଣ ବିବାହର ଆୟୋଜନ ସେମାନଙ୍କ ପରିବାର ଲୋକ ନୁହେଁ ବରଂ ସେଠାକାର ସହର ବାସିନ୍ଦା ଓ ବେସରକାରୀ କର୍ତ୍ତୃପକ୍ଷଙ୍କ ସହାୟତାରେ କରାଯାଇଛି ।

ଏହି ବିବାହ ଗ୍ରାଣ୍ଡ ପ୍ରସୋସନ, ରିସେପସନ ଓ ପୂଜାପାଠ ସହ ଶେଷ ହୋଇଛି । ଏହି ଗଣ ବିବାହରେ କେବଳ ବର କନ୍ୟାଙ୍କ ପ୍ରିୟ ପରିଜନ ନୁହେଁ ବରଂ ସହର ବାସିନ୍ଦାଙ୍କ ସହଯୋଗରେ କରାଯାଇଛି । ତେବେ ବିବାହର ସମସ୍ତ ଖର୍ଚ୍ଚ ସହରବାସୀଙ୍କ ଦ୍ବାରା କରାଯାଇଥିଲା ।

ଆୟୋଜକ ରାଜେଶ ଆୟାରଙ୍କ କହିବା ଅନୁସାରେ, ''ଏହା ହେଉଛି ଭଗବାନଙ୍କ ଆର୍ଶୀବାଦ ଯିଏ ଆମକୁ ସବୁ ଦେଇଛନ୍ତି । ଆମେମାନେ କେବଳ ମାଧ୍ୟମ ହୋଇ ସାହାଯ୍ୟର ହାତ ବଢାଇ କିଛି କରିପାରିଛୁ । ଭଦୋଦରାର ସବୁ ବାସିନ୍ଦା ଏହି ବିବାହର ଅଶୀଂଦାର ରହିବା ସହ ନିଜର ପାରୁପାର୍ଯ୍ୟ ପର୍ଯ୍ୟନ୍ତ ସାହାଯ୍ୟ କରିଛନ୍ତି । ''

''ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ, ଏମିତି ଉପାୟରେ ଆମେ କେବେ ବିବାହ କରିବୁ ବୋଲି ଭାବିନିଥିଲି ଏଥିପାଇଁ ଆୟୋଜକଙ୍କୁ ଆମେ ସମ୍ନାନ ଓ ଧନ୍ୟବାଦ ଦେଉଛି'' , ବୋଲି ବିବାହ କରିଥିବା ଦିବ୍ୟାଙ୍ଗ ନବଦମ୍ପତି କହିଛନ୍ତି ।

For All Latest Updates

ABOUT THE AUTHOR

...view details