ଓଡିଶା

odisha

ETV Bharat / bharat

ଭୋଟିଂ ପୂର୍ବରୁ ବିହାରରେ ଭ୍ୟାକ୍ସିନ ବିବାଦ, ବିରୋଧୀଙ୍କୁ ବିଜେପିର ଟାର୍ଗେଟ

ବିହାର ବିଧାନସଭା ନିର୍ବାଚନକୁ ନେଇ ବିଜେପିର ଘୋଷଣାପତ୍ରକୁ ବିରୋଧ । ଫ୍ରି ଭ୍ୟାକ୍ସିନ ପ୍ରତିଶୃତିକୁନେଇ ଘେରିଲେ ବିରୋଧି । ବିଜେପିର ପାଲଟା ଜବାବ ।

ଭୋଟିଂ ପୂର୍ବରୁ ବିହାରରେ ଭ୍ୟାକ୍ସିନ ବିବାଦ, ବିରୋଧିଙ୍କୁ ବିଜେପିର ଟାର୍ଗେଟ
ଭୋଟିଂ ପୂର୍ବରୁ ବିହାରରେ ଭ୍ୟାକ୍ସିନ ବିବାଦ, ବିରୋଧିଙ୍କୁ ବିଜେପିର ଟାର୍ଗେଟ

By

Published : Oct 22, 2020, 9:08 PM IST

ପାଟନା: ବିହାର ବିଧାନସଭା ନିର୍ବାଚନକୁ ନେଇ ନିଜର ଘୋଷଣା ପତ୍ର ଜାରି କରିଛି ବିଜେପି । ଏହି ଅବସରରେ ଏହି ଘୋଷଣାପତ୍ରର ମୁଖ୍ୟ ବର୍ତ୍ତାଗୁଡିକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଘୋଷଣା ପତ୍ର ଆଧାରରେ ବିହାରର ଜନସାଧାରଣଙ୍କୁ ମାଗଣା କୋରୋନା ଟିକା ବାଣ୍ଟିବା ନେଇ ପ୍ରତିଶ୍ରୃତି ଦେଇଛି ବିଜେପି । ତେବେ ବିଜେପିର ଏହି ଘୋଷଣା ପରେ ଜୋର ଧରିଛି ରାଜନୀତି ।

ଘୋଷଣାପତ୍ରରେ ଏପରି ଦାବିକୁ ନେଇ ବିଜେପିକୁ ଘେରିଛନ୍ତି ବିରୋଧି । ଘୋଷଣାକୁ ନେଇ ଜାରି ରାଜନୀତି ଉପରେ ବିହାର ବିଜେପି ପ୍ରଭାରୀ ତଥା ଦଳର ରାଷ୍ଟ୍ରୀୟ ମହାସଚିବ ଭୁପେନ୍ଦ୍ର ଯାଦବ କଡା ପ୍ରତିକ୍ରିୟା ଦେଇଛନ୍ତି ।

ବିଜେପି ସାଂସଦ ଭୁପେନ୍ଦ୍ର ଯାଦବ ସ୍ପଷ୍ଟ କରିଛନ୍ତି, ଯଦି ଭ୍ୟାକ୍ସିନ ଉପରେ କେନ୍ଦ୍ର ସରକାର କୌଣସି ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି, ତାହେଲେ ବିହାରରେ ଏନଡିଏ ସରକାର ଗଠନ ପରେ ଏହି ଟିକା ଜନସାଧାରଣଙ୍କୁ ମାଗଣାରେ ଦିଆଯିବ ।

ବିରୋଧିଙ୍କୁ ଟାର୍ଗେଟ କରି ଭୁପେନ୍ଦ୍ର କହିଛନ୍ତି ଜନସ୍ବାସ୍ଥ୍ୟକୁ ନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଗମ୍ଭୀର ହେବାକୁ ପଡିବ । ଆମେ ଯଦି ବିହାରର ଜନସାଧାରଣଙ୍କ ପାଇଁ କୌଣସି ଘୋଷଣା କରିଛୁ, ତାହେଲେ ଏହା ଉପରେ ଆପତ୍ତି କରିବାର କଣ ଆବଶ୍ୟକ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଅନ୍ୟପକ୍ଷେ ବିଜେପିର ନିର୍ବାଚନୀ ପ୍ରତିଶ୍ରୃତିକୁ ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ସରକାରଙ୍କୁ ଘେରିଛନ୍ତି । ଏହି ଦାବିକୁ ହାସ୍ୟାସ୍ପଦ କହିଛନ୍ତି ସେ । ହରସିମରତ କହିଛନ୍ତି, ଜୀବନ ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଟିକାକୁ ଭୋଟର ଉପକରଣ ଭାବରେ ବ୍ୟବହାର କରୁଛି ବିଜେପି । ସାରା ଦେଶର ଜନସାଧାରଣ କଣ ସମାନ ନାଗରିକ ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ହରସିମରତ ।

ABOUT THE AUTHOR

...view details