ଓଡିଶା

odisha

ETV Bharat / bharat

‘ଉତ୍ତରପ୍ରଦେଶ ଏବେ ହତ୍ୟା ପ୍ରଦେଶ’

ଉତ୍ତରପ୍ରଦେଶର ସହାରନପୁରରେ ହୋଇଥିବା ସାମ୍ବାଦିକଙ୍କ ହତ୍ୟା ମାମଲାକୁ ନେଇ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 19, 2019, 12:43 AM IST


ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥାକୁ ନେଇ ପୁଣି ଥରେ ଯୋଗୀ ସରକାରଙ୍କୁ ଘେରିଛନ୍ତି ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଉତ୍ତରପ୍ରଦେଶର ସାହାରନପୁରରେ ହୋଇଥିବା ସାମ୍ବାଦିକଙ୍କ ହତ୍ୟା ମାମଲାକୁ ନେଇ ଯୋଗୀଙ୍କୁ ଟାର୍ଗେଟ କରିଛନ୍ତି ଅଖିଳେଶ ।

ଅଖିଳେଶ ରବିବାର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ଉତ୍ତରପ୍ରଦେଶ ପୂର୍ବେ ଉତ୍ତମ ପ୍ରଦେଶ ଥିଲା, କିନ୍ତୁ ଏବେ ତାହା ହତ୍ୟା ପ୍ରଦେଶରେ ପରିଣତ ହୋଇଛି । ଏଠାରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ବଢିଚାଲିଛି । ଦିନ ଦି ପହରରେ ଏଠାରେ ହତ୍ୟା ହେଉଛି । ସେ ଉତ୍ତରପ୍ରଦେଶର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ରାଜ୍ୟରେ ଡକାୟତି ଓ ହତ୍ୟା ମାମଲା ବଢିଚାଲିଛି । ଏଠାରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସରକାର ଏ ସବୁ ପ୍ରତି ଧ୍ୟାନ ନଦେଇ କେଉଁ ନୀତିରେ ବ୍ୟସ୍ତ ଅଛନ୍ତି ବୋଲି ସେ ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।


ସୂଚନାଯୋଗ୍ୟ ଯେ, ରବିବାର ସହାରନପୁରରେ ଆଶିଷ ନାମକ ଜଣେ ସାମ୍ବାଦିକ ଓ ତାଙ୍କ ଭାଇଙ୍କୁ ମହୀପାଲ ନାମକ ଜଣେ ବ୍ୟକ୍ତି ଘରେ ପଶି ଗୁଳି କରି ହତ୍ୟା କରିଥିଲେ ।

ABOUT THE AUTHOR

...view details