ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ 3 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । 23 ଦିନର ଶୁଣାଣି ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିଯିବା ପରେ ତାକୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ମିଳିଛି।
ଉତ୍ତରପ୍ରଦେଶର ଶିଶୁକନ୍ୟା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ - three year old girl Rape accused awarded life term
ଉତ୍ତରପ୍ରଦେଶ କାନପୁରରେ ଜଣେ 3 ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ହୋଇଛି। ତେବେ 23 ଦିନର ଶୁଣାଣି ପରେ ଏ ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତିକାତ୍ମକ ଫଟୋ
ଘଟଣାର 75 ଦିନ ଭିତରେ ଶୁଣାଣୀ ଶେଷ ହେବା ସହ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଗତ ଜୁଲାଇ 27ରେ ସେ ଜଣେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା। ପରେ କାନପୁର ପୋଲିସ ଏହି ମାମଲାରେ ସେପ୍ଟେମ୍ବର 17ରେ ଚାର୍ଜସିଟ ଦାଖଲ କରିଥିଲା ।
ସୂଚନା ଅନୁସାରେ, ବିଠୁ ଅଞ୍ଚଳର 3 ବର୍ଷର ଶିଶୁକନ୍ୟାଟି ନିଜର ଜେଜେ ମାଆଙ୍କ ସହ ବିଲକୁ ଯାଇଥିଲା । ଏହି ସମୟରେ ରାଧାଶ୍ୟାମ ନାମକ ଜଣେ ବ୍ୟକ୍ତି ଶିଶୁକୁ ବିଲ ନିକଟରେ ଥିବା ଏକ କୁଡିଆ ଘରକୁ ନେଇ ଦୁଷ୍କର୍ମ କରିଥିଲା।