ନୂଆଦିଲ୍ଲୀ: ଭାରତ ଚୀନ ସୀମା ବିବାଦ ଓ ଲଦାଖର ଗଲବାନ ଘାଟିରେ 20 ଭାରତୀୟ ଯବାନ ଶହୀଦ ହେବା ପରେ ଦେଶରେ ଚୀନ ସାମଗ୍ରୀ ବର୍ଜନ ଜୋର ଧରିଛି । ଅନେକ ସଂଗଠନ ତଥା ଲୋକେ ସ୍ବତପ୍ରବୃତ୍ତ ଭାବେ ଆଗକୁ ଆସି ଚୀନ ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦେଉଛନ୍ତି । ଏପରିକି ଦେଶରେ ଚୀନ ବିରୋଧୀ ମାହୋଲ ଏତେ ମାତ୍ରାରେ ବ୍ୟାପକ ହୋଇଛି ଯେ, ଅନେକ ସ୍ଥାନରେ ଲୋକେ ଚୀନ ଦ୍ବାରା ପ୍ରସ୍ତୁତ ଟିଭି ଭାଙ୍ଗୁଥିବା ଦେଖିବାକୁ ମିଳୁଛି ।
ଏପରିସ୍ଥଳେ ଉତ୍ତରାଖଣ୍ଡର ଅନେକ ରାଇସ ମିଲ ମାଲିକ ଏକ ଅଭିନବ ଉପାୟରେ ଚୀନ ସାମଗ୍ରୀ ବର୍ଜନ କରିଛନ୍ତି । ମିଲ ପାଇଁ ଆବଶ୍ୟକ ଥିବା ମେସିନ ଚୀନ ବଦଳରେ ଜାପାନଠାରୁ କିଣିବାକୁ ଇଚ୍ଛା କରିଛନ୍ତି । ଚୀନ କମ୍ପାନୀକୁ ଦେଇଥିବା ଅର୍ଡରକୁ ପ୍ରତ୍ୟାହାର କରି 5 ଲକ୍ଷ ଅଧିକ ମୂଲ୍ୟରେ ଜାପାନ କମ୍ପାନୀ ଠାରୁ କିଣିବା ଲାଗି ପ୍ରସ୍ତୁତ ହୋଇଛନ୍ତି ।