ଓଡିଶା

odisha

ETV Bharat / bharat

ବଦ୍ରିନାରାୟଣଙ୍କ ଶରଣରେ ମୋଦି - arrives

ଦେଶରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଚାଲିଛି । ଏହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି । ବାରଣାସୀରୁ ମୋଦି ନିର୍ବାଚନ ଲଢୁଥିବା ବେଳେ ଆଜି ତାଙ୍କର ଭାଗ୍ୟ ପରୀକ୍ଷା କରିବେ ଭୋଟର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ

By

Published : May 19, 2019, 11:30 AM IST

Updated : May 19, 2019, 12:14 PM IST

ଡେରାଡୁନ: କେଦାରନାଥ ଯାତ୍ରା ପରେ ମୋଦି ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି । ଭଗବାନ ବଦ୍ରିନାରାୟଣଙ୍କ ଆର୍ଶୀବାଦ ପରେ ଦିବ୍ୟ ଜ୍ୟୋତିର ଦର୍ଶନ କରିବେ । ସେପଟେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 2 ଦିନର ଏହି ଗସ୍ତ ପରେ ଦିଲ୍ଲୀ ଫେରିବେ ମୋଦି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ

ପ୍ରଧାନମନ୍ତ୍ରୀ ହେବାର ପ୍ରଥମ ଥର ଲାଗି ମୋଦି ବଦ୍ରିନାଥଙ୍କ ଦର୍ଶନ କରିଛନ୍ତି । ତେବେ କେଦାରନାଥଙ୍କ ଦର୍ଶନ ପରେ ନିଜକୁ ସୌଭାଗ୍ୟ ମଣିଛନ୍ତି ମୋଦି। ଆଧ୍ୟାତ୍ମିକ ଚେତନା ଭୂମିକୁ ଆସିବାକୁ ବହୁ ବର୍ଷ ପରେ ସୁଯୋଗ ମିଳିଥିବା ବେଳେ ଏଠାରେ ପ୍ରକୃତି, ପର୍ଯ୍ୟାବରଣ ଓ ପର୍ଯ୍ୟଟନ ଉପରେ ଗୁରୁତ୍ବ ଦେବେ ବୋଲି ସେ କହିଛନ୍ତି ।

ଏଥିସହ ସେ ଆହୁରି କହିଛନ୍ତି, ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କୁ ଏହି ଦୃଶ୍ୟ ଦେଖିବାକୁ ଆହ୍ବାନ କରିଛନ୍ତି । ନିଜ ଦେଶର ପ୍ରତିଟି ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ କହିଛନ୍ତି । କେଦାରନାଥ ସହ ତାଙ୍କ ଭାବନା ଜଡିତ ଥିବା ବେଳେ 2013ର ପ୍ରାକୃତିକ ବିପର୍ଯ୍ୟୟ ପରେ ଏ ଅଞ୍ଚଳର ବିକାଶ ଦିଗରେ ବିଜେପି ସରକାର କାମ କରୁଛି ବୋଲି ବୋଲି ସେ କହିଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଏଏନଆଇ

ରବିବାର ଦେଶରେ ଅନ୍ତିମ ତଥା ସପ୍ତମ ପର୍ଯ୍ୟାୟ ନିର୍ବାଚନ ଚାଲୁଅଛି । ବାରଣାସୀରୁ ମୋଦି ନିର୍ବାଚନ ଲଢୁଥିବା ବେଳେ ନିର୍ବାଚନ ପୂର୍ବରୁ ମୋଦି ଉତ୍ତରାଖଣ୍ଡର କେଦାରନାଥ ଓ ବଦ୍ରିନାଥଙ୍କ ପରିଦର୍ଶନ ଆସିଛନ୍ତି । ଫଳାଫଳ ପୂର୍ବରୁ ମୋଦିଙ୍କ ଏହି ଗସ୍ତ ବିରୋଧୀଙ୍କ ମହଲରେ ଚର୍ଚ୍ଚା ହେଉଥିବା ବେଳେ ବିକାଶ ଦିଗରେ ପରୀକ୍ଷଣ କରିଛନ୍ତି ମୋଦି।

Last Updated : May 19, 2019, 12:14 PM IST

ABOUT THE AUTHOR

...view details