ବରଫ ଚାଦର ତଳେ ଉତ୍ତରାଖଣ୍ଡ
ଡେରାଡୁନ: ପୁଣି ବରଫ ଚାଦରରେ ଢାଙ୍କି ହୋଇଛି ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳ । କିଛି ଦିନର ବ୍ୟବଧାନ ପରେ ବୁଧବାର ପୁଣି ଥରେ ପାଗ ବିଗିଡି ଯାଇଛି । ଫଳରେ ଉତ୍ତରାଖଣ୍ଡ ରାଜ୍ୟର ବିଭିନ୍ନ ଅଞ୍ଚଳ ତୁଷାରପାତ ହେବା ସହ ପାହାଡି ଅଞ୍ଚଳ ଗୁଡିକ ବରଫରେ ପୋତି ହୋଇଯାଇଛି ।

ତୁଷାରପାତ ଯୋଗୁଁ ରାଜ୍ୟରେ ପୁଣି ଥରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଛି । ତେବେ ମଙ୍ଗଳବାର ରାଜ୍ୟର କିଛି ଅଞ୍ଚଳରେ ବୃଷ୍ଟିପାତ ହୋଇଥିଲା । ସେଥିପାଇଁ ପାଗରେ ପରିବର୍ତ୍ତନ ଘଟି ଥଣ୍ଡାର ମାତ୍ରା ବୃଦ୍ଧି ପାଇଛି । ଏପରିକି ତୁଷାରପାତ ଯୋଗୁଁ କିଛି କିଛି ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।
ଅନ୍ୟପଟେ ତୁଷାରପାତ ଯୋଗୁଁ କେତେକ ଗାଁ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବିଶେଷ କରି କେଦାରନାଥ, ତୃଙ୍ଗନାଥ, ମଦେମେଶ୍ବରରେ ବର୍ତ୍ତମାନ ମଧ୍ୟ ତୁଷାରପାତ ଲାଗି ରହିଛି ।