ଓଡିଶା

odisha

ETV Bharat / bharat

ମାଙ୍କଡ ମାରିବା ପାଇଁ କେନ୍ଦ୍ରଠାରୁ ଅନୁମତି ମାଗିଲେ ଉତ୍ତରାଖଣ୍ଡ ସରକାର - ମାଙ୍କଡ ମାରିବା ପାଇଁ କେନ୍ଦ୍ରକୁ ଅନୁମତି

ରାଜ୍ୟରେ ମାଙ୍କଡ ସଂଖ୍ୟା ବୃଦ୍ଧି ହେତୁ ରାଜ୍ୟରେ ନାନାଦି ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏପରିସ୍ଥଳେ ମାଙ୍କଡମାନଙ୍କୁ ଜଙ୍ଗଲ ଅଞ୍ଚଳ ବାହାରେ ବଣୁଆ ଜନ୍ତୁ ବୋଲି ଘୋଷଣା କରିବାକୁ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ସୋମବାର ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ବୈଠକରେ ମାଙ୍କଡ ସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ଯୋଗୁଁ କ୍ଷୟକ୍ଷତି ପ୍ରସଙ୍ଗ ଉଠିଛି।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 30, 2020, 1:27 PM IST

ଡେରାଡୁନ: ମାଙ୍କଡ ମାରିବାକୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ମାଗିଲେ ଉତ୍ତରାଖଣ୍ଡ ସରକାର । ରାଜ୍ୟରେ ମାଙ୍କଡ ସଂଖ୍ୟା ବୃଦ୍ଧି ହେତୁ ରାଜ୍ୟରେ ନାନାଦି ସମସ୍ୟା ସୃଷ୍ଟି ହେବାରେ ଲାଗିଛି । ଏପରିସ୍ଥଳେ ମାଙ୍କଡମାନଙ୍କୁ ଜଙ୍ଗଲ ଅଞ୍ଚଳ ବାହାରେ ବଣୁଆ ଜନ୍ତୁ ବୋଲି ଘୋଷଣା କରିବାକୁ କେନ୍ଦ୍ରକୁ ଏକ ପ୍ରସ୍ତାବ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ସୋମବାର ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ବୈଠକରେ ମାଙ୍କଡ ସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ଯୋଗୁଁ କ୍ଷୟକ୍ଷତି ପ୍ରସଙ୍ଗ ଉଠିଛି। ଏହା ଉପରେ ବୋର୍ଡକୁ ସୂଚନା ଦିଆଯାଇଥିଲା ଯେ ଏ ବାବଦରେ ଭାରତ ସରକାରଙ୍କୁ ଏକ ପ୍ରସ୍ତାବ ପଠାଯାଇଛି। ଅର୍ଥାତ୍ ଜଙ୍ଗଲ ବାହାରେ ଥିବା ମାଙ୍କଡମାନଙ୍କୁ ବଣୁଆ ଜନ୍ତୁ ବୋଲି ଘୋଷଣା କରି ସେମାନଙ୍କୁ ମାରିବା ପାଇଁ ଜଡିତ ଏକ ପ୍ରସ୍ତାବ ଭାରତ ସରକାରଙ୍କ ନିକଟକୁ ପଠାଯାଇଛି।

ହିନ୍ଦୁ ଧର୍ମରେ ମାଙ୍କଡମାନେ ଧାର୍ମିକ ବିଶ୍ବାସ ଏବଂ ଆସ୍ଥା ସହିତ ଜଡିତ ଥିବା ଦେଖାଯାଏ। ଏପରି ପରିସ୍ଥିତିରେ ଉତ୍ତରାଖଣ୍ଡର ଏହି ପ୍ରସ୍ତାବ ଭାରତ ସରକାରଙ୍କଠାରୁ ଅନୁମତି ମିଳୁଛି କି ନାହିଁ, ସେ ନେଇ ଏକ ମଜାଦାର ବିଷୟ ପାଲଟିଛି । ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଡକ୍ଟର ହରକ ସିଂ ରାୱତ କହିଛନ୍ତି ଯେ ବର୍ତ୍ତମାନ ଘୁଷୁରି ଏବଂ ମାଙ୍କଡ ରାଜ୍ୟର ଚାଷରେ ସର୍ବାଧିକ କ୍ଷତି ଘଟାଉଛନ୍ତି । ଘୁଷୁରିକୁ ମାରିବା ପାଇଁ ଅନୁମତି ପୂର୍ବରୁ ରାଜ୍ୟରେ ଅଛି, କିନ୍ତୁ ମାଙ୍କଡମାନଙ୍କ ପାଇଁ ଏହି ନିୟମ ନାହିଁ । ମନ୍ତ୍ରୀ ହରାକ ସିଂ ରାୱତ ରାଜି ହୋଇଥିଲେ ଯେ ମାଙ୍କଡମାନଙ୍କ ପରିବାର ନିୟନ୍ତ୍ରଣ ଯୋଜନା କରାଯାଇଥିଲା, କିନ୍ତୁ ଏହାର ପରୀକ୍ଷଣ ସଫଳ ହୋଇପାରିଲା ନାହିଁ । ଏଭଳି ପରିସ୍ଥିତିରେ ଲୋକମାନେ ମାଙ୍କଡମାନଙ୍କ ଦ୍ବାରା ଅସୁବିଧାରେ ପଡ଼ୁଛନ୍ତି ।

ଅନ୍ୟପଟେ ଏହି ସଂକ୍ରାନ୍ତରେ ମନ୍ତ୍ରୀଙ୍କ ଏକ ଅଜବ ବୟାନ ମଧ୍ୟ ଚିନ୍ତାରେ ପକାଇଛି । ମନ୍ତ୍ରୀ କହିଛନ୍ତି ଯ, ମାଙ୍କଡ ମାରିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଲେ ମଧ୍ୟ ମାଙ୍କଡମାନଙ୍କୁ କେହି ହତ୍ୟା କରିବେ ନାହିଁ। ସେ ବ୍ୟକ୍ତିଗତ ଭାବେ କହିଛନ୍ତି ଯେ ସେ ଅନୁମତି ମାଗିଥିଲେ ମଧ୍ୟ ନିଜେ ମଧ୍ୟ ମାଙ୍କଡ ମାରିବା ନାହିଁ । ମନ୍ତ୍ରୀ ମାଙ୍କଡ ମାରିବା ନେଇ ନିଜେ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଏପରିସ୍ଥଳେ ପ୍ରଶ୍ନ ଉଠୁଛି, ମନ୍ତ୍ରୀ ଆଦେଶ ମାଗୁଛନ୍ତି ହେଲେ ମାଙ୍କଡ ମାରିବେ ନାହିଁ ବୋଲି କହୁଛନ୍ତି , ତେବେ ଅନୁମତି ମିଳିଲେ ବନ ବିଭାଗ ମାଙ୍କଡଙ୍କୁ କିପରି ମାରବେ ?

ଚଳିତ ବର୍ଷ ମେ' ମାସରେ ହିମାଚଳପ୍ରଦେଶ ମଧ୍ୟ ମାଙ୍କଡମାନଙ୍କୁ ମାରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ନେଇଥିଲା। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମାଙ୍କଡମାନଙ୍କୁ ବଣୁଆ ଓ ଆକ୍ରମକ ଜନ୍ତୁ ଘୋଷଣା କରିବା ପରେ ରାଜ୍ୟର 91 ଟି ତହସିଲ ଏବଂ ଉପ-ତହସିଲରେ ପ୍ରଭାବିତ ଚାଷୀଙ୍କୁ ମାଙ୍କଡ ମାରିବା ଅନୁମତି ଦିଆଯାଇଥିଲା । ଏହି ଅନୁମତି ଏକ ବର୍ଷ ପାଇଁ ବଳବତ୍ତର ରହିବ ।

ABOUT THE AUTHOR

...view details