ଓଡିଶା

odisha

ହିମସ୍ଖଳନ: ମୃତକଙ୍କ ପରିବାରକୁ ରାଜ୍ୟସରକାର ଦେବେ 4 ଲକ୍ଷ, PM ପାଣ୍ଠିରୁ ମଧ୍ୟ ଅନୁକମ୍ପା ଘୋଷଣା

By

Published : Feb 7, 2021, 8:18 PM IST

ଉତ୍ତରାଖଣ୍ଡ ହିମସ୍ଖଳନରେ ମୃତକଙ୍କ ପରିବାରକୁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର । ଅଧିକ ପଢନ୍ତୁ...

ଦେବଭୂମି ହିମସ୍ଖଳନ: ମୃତକଙ୍କ ପରିବାରକୁ ରାଜ୍ୟସରକାର ଦେବେ 4 ଲକ୍ଷ, PM ପାଣ୍ଠିରୁ ମଧ୍ୟ ଅନୁକମ୍ପା ଘୋଷଣା
ଦେବଭୂମି ହିମସ୍ଖଳନ: ମୃତକଙ୍କ ପରିବାରକୁ ରାଜ୍ୟସରକାର ଦେବେ 4 ଲକ୍ଷ, PM ପାଣ୍ଠିରୁ ମଧ୍ୟ ଅନୁକମ୍ପା ଘୋଷଣା

ଡେରାଡୁନ: ଉତ୍ତରାଖଣ୍ଡରେ ହିମସ୍ଖଳନ ଯୋଗୁଁ ପ୍ରବଳ କ୍ଷୟକ୍ଷତି ପରେ ଏବେସୁଦ୍ଧା 10 ଜଣଙ୍କର ପ୍ରାଣ ଯାଇସାରିଲାଣି । ନିଖୋଜ ଅଛନ୍ତି 150ରୁ ଉର୍ଦ୍ଧ୍ବ । ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ହେବା ନେଇ ରହିଛି ଆଶଙ୍କା । ଏହାରି ମଧ୍ୟରେ ମୃତକଙ୍କ ପରିବାରକୁ ଅନୁକମ୍ପା ଅର୍ଥ ଘୋଷଣା କରିଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟସରକାର ।

ଉତ୍ତରାଖଣ୍ଡରେ ହିମସ୍ଖଳନ ଘଟଣାରେ ମୃତକଙ୍କୁ 4 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା ରକିଛନ୍ତି ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ସେପଟେ ପ୍ରଧାନମନ୍ତ୍ରୀ PMNRF ପାଣ୍ଠିରୁ ମଧ୍ୟ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ଅର୍ଥ ଘୋଷଣା ହୋଇଥିବା ବେଳେ ପ୍ରତ୍ୟେକ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଟଙ୍କା ଅର୍ଥ ଦିଆଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ବର୍ତ୍ତମାନର ସ୍ଥିତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ରାୱତ କହିଛନ୍ତି, ଭାରତୀୟ ସେନା ଘଟଣାସ୍ଥଳରେ ପହଞ୍ଚିଛି । ଡେରାଡୁନରେ ପହଞ୍ଚିଥିବା ଏନଡିଆରଏଫର ଟିମ ଚାମୋଲି ରାସ୍ତାରେ ଅଛନ୍ତି । ଘଟଣାସ୍ଥଳରେ ଡାକ୍ତରୀ ଟିମ ମଧ୍ୟ ପହଞ୍ଚିସାରିଛି । ଯନ୍ତ୍ରପାତି ସହିତ 60 ଜଣିଆ SDRF ଉଦ୍ଧାରକାରୀଙ୍କ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ରବିବାର ଋଷିଗଙ୍ଗାର ଉପର ମୁଣ୍ଡରେ ହିମ ସ୍ଖଳନ ଯୋଗୁଁ ଦେବଭୂମିରେ ଦେଖିବାକୁ ମିଳିଥିଲା ଜଳ ପ୍ରଳୟ । ହଠାତ ଜଳସ୍ତର ବଢିଯିବାରୁ ଧଉଳିଗଙ୍ଗା ଓ ଅଳକାନନ୍ଦ ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଥିଲା । ଯୁଦ୍ଧକାଳୀନ ଭିତ୍ତିରେ ନଦୀକୂଳିଆଙ୍କୁ ସ୍ଥାନ ଖାଲି କରିବାକୁ ପରାମର୍ଶ ଦେଇଛି ପ୍ରଶାସନ । ସେପଟେ ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଆଇଟିବିପି ଯବାନ ପହଞ୍ଚିଛନ୍ତି ।

ABOUT THE AUTHOR

...view details