ଡେରାଡୁନ: କୋରୋନା ଲଢେଇରେ ଆଗ ଧାଡିର ଯୋଦ୍ଧା ସଜିଛନ୍ତି ପୋଲିସ କର୍ମଚାରୀ । ହେଲେ ଉତ୍ତରାଖଣ୍ଡରେ 55 ବର୍ଷରୁ ଅଧିକ ପୋଲିସ୍ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ ଡ୍ୟୁଟିରେ ଆଉ ନିୟୋଜିତ କରାଯିବ ନାହିଁ । ବୟସ୍କ ଲୋକଙ୍କ ପ୍ରତି ଅଧିକ ବିପଦ ରହୁଥିବା ହେତୁ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଫ୍ରଣ୍ଟଲାଇନ ଡ୍ୟୁଟିରେ ନିୟୋଜିତ ହେବେନି 55 ବର୍ଷରୁ ଅଧିକ ପୋଲିସ୍ କର୍ମଚାରୀ
ଉତ୍ତରାଖଣ୍ଡରେ 55 ବର୍ଷରୁ ଅଧିକ ପୋଲିସ୍ କର୍ମଚାରୀଙ୍କୁ ଫ୍ରଣ୍ଟଲାଇନ ଡ୍ୟୁଟିରେ ଆଉ ନିୟୋଜିତ କରାଯିବ ନାହିଁ । ବୟସ୍କ ଲୋକଙ୍କ ପ୍ରତି ଅଧିକ ବିପଦ ରହୁଥିବା ହେତୁ ଉତ୍ତରାଖଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ଫ୍ରଣ୍ଟଲାଇନ ଡ୍ୟୁଟିରେ ନିୟୋଜିତ ହେବେନି 55 ବର୍ଷରୁ ଅଧିକ ପୋଲିସ୍ କର୍ମଚାରୀ
ଡିଜି (ଆଇନ ଏବଂ ଅର୍ଡର) ଅଶୋକ କୁମାର କହିଛନ୍ତି ଯେ ଆମେ 55 ବର୍ଷରୁ ଅଧିକ ବୟସର ପୋଲିସ୍ କର୍ମଚାରୀଙ୍କୁ ସେହି ଅଞ୍ଚଳରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛୁ ଯେଉଁଠାରେ ସେମାନେ ଲୋକଙ୍କ ସହ କମ ସଂସ୍ପର୍ଶରେ ଆସିବେ । ସେହି ହିସାବରେ ପୋଲିସ କର୍ମୀଙ୍କୁ ନିୟୋଜିତ କରାଯିବ ।
ତେବେ ବର୍ତ୍ତମାନ ଫ୍ରଣ୍ଟଲାଇନ ଡ୍ୟୁଟିରେ 55 ବର୍ଷରୁ ଅଧିକ 384 ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି ବୋଲି ଡିଜି କହିଛନ୍ତି।