ଡେରାଡୁନ: ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାୱତ ଟ୍ବିଟରେ ଲେଖିଛନ୍ତି, ଆଜି ମୁଁ କୋଭିଡ ପରୀକ୍ଷା କରାଇଥିଲି ଏବଂ ରିପୋର୍ଟ ପଜିଟିଭ ଆସିଛି । ମୋର ସ୍ବାସ୍ଥ୍ୟାବସ୍ଥା ଠିକ ଥିବା ବେଳେ ଏବେ ଆଇସୋଲେସନରେ ରହିବାକୁ ଚାହୁଁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ରାୱତ ।
କୋରୋନାରେ ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ - ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ । ଅଧିକ ପଢନ୍ତୁ...
କୋରୋନାରେ ଆକ୍ରାନ୍ତ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ କିଛି ଦିନରୁ ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ, ସେମାନେ ନିଜକୁ ଆଇସୋଲେଟ କରି କୋଭିଡ ପରୀକ୍ଷ କରାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଉତ୍ତରାଖଣ୍ଡରେ ଗୁରୁବାର କୋରୋନା ଭାଇରସର 620 ମାମଲା ସାମ୍ନାକୁ ଆସିଥିଲା । ତେବେ 9 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । ରାଜ୍ୟରେ ଏବେ 84,689 ଜଣ କୋରୋନାରେ ସଂକ୍ରମିତ ହୋଇସାରିଲେଣି । ସେପଟେ 76,223 ଜଣ ସୁସ୍ଥ ହୋଇସାରିଥିବା ବେଳେ 6062 ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ରହିଛନ୍ତି ।