ଓଡିଶା

odisha

ETV Bharat / bharat

ୟୁପି ମଦ ମୃତ୍ୟୁ ଘଟଣା, ଏସଆଇଟି ତଦନ୍ତ ନିର୍ଦ୍ଦେଶ - HOOCH TRAGEDY

ଉତ୍ତର ପ୍ରଦେଶ ମଦ ମୃତ୍ୟୁ ଘଟଣାର ହେବ ଏସଆଇଟି ତଦନ୍ତ। ମୃତ୍ୟୁ ସଂଖ୍ୟା 97 ଛୁଇଁବା ପରେ ଯୋଗୀ ସରକାର ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ଶାସକ ଦଳ ବିଜେପି ଉପରେ ବିରୋଧୀ ମଧ୍ୟ ଜୋରଦାର ବର୍ଷିଛନ୍ତି।

ଫାଇଲ ଫଟୋ

By

Published : Feb 11, 2019, 11:34 AM IST

ଲକ୍ଷ୍ନୌ: ୟୁପିରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ହେବ ଏସଆଇଟି ତଦନ୍ତ । ରବିବାର ଯୋଗୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ମଦ ମୃତ୍ୟୁ ଘଟଣାରେ ଉଭୟ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ 97 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।

10 ଦିନ ଭିତରେ ତଦନ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ ଏସଆଇଟି ଟିମ୍ । ଅତିରିକ୍ତ ପୋଲିସ ନିର୍ଦ୍ଦେଶକ ସଞ୍ଜୟ ସିଂଘାଲ ଏହି ଟିମର ମୁଖ୍ୟ ଅଛନ୍ତି । ମଦ ମୃତ୍ୟୁ ପଛର କାରଣ ସହିତ ଏପରି କାଣ୍ଡ ପଛରେ କାହାର ହାତ ଅଛି ବୋଲି ମଧ୍ୟ ତଦନ୍ତ କରିବ ଏସଆଇଟି ଟିମ୍ ।

ଏସଆଇଟି ଟିମର ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଦିନରେ ଏପରି ଘଟଣା ଯେମିତି ପୁନରାବୃତି ନହୁଏ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଏସଆଇଟି ଟିମକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

For All Latest Updates

ABOUT THE AUTHOR

...view details