ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ ଲୋକଙ୍କୁ ସାଧାରଣତଃ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ବିଶେଷକରି ଯେଉଁମାନଙ୍କର ଶୁଷ୍କ ଚର୍ମ । ଏହି ଦିନ ମାନଙ୍କରେ ଅନେକ ସମୟରେ ବ୍ରଣ ତ୍ବଚାରେ ହୋଇଥାଏ । ତେବେ ଅଞ୍ଜିର ବା ଫିଗସ ହେଉଛି ଏପରି ଏକ ଜିନିଷ ଯାହାକୁ ବ୍ୟବହାର କରି ଆପଣ କିପରି ନିଜ ଚର୍ମକୁ ସୁସ୍ଥ ରଖିପାରିବେ ।
ଅଞ୍ଜିର ହେଉଛି ଏକ ଅତି ପ୍ରସିଦ୍ଧ ଶୁଖିଲା ଫଳ ଯାହାକି ଅନେକ ସ୍ୱାସ୍ଥ୍ୟ ଉପକାର କରିଥାଏ । ଡାଏଟିସିଆନ ମାନେ ଖାଦ୍ୟରେ ଅଞ୍ଜିର ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦେଇଥାନ୍ତି । ଏହାକୁ କ୍ଷୀରରେ ଭିଜାଇବା କିମ୍ବା ଫୁଟାଯାଇଥିବା ପାଣିରେ ମିଶାଇବା ଭଳି ଅନେକ ଉପାୟରେ ଖାଇ ପାରିବେ । ଲୋକମାନେ ଏହାକୁ ବର୍ଫି ଏବଂ ପେଡା ତିଆରି କରିବା ପାଇଁ ମଧ୍ୟ ବ୍ୟବହାର କରନ୍ତି ।
ଚର୍ମ ପାଇଁ ଅଞ୍ଜିର କିପରି ବ୍ୟବହାର କରିବେ
2ଟି ଅଞ୍ଜିର ନେଇ କ୍ଷୀରରେ ମିଶାନ୍ତୁ । ଏହା ପରେ ଏହାକୁ ନିଜ ମୁହଁରେ ମାଲିସ କରନ୍ତୁ । କିଛି ସମୟ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଏହି ପ୍ରତିକାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ଚମକିବ । ଅଧିକ ଫାଇଦା ପାଇଁ ଆପଣ ଏହାର ଫେସ ପ୍ୟାକ ତିଆରି କରି ନିୟମିତ ବ୍ୟବହାର କରିପାରିବେ । ଏହା ନିଶ୍ଚିତ ଭାବେ ଆପଣଙ୍କ ତ୍ୱଚା ପାଇଁ ଖୁବ ଲାଭଦାୟକ ଅଟେ ।