ଓଡିଶା

odisha

ETV Bharat / bharat

ମେସେଞ୍ଜର ରୁମରୁ ଫେସବୁକ୍ ଲାଇଭ କରିପାରିବେ ୟୁଜର୍ସ

ମେସେଞ୍ଜର ରୁମ ଭିଡିଓ ଆପ୍ ସହ ଫେସବୁକ୍ ଲାଇଭକୁ କନେକ୍ସନ କରାଯିବ ବୋଲି ଫେସବୁକ୍ ପ୍ରକାଶ କରିଛି । ଆପରେ ଗୋଟିଏ ବୋଟନ ସୁବିଧା ରହିବ । ଅଧିକ ପଢନ୍ତୁ...

ମେସେଞ୍ଜର ରୁମରୁ ଫେସବୁକ୍ ଲାଇଭ କରିପାରିବେ ୟୁଜର୍ସ
ମେସେଞ୍ଜର ରୁମରୁ ଫେସବୁକ୍ ଲାଇଭ କରିପାରିବେ ୟୁଜର୍ସ

By

Published : Jul 26, 2020, 6:19 AM IST



କାଲିଫର୍ଣ୍ଣିଆ: ଫେସବୁକ୍ ପକ୍ଷରୁ ମେସେଞ୍ଜର ରୁମ ପାଇଁ ଅନେକ ନୂଆ ଫିଚର ବାହାର କରାଯାଉଛି । ବିଶେଷ କରି ଆପରେ ଅଧିକ ଭର୍ଚୁଆଲ ଫିଚର ଅପଡେଟ୍ କରୁଛି କମ୍ପାନୀ । ଲାଟେଷ୍ଟ ଅପଡେଟ୍ ଭାବେ ଏବେ ୟୁଜର୍ସ ମେସେଞ୍ଜର ରୁମରୁ ଫେସବୁକ୍ ଲାଇଭ କରିପାରିବେ ବୋଲି ଜଣାପଡିଛି ।

ମେସେଞ୍ଜର ରୁମ ଭିଡିଓ ଆପ୍ ସହ ଫେସବୁକ୍ ଲାଇଭକୁ କନେକ୍ସନ କରାଯିବ ବୋଲି ଫେସବୁକ୍ ପ୍ରକାଶ କରିଛି । ଆପରେ ଗୋଟିଏ ବଟନ ସୁବିଧା ରହିବ । ଯାହାକୁ କ୍ଲିକ୍ କଲେ ୟୁଜର୍ସ ସିଧାସଳଖ ଫେସବୁକରେ ଲାଇଭ କରିପାରିବେ । ଜଣେ ଲୋକ ଏଥିରେ 50 ଜଣକୁ ଯୋଡିହେବା ପାଇଁ ନିମନ୍ତ୍ରଣ ଦେଇପାରିବ । ୟୁଜର୍ସ ମଧ୍ୟ କୌଣସି ଲାଇଭ ଶୋରେ ଏଠାରୁ ଭାଗ ନେଇପାରିବେ ।

ମେସେଞ୍ଜର ରୁମରୁ ୱେବିନାର ଅବା ଭର୍ଚୁଆଲ ବୁକ୍ ଆୟୋଜନ ମଧ୍ୟ କରିହେବ । ଥରେ ଲାଇଭ ଷ୍ଟ୍ରିମିଂ ଆରମ୍ଭ ହେଲେ ଏହାକୁ କେଉଁଠାରେ ସେୟାର କରିହେବ ଏବଂ କିଏ ଏହାକୁ ଦେଖିପାରିବେ ସେ ସୁବିଧା ୟୁଜର୍ସଙ୍କୁ ଦିଆଯାଇଛି । ସେମାନେ ମଧ୍ୟ ନିଜ ଲାଇଭ ଷ୍ଟ୍ରିମିଂ ମଝିରୁ କିଛି ଦର୍ଶକଙ୍କୁ ହଟାଇପାରିବେ ଏବଂ ନୂଆ ଦର୍ଶକ ଯୋଡି ପାରିବେ । ପ୍ରଥମେ ଏହା ଅଳ୍ପ କେତେକ ଦେଶରେ ଆରମ୍ଭ ହୋଇଛି । ପ୍ରକାଶ ଥାଉ କି ମହାମାରୀ ଯୋଗୁଁ ଲକଡାଉନ ସମୟରେ ଲୋକଙ୍କ ପାଇଁ ଫେସବୁକ୍ ଏହି ମେସେଞ୍ଜର ଆପ୍ ଲଞ୍ଚ କରିଥିଲା ।

ABOUT THE AUTHOR

...view details