ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ: ଗାଁରେ 12ଟି କୂଅ ଖୋଳିଦେଲେ ଇରା ଗ୍ରାମବାସୀ - ଇରା ଗ୍ରାମବାସୀ

କର୍ଣ୍ଣାଟକର ବଣ୍ଟୱାଲର ଇରା ଗ୍ରାମବାସୀ ଏହି ଲକଡାଉନର ଭରପୂର ଉପଯୋଗ କରିଛନ୍ତି । ଫଳରେ ଗ୍ରାମବାସୀ ଲକଡାଉନ ମଧ୍ୟରେ 12ଟି କୂଅ ଖୋଳିଛନ୍ତି ।

12 well
12ଟି କୂଅ ଖୋଳି ଲକଡାଉନର ଉପଯୋଗ କଲେ ଇରା ଗ୍ରାମବାସୀ

By

Published : May 29, 2020, 1:21 PM IST

ବେଙ୍ଗାଲୁରୁ: କୋରୋନା ମହାମାରୀକୁ ନେଇ ଦେଶରେ ଲକଡାଉନ ଲାଗୁ ହୋଇଛି । ଏହା ମଧ୍ୟରୁ ବହୁ ଲୋକ ଚାକିରୀ ହରାଇଛନ୍ତି । କିନ୍ତୁ କର୍ଣ୍ଣାଟକର ବଣ୍ଟୱାଲର ଇରା ଗ୍ରାମବାସୀ ଏହି ଲକଡାଉନର ଭରପୂର ଉପଯୋଗ କରିଛନ୍ତି । ଫଳରେ ଗ୍ରାମବାସୀ ଲକଡାଉନ ମଧ୍ୟରେ 12ଟି କୂଅ ଖୋଳିଛନ୍ତି ।

ଏହି ଗ୍ରାମରେ ଯେଉଁମାନେ ବେକାରୀ ଥିଲେ ସେମାନଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା ବିଷୟରେ ଅବଗତ କରାଯାଇଥିଲା । ଏହାପରେ ଯେଉଁମାନେ କୂଅ ଖୋଳା କାର୍ଯ୍ୟ କରନ୍ତି ସେମାନଙ୍କ ପାଇଁ ଏକ ପ୍ରୋଜେକ୍ଟ ଗ୍ରାମପଞ୍ଚାୟତ ଘୋଷଣା କରିଥିଲା ।

ଯଦିଓ ଗାଁରେ ଏକ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଛି । କିନ୍ତୁ ଗାଁର ଅନେକ ଲୋକ ପାନୀୟ ଜଳରେ ଆତ୍ମନିର୍ଭରଶୀଳ ହେବାକୁ ଆଗେଇ ଆସିଥିଲେ । ଯାହାର ପ୍ରଭାବରେ ଲୋକ ଲକଡାଉନ ସମୟରେ ଗାଁରେ 12ଟି କୂଳ ଖୋଳିଛନ୍ତି । ବର୍ତ୍ତମାନ ଗ୍ରାମବାସୀମାନେ ଏହି କୂଅର ଜଳ ବ୍ୟବହାର କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details