ଓଡିଶା

odisha

By

Published : Jun 15, 2020, 4:30 PM IST

ETV Bharat / bharat

ଆମେରିକା ଚୀନ ସହ ସଂପର୍କ ରଖିବାକୁ ଆଗ୍ରହୀ ମାତ୍ର ଚୀନ ପୂର୍ବ ଚୁକ୍ତି ଭାଙ୍ଗୁଛି: ଟ୍ରମ୍ପ

ଏବେ ଆମେରିକା ଚୀନ ସହ ସମ୍ପର୍କ ରଖିବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ବେଜିଂ ସରକାର ତାଙ୍କ ପୂର୍ବ ପ୍ରତିଶ୍ରୁତି ଉଲ୍ଲଂଘନ କରୁଛନ୍ତି ବୋଲି ରବିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ଅଧିକ ପଢନ୍ତୁ...

ଆମେରିକା, ଚୀନ ସହ ସଂପର୍କ ରଖିବାକୁ ଆଗ୍ରହୀ, କିନ୍ତୁ ଚୀନ ପୂର୍ବ ଚୁକ୍ତି ଭାଙ୍ଗୁଛି: ଟ୍ରମ୍ପ
ଆମେରିକା, ଚୀନ ସହ ସଂପର୍କ ରଖିବାକୁ ଆଗ୍ରହୀ, କିନ୍ତୁ ଚୀନ ପୂର୍ବ ଚୁକ୍ତି ଭାଙ୍ଗୁଛି: ଟ୍ରମ୍ପ

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ବିବାଦ ଗତ କିଛିଦିନ ହେବ ବିଗିଡିବାରେ ଲାଗିଛି। ଅନେକ ସମୟରେ ଟ୍ରମ୍ପ ଚୀନକୁ କଡା ଭର୍ତ୍ସନା କରିବା ସହ ବିଭିନ୍ନ ଘଟଣା ପାଇଁ ଦାୟୀ କରିଛନ୍ତି। ସବୁଠୁ ବଡ କଥା ହେଉଛି କୋରୋନା ମହାମାରୀର ମୁଖ୍ୟ ଖଳନାୟକ ଭାବେ ଚୀନକୁ ଦୋଷ ଲଦିଛନ୍ତି ଆମେରିକାର ସରକାର। ହେଲେ ଏତେ ସବୁ ବାଦ ବିବାଦ ଭିତରେ ଏବେ ଆମେରିକା ଚୀନ ସହ ସମ୍ପର୍କ ରଖିବାକୁ ଆଗ୍ରହ ପ୍ରକାଶ କରିଛି। କିନ୍ତୁ ବେଜିଂ ସରକାର ତାଙ୍କ ପୂର୍ବ ପ୍ରତିଶ୍ରୁତି ଉଲ୍ଲଂଘନ କରୁଛନ୍ତି ବୋଲି ରବିବାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

ଆମେରିକାର ବୈଦେଶିକ ବିଭାଗ ଟ୍ରମ୍ପଙ୍କ ଉଦ୍ଦେଶ୍ୟରେ କହିଛନ୍ତି, "ଆମେରିକା ଚୀନ୍ ସହ ଭଲ ସମ୍ପର୍କ ଚାହୁଁଛି । କିନ୍ତୁ ସେହି ସମ୍ପର୍କ ହାସଲ କରିବା ଦ୍ବାରା ଆମର ଜାତୀୟ ସ୍ୱାର୍ଥକୁ ରକ୍ଷା କରିବାକୁ ପଡିବ। ଚୀନ୍ ସରକାର ଆମକୁ ତଥା ଅନ୍ୟାନ୍ୟ ଦେଶକୁ ଦେଇଥିବା ପ୍ରତିଶ୍ରୁତିକୁ ଉଲ୍ଲଂଘନ କରୁଛନ୍ତି।"

ନିକଟରେ ଚୀନ୍ ସୁରକ୍ଷା କର୍ମୀଙ୍କ ଦ୍ବାରା ଦେଶ ପ୍ରତି ବଢୁଥିବା ବିପଦଜନକ ପରିସ୍ଥିତିକୁ ଏଡାଇବା ପାଇଁ ଟ୍ରମ୍ପ ସରକାର ଅନେକ ପଦକ୍ଷେପ ଘୋଷଣା କରିଛନ୍ତି। ଚୀନ୍ ସଂସଦ ହଂକଂରେ ଏକ ନୂତନ ଜାତୀୟ ସୁରକ୍ଷା ଆଇନ ଲାଗୁ କରିବାକୁ ପ୍ରସ୍ତାବ ପାରିତ କରିବାର ଗୋଟିଏ ଦିନ ପରେ ଏହା ଆସିଛି।

@ANI

ABOUT THE AUTHOR

...view details