ଓଡିଶା

odisha

ETV Bharat / bharat

ଇରାନ ପ୍ରତି ଶକ୍ତ ହେଲା ଆମେରିକା, ଲଗାଇଲା ଏହି ପ୍ରତିବନ୍ଧକ

ଦିନକୁ ଦିନ ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ବଢିବାରେ ଲାଗିଛି । ଆମେରିକା ଇରାନ ଉପରେ ହାର୍ଡ ହିଟିଂ ପ୍ରତିବନ୍ଧକ ଲଗାଇଛି । ଫଳରେ ଇରାନର ଧାର୍ମିକ ଗୁରୁମାନେ ଅଧିକ ପ୍ରଭାବିତ ହେବେ । ଆମେରିକାରୁ ଆସୁଥିବା ଆର୍ଥିକ ଲାଭ ସେମାନେ ଉଠାଇ ପାରିବେନି ।

By

Published : Jun 25, 2019, 12:33 PM IST

ଫାଇଲ ଫଟୋ

ୱାଶିଂଟନ: ଇରାନ ଓ ଆମେରିକା ମଧ୍ୟରେ ଲାଗି ରହିଥିବା ଅସନ୍ତୋଷ ଏବେ ଚରମ ସୀମାରେ ପହଞ୍ଚିଛି । କଥାରେ ନୁହେଁ ଏବେ ସିଧାସଳଖ ପ୍ରତିବନ୍ଧକ ଲଗାଇ ଇରାନ ପ୍ରତି ଥିବା ଅସନ୍ତୋଷକୁ ଜାହିର କରିଛି ଆମେରିକା । ତେବେ ଇରାନ ଉପରେ ହାର୍ଡ ହିଟିଂ ପ୍ରତିବନ୍ଧକ ଲଗାଇଛି ଆମେରିକା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିର୍ଦ୍ଦେଶ ଦେଇଛନ୍ତି ।

ଟ୍ରମ୍ପଙ୍କ ଏହି ନିର୍ଦ୍ଦେଶ ପରେ ଇରାନରେ ଏକ ପ୍ରକାର ହଇଚଇ ସୃଷ୍ଟି ହୋଇଛି । ହାର୍ଡ ହିଟିଂ ପ୍ରତିବନ୍ଧକ ଲାଗିବା ଫଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବେ ଇରାନ ସର୍ବୋଚ୍ଚ ଧାର୍ମିକ ନେତା ଅୟତୁଲ୍ଲା ଖାମନଇ ଓ ଅନ୍ୟାନ ନେତା । କାରଣ ସେମାନେ ଆମେରିକା ଠାରୁ ଆର୍ଥିକ ସୁବିଧାର ଲାଭ ଉଠାଇ ପାରିବେ ନାହିଁ ।

ଏନେଇ ଗଣମାଧ୍ୟମ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଆମେ ଇରାନ କିମ୍ବା କୌଣସି ଦେଶ ସହ ଯୁଦ୍ଧ କରିବାକୁ ଚାହୁଁନାହୁଁ, କିନ୍ତୁ ଇରାନକୁ ପରମାଣୁ ହତିଆର ନିର୍ମାଣ କରାଇ ଦେବୁନାହିଁ । ତେବେ ଏହି ଆଲୋଚନା ସମୟରେ କେବଳ ଟାର୍ଗେଟ ନୁହେଁ ଇରାନୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ ଟ୍ରମ୍ପ ।

ABOUT THE AUTHOR

...view details