ଓଡିଶା

odisha

ETV Bharat / bharat

WHO କୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇଲେ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନକୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇଛନ୍ତି । ଏନେଇ ମଙ୍ଗଳବାର ସେ ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

ଡବ୍ଲ୍ୟୁଏଚଓକୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇଲେ ଟ୍ରମ୍ପ
ଡବ୍ଲ୍ୟୁଏଚଓକୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇଲେ ଟ୍ରମ୍ପ

By

Published : Apr 15, 2020, 11:09 AM IST

ୱାଶିଂଟନ: ଆମେରିକାରେ ଦିନକୁ ଦନ କୋଭିଡ-19ର ଭୟଙ୍କର ସ୍ଥିତିକୁ ନେଇ ଡବ୍ଲ୍ୟୁଏଚଓ ଉପରେ ଦୋଷ ଲଦୁଛି ଆମେରିକା । ପୂର୍ବରୁ ଡବ୍ୟୁଏଚଓକୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇବାକୁ ଧମକ ଦେଇଥିବା ବେଳେ ଏବେ ଏହା ସତରେ କରି ଦେଖାଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର WHO କୁ ଯୋଗାଉଥିବା ପାଣ୍ଠି ଉପରେ ରୋକ ଲଗାଇବା ନେଇ ଘୋଷଣା କରିଛନ୍ତି ।

ଟ୍ରମ୍ପଙ୍କ କହିବାନୁଯାୟୀ ଡବ୍ଲ୍ୟୁଏଚଓ ଚୀନ ସପକ୍ଷରେ ରହି କୋରୋନା ଭାଇରସର ଭୟାବହତା ଉପରେ ଦୁନିଆକୁ ସତ ଲୁଚାଇଛି ବୋଲି ଅଭିଯୋଗ ଆଣିଛନ୍ତି । ଫଳରେ ଏହାର ପରିଣାମ ଭୋଗୁଛି ବିଶ୍ବ ।

ମହାମାରୀ କୋରୋନାକୁ ରୋକିବାରେ WHO ନିଜର କର୍ତ୍ତବ୍ୟ ପାଳନ କରିନାହିଁ । ଚୀନରେ ବ୍ୟାପୁଥିବା ଏହି ଭାଇରସ ସମ୍ବନ୍ଧରେ ଜାଣିଶୁଣି ତଥ୍ୟ ଲୁଚାଇଛି । ଯଦି ଡବ୍ଲ୍ୟୁଏଚଓ ଚେଷ୍ଟା କରିଥାନ୍ତା ତେବେ କୋରୋନାର ଉତ୍ପତି ସ୍ଥଳରେ ହିଁ ରୋକି ପାରିଥାନ୍ତା । ପର୍ବରୁ ଏହାର ଭୟାବହତା ଉପରେ ଆକଳନ କରି ଯଦି ସଂସ୍ଥା ଚେଷ୍ଟା କରିଥାନ୍ତା ତେବେ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇନଥାନ୍ତା । ଏଠାରେ କହିରଖୁଛୁ ଯେ ଗତବର୍ଷ ଆମେରିକା ଡବ୍ୟୁଏଚଓକୁ 400 ମିଲିଅନ ଡଲାର ପାଣ୍ଠି ଦାନ କରିଥିଲା ।

ତେବେ ପୂର୍ବରୁ ଟ୍ରମ୍ପ ପାଣ୍ଠି ଯୋଗାଣ ରୋକିବାକୁ ଧମକ ଦେଇଥିବା ବେଳେ ଜାତିସଙ୍ଘର ସଚିବ ଆଣ୍ଟୋନିଓ ଗୁଟେରସ କହିଥିଲେ ଯେ, ପାଣ୍ଠି ଯୋଗାଣ ରୋକିବାର ଏହା ସଠିକ ସମୟ ନୁହେଁ । ଡବ୍ଲ୍ୟୁଏଚଓକୁ ସମର୍ଥନ କରିବା ଦରକାର । ଏହି ସମୟରେ ପରସ୍ପର ମଧ୍ୟରେ ଦୋଷାରୋପ ନକରି ଏକଜୁଟ ହୋଇ ଭାଇରସ ବିରୁଦ୍ଧରେ ଲଢିବା ଦରକାର । ଏଠାରେ ସୂଚନା ଥାଉ ଯେ, ଆମେରିକାରେ ଏପର୍ଯ୍ୟନ୍ତ 26 ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 6 ଲକ୍ଷରୁ ଉର୍ଦ୍ଦ୍ବ ଲୋକ କୋଭିଡ-19 ରେ ଆକ୍ରାନ୍ତ ହୋଇଛନ୍ତି ।

@ANI

ABOUT THE AUTHOR

...view details