ଓଡିଶା

odisha

ETV Bharat / bharat

ଲୋକଙ୍କୁ ସଂକ୍ରମିତ କରିବାକୁ ଆମେରିକା ପ୍ରସ୍ତୁତ କରୁଛି ନୂଆ କୋରୋନା ଭୂତାଣୁ

ଲୋକଙ୍କୁ ସଂକ୍ରମିତ କରିବା ପାଇଁ ନୂଆ କୋରୋନା ଭୂତାଣୁ ପ୍ରସ୍ତୁତ କରୁଛି ଆମେରିକା । ଟିକା ପରୀକ୍ଷା ପାଇଁ ବର୍ତ୍ତମାନ ଆମେରିକା ଏକ ନୂଆ କୋରୋନା ଭାଇରସ୍ ପ୍ରସ୍ତୁତ କରୁଛି । ଅଧିକ ପଢନ୍ତୁ...

ଲୋକଙ୍କୁ ସଂକ୍ରମିତ କରିବାକୁ ଆମେରିକା ପ୍ରସ୍ତୁତ କରୁଛି ନୂଆ କୋରୋନା ଭୂତାଣୁ
ଲୋକଙ୍କୁ ସଂକ୍ରମିତ କରିବାକୁ ଆମେରିକା ପ୍ରସ୍ତୁତ କରୁଛି ନୂଆ କୋରୋନା ଭୂତାଣୁ

By

Published : Aug 15, 2020, 10:39 PM IST

ୱାଶିଂଟନ:ଲୋକଙ୍କୁ ସଂକ୍ରମିତ କରିବା ପାଇଁ ନୂଆ କୋରୋନା ଭୂତାଣୁ ପ୍ରସ୍ତୁତ କରୁଛି ଆମେରିକା । ଆମେରିକାରେ କୋରୋନା ଟିକା ପ୍ରଭାବଶାଳୀ କି ନୁହେଁ ତାହା ସ୍ଥିର କରିବାକୁ ଅନେକ ଟିକା ପରୀକ୍ଷା ଚାଲିଛି । କିନ୍ତୁ ବର୍ତ୍ତମାନ ଆମେରିକା ଏକ ନୂଆ କୋରୋନା ଭାଇରସ୍ ପ୍ରସ୍ତୁତ କରୁଛି, ଯାହାକୁ ଟିକାକରଣ ହୋଇଥିବା ସୁସ୍ଥ ସ୍ୱେଚ୍ଛାସେବୀମାନଙ୍କୁ ସଂକ୍ରମିତ କରିବାରେ ବ୍ୟବହାର କରାଯାଇପାରିବ । ତେବେ ହ୍ୟୁମାନ ଚ୍ୟାଲେଞ୍ଜ ପରୀକ୍ଷା ପାଇଁ ଏହି କାମ ଆରମ୍ଭ ହୋଇଛି ବୋଲି ଆମେରିକା ସରକାରଙ୍କ ସ୍ୱାସ୍ଥ୍ୟ ଏଜେନ୍ସି କହିଛି ।

ସ୍ବେଚ୍ଛାସେବୀମାନଙ୍କୁ ସାଧାରଣତଃ ଟିକା ପରୀକ୍ଷା ମାଧ୍ୟମରେ ଏକ ଡୋଜ୍ ଦିଆଯାଏ ଏବଂ ତାପରେ ସେମାନଙ୍କ ମଧ୍ୟରୁ କେତେକ ନିଜେ ଭୂତାଣୁ ସଂସ୍ପର୍ଶରେ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି । ଯେଉଁମାନେ ଭୂତାଣୁ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ଶରୀର ଉପରେ ଏହାର ପ୍ରଭାବ ବିଶ୍ଳେଷଣ କରାଯାଇଥାଏ । ଯଦି ବ୍ୟକ୍ତି ଜଣକ ଅସୁସ୍ଥ ନହୁଅନ୍ତି ତେବେ ଟିକାକୁ ସଫଳ ବୋଲି ବିବେଚନା କରାଯାଇପାରେ । ଯେହେତୁ ଏପର୍ଯ୍ୟନ୍ତ କୋରୋନା ରୋଗର କୌଣସି ଉପଶମ ନାହିଁ, ସେଥିପାଇଁ ମାନବ ଚ୍ୟାଲେଞ୍ଜ ପରୀକ୍ଷା ବିପଜ୍ଜନକ ବୋଲି ବିବେଚନା କରାଯାଏ । କିନ୍ତୁ ଯଦି ବୈଜ୍ଞାନିକମାନେ କୋରୋନା ଭାଇରସ୍ ଷ୍ଟ୍ରେନ୍ ସୃଷ୍ଟି କରନ୍ତି ଯାହା ମୂଳ ଭୂତାଣୁ ଅପେକ୍ଷା କମ୍ ବିପଜ୍ଜନକ, ତେବେ ପରୀକ୍ଷା ସହଜ ହୋଇପାରେ ।

ଜନ ହପକିନ୍ସ ବ୍ଲୁମବର୍ଗ ସ୍କୁଲ ଅଫ୍ ପବ୍ଲିକ୍ ହେଲ୍ଥର ଟିକା ଅନୁସନ୍ଧାନକାରୀ ଆନ୍ନା ଡର୍ବିନ୍ କହିଛନ୍ତି ଯେ, ହ୍ୟମାନ ଚ୍ୟାଲେଞ୍ଜ୍ ଟ୍ରାଏଲ ଆରମ୍ଭ କରିବାକୁ 9 ରୁ 12 ମାସ ସମୟ ଲାଗିପାରେ ଏବଂ ତା’ପରେ ଫଳାଫଳ ଦାଖଲ କରିବାକୁ 6 ମାସ ସମୟ ଲାଗିବ।

ABOUT THE AUTHOR

...view details