ଓଡିଶା

odisha

ETV Bharat / bharat

ଚୀନକୁ ଚେକ୍ ଦେବାକୁ ଭାରତ ପଛରେ ସବୁବେଳେ ଠିଆ ହେବୁ: ଆମେରିକା

ଚୀନ ପ୍ରସଙ୍ଗରେ ସବୁବେଳେ ଆମେ ଭାରତ ପଛରେ ଠିଆ ହେବୁ । ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ ଏହା କହିଛନ୍ତି । ଅଧିକ ପଢନ୍ତୁ...

ଚୀନ ସହ ସଂଘର୍ଷରେ ଭାରତ ସହ ଛିଡ଼ା ହେବ ଆମେରିକା ସେନା: ୟୁଏସ୍
ଚୀନ ସହ ସଂଘର୍ଷରେ ଭାରତ ସହ ଛିଡ଼ା ହେବ ଆମେରିକା ସେନା: ୟୁଏସ୍

By

Published : Jul 7, 2020, 6:43 PM IST

ୱାଶିଂଟନ୍: ନୂଆଦିଲ୍ଲୀକୁ ଓ୍ବାଶିଂଟନର ଜବରଦସ୍ତ ସମର୍ଥନ । ଚୀନ ପ୍ରସଙ୍ଗରେ ଆମେରିକା ସବୁବେଳେ ଭାରତ ପଛରେ ଠିଆ ହୋଇଛି । ଚୀନକୁ ଚେକ ଦେବାକୁ ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ସବୁ ସମୟରେ ଭାରତକୁ ସହାୟତା ଯୋଗାଇବ । ମଙ୍ଗଳବାର ଆମେରିକା ପକ୍ଷରୁ ଏହା କୁହାଯାଇଛି । ଭାରତ-ଚୀନ ସୀମା ବିବାଦ ପରେ, ପୂର୍ବ ଲଦାଖ ଗଲଓ୍ବାନ ଘାଟିରେ ଦୁଇ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟି 20 ଭାରତୀୟ ଯବାନ ଶହୀଦ ହୋଇଥିବା ବେଳେ ଚୀନର ମଧ୍ୟ ଅନେକ ଯବାନ ନିହତ ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ମଙ୍ଗଳବାର ହ୍ବାଇଟ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଆମେ (ପ୍ରତିରକ୍ଷା ବିଭାଗ) ସବୁବେଳେ ଚୀନ ମାମଲାରେ ଭାରତକୁ ସମର୍ଥନ ଯୋଗାଇବୁ । ଚୀନ୍ କିମ୍ବା ଅନ୍ୟ କାହାକୁ ସବୁଠାରୁ ଶକ୍ତିଶାଳୀ କିମ୍ବା ପ୍ରଭାବଶାଳୀ ଶକ୍ତି ଭାବରେ ଆମ ଉପରେ ହୁକୁମ ଜାହିର କରିବାକୁ ଦେବୁନୁ ବୋଲି ହ୍ବାଇଟ ହାଉସର ମୁଖ୍ୟ ଷ୍ଟାଫ୍ ମାର୍କ ମିଡୋଜ୍ କହିଛନ୍ତି ।

ଏବେ ଚୀନ୍ ସେନା ସୋମବାର ଦିନ ଗଲୱାନ୍ ଭ୍ୟାଲି ଏବଂ ଗୋଗ୍ରା ହଟ୍ ସ୍ପ୍ରିଙ୍ଗରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବା ଆରମ୍ଭ କରିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ରବିବାର ଦିନ ଟେଲିଫୋନରେ କଥା ହୋଇଥିଲେ ଯେଉଁଥିରେ ସେମାନେ ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ରୁ ସେନା ଶୀଘ୍ର ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି।

ABOUT THE AUTHOR

...view details