ଓଡିଶା

odisha

By

Published : Jul 22, 2020, 9:34 PM IST

ETV Bharat / bharat

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-7 ସମ୍ମିଳନୀକୁ ନିମନ୍ତ୍ରଣ କଲା ଆମେରିକା

ଇଣ୍ଡିଆ ଆଇଡିଆସ ସମିଟରେ ଆମେରିକା ବୈଦେଶିକମନ୍ତ୍ରୀ ମାଇକ ପୋମ୍ପିଓଙ୍କ ଘୋଷଣା । ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ଆଗାମୀ ଜି-7 ସମ୍ମିଳନୀକୁ ନିମନ୍ତ୍ରଣ କରିଛି ଆମେରିକା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-7 ସମ୍ମିଳନୀକୁ ନିମନ୍ତ୍ରଣ କଲା ଆମେରିକା
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜି-7 ସମ୍ମିଳନୀକୁ ନିମନ୍ତ୍ରଣ କଲା ଆମେରିକା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଗାମୀ ଜି-7 ସମ୍ମିଳନୀକୁ ନିମନ୍ତ୍ରଣ କରିଛି ଆମେରିକା । ଏନେଇ ସୂଚନା ଇଣ୍ଡିଆ ଆଇଡିଆସ ସମିଟରେ ସୂଚନା ଦେଇଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ । ଏହା ଭାରତ ଓ ଆମେରିକା ସମ୍ପର୍କର ନୂଆ ଯୁଗ ବୋଲି କହିଛନ୍ତି ପୋମ୍ପିଓ ।

ମାଇକ କହିଛନ୍ତି ଯେ ଭାରତର ସୁରକ୍ଷା ପ୍ରତି ଆଗାରୁ କେବେ ବି ଏତେ ସମର୍ଥନ ଦେଇନଥିଲା ଆମେରିକା । ତେବେ ଆଗାମୀ ଦିନରେ ଚୀନର କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଭାରତ ଓ ଆମେରିକାର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ପଡିବ ।

ସେହିପରି ଗଲଓ୍ବାଲ ଘାଟିରେ ଚୀନ ସେନାର ଆକ୍ରମଣରେ 20 ଭାରତୀୟ ଯବାନଙ୍କ ପ୍ରଣବଳୀକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ । ସେ କହିଛନ୍ତି ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଭାରତ ଓ ଆମେରିକାର ବନ୍ଧୁତ୍ବ ସବୁଠୁ ଗୁରୁତ୍ବପୂର୍ଣ୍ଣ । ଆମେ ଦୁହେଁ ଶ୍ରେଷ୍ଠ ଗଣତାନ୍ତ୍ରିକ ଦେଶ ସହ ବିଶ୍ବ ଶକ୍ତି । ଏହାସହ 59ଟି ଚୀନ ଆପଲିକେସନ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ଭାରତକୁ ପ୍ରଶଂସା କରିଛନ୍ତି ମାଇକ ।

ABOUT THE AUTHOR

...view details