ଦୋହା: ଆମେରିକା-ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ 48 ଘଣ୍ଟା ନପୁରୁଣୁ ଏହା ଉପରେ ସଙ୍କଟର ବାଦଲ ଦେଖାଦେଇଛି । କିଛି ଦିନ ମଧ୍ୟରେ ପରିସ୍ଥିତି ଏତେ ବିଗିଡିଛି ଯେ ଆମେରିକାକୁ ତାଲିବାନ ଉପରେ ଏୟାରଷ୍ଟ୍ରାଇକ କରିବାକୁ ପଡିଛି । ବୁଧବାର ଆମେରିକା ସେନା ପକ୍ଷରୁ ଆଫଗାନିସ୍ତାନର ହେଲମଣ୍ଡ ପ୍ରାନ୍ତରେ ଏୟାରଷ୍ଟ୍ରାଇକ କରାଯାଇଛି । ଏହି ପ୍ରାନ୍ତରେ ତାଲିବାନର ଶିବିର ରହିଥିବା ଜଣା ପଡିଛି । ତେବେ ଆମେରିକା ନିଜକୁ ରକ୍ଷା କରିବା ପାଇଁ ତାଲିବାନ ଉପରେ ଏହି ଏୟାରଷ୍ଟ୍ରାଇକ କରିଥିବା ସୂଚନା ମିଳିଛି ।
ଗତ 29 ତାରିଖରେ ଆମେରିକା-ତାଲିବାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତି ପରେ ମଙ୍ଗଳବାର ମଧ୍ୟରାତ୍ରିରେ ତାଲିବାନ ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲା । ଏଥିରେ ପ୍ରାୟ ୨୦ ଜଣ ଆଫଗାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଆମେରିକା ତାଲିବାନ ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଗତ 11 ଦିନ ମଧ୍ୟରେ ତାଲିବାନ ଉପରେ ଆମେରିକାର ଏହା ପ୍ରଥମ ଏୟାର ଷ୍ଟ୍ରାଇକ ଥିଲା ବୋଲି ଆମେରିକା ସେନାର ମୁଖପାତ୍ର ସୂଚନା ଦେଇଛନ୍ତି ।