ଓଡିଶା

odisha

ETV Bharat / bharat

କୋଭିଡ ଚିକିତ୍ସା ଲାଗି ମ୍ୟାଲେରିଆ ପ୍ରତିରୋଧ ଔଷଧ: ୟୁଏସ ଏଫଡିଏର ସତର୍କତା ଜାରୀ

କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ଏହି ଜାତୀୟ ମେଡିସିନର ସଫଳ ଏବଂ ନିରାପଦ ବ୍ୟବହାର ସମ୍ବନ୍ଧରେ କୌଣସି ପ୍ରାମଣିକ ତଥ୍ୟ ମିଳି ନାହିଁ। କିନ୍ତୁ କ୍ଲିନିକାଲ ଟ୍ରାଏଲ ଚାଲିଛି ଏବଂ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ଏହି ଔଷଧର ଫଳପ୍ରଦ ଚିକିତ୍ସା ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅତିରିକ୍ତ କ୍ଲିକିକାଲ ଟ୍ରାଏଲ ପାଇଁ ଚିନ୍ତା କରାଯାଇଛି।

COVID-19, corona treatment, antimalarial drugs for corona treatment, US FDA, କୋରୋନା ଚିକିତ୍ସା, କୋରୋନା ପାଇଁ ମ୍ୟାଲେରିଆ ପ୍ରତିଷେଧକ, ୟୁଏସ ଏଫଡିଏ, କୋଭିଡ-19
କୋଭିଡ ଚିକିତ୍ସା ଲାଗି ମ୍ୟାଲେରିଆ ପ୍ରତିରୋଧ ଔଷଧ: ୟୁଏସ ଏଫଡିଏର ସତର୍କତା ଜାରୀ

By

Published : Apr 27, 2020, 7:02 PM IST

ଯୁକ୍ତରାଷ୍ଟ୍ର ଆମେରିକା ଡ୍ରଗ ପ୍ରଶାସନ (ୟୁଏସଡିଏ) କୋଭିଡ-୧୯ ଚିକିତ୍ସା ଲାଗି ମ୍ୟାଲେରିଆ ପ୍ରତିକାର ପାଇଁ ଦିଆଯାଉଥିବା ଔଷଧର ବ୍ୟବହାର ସମ୍ବନ୍ଧରେ ସତର୍କତା ଜାରି କରିଛନ୍ତି। ଏକ ନିରାପତ୍ତା ବାର୍ତ୍ତାରେ ୟୁଏସଏଫଡିଏ ମ୍ୟାଲେରିଆ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ଵିନ ଏବଂ କ୍ଲୋରୋକ୍ଵିନ ବ୍ୟବହାର ହେତୁ ଉପୁଜୁଥିବା ସାଧାରଣ ପାର୍ଶ୍ବ ପ୍ରତିକ୍ରିୟା ବାବଦରେ ସତର୍କ ସୂଚନା ଦେଇଛନ୍ତି।

ଏଠାରେ ଉଲ୍ଳେଖଯୋଗ୍ୟ ଯେ, ଏହି ଔଷଧ ସବୁ ମ୍ୟାଲେରିଆ ରୋଗର ଚିକିତ୍ସା ଲାଗି ୟୁଏସଡିଏର ଅନୁମୋଦନ ଲାଭ କରିଛନ୍ତି। ଏହା ବ୍ୟତିରେକ ହାଇଡ୍ରୋକ୍ସିକ୍ଲୋରୋକ୍ଵିନ ସଲଫେଟ ଲୁପସ ଏବଂ ଅର୍ଥ୍ରାଇଟିସ ରିଉମାଟେଏଡ ଚିକିତ୍ସା ପାଇଁ ମଧ୍ୟ ଏଫଡିଏ ଅନୁମୋଦନ କରିଛନ୍ତି। କିନ୍ତୁ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ହାଇଡ୍ରୋକ୍ସିକ୍ଲୋରୋକ୍ଵିନ ବ୍ୟବହାରକୁ ଏଫଡିଏ ଅନୁମୋଦନ କରି ନାହାନ୍ତି।

ଏଫଡିଏ କମିଶନର ଷ୍ଟିଫେନ ଏମ ହାନ କହିଛନ୍ତି ଯେ ‘ସ୍ଵାସ୍ଥ୍ୟସେବାରେ ନିୟୋଜିତ ଡାକ୍ତରମାନେ ସେମାନଙ୍କ ରୋଗୀଙ୍କୁ ବଞ୍ଚାଇବା ଲାଗି ସବୁ ପ୍ରକାର ବିକଳ୍ପକୁ ବ୍ୟବହାର କରିବାକୁ ଚାହାନ୍ତି କିନ୍ତୁ ଆମେ ସେମାନଙ୍କ ଉପଯୁକ୍ତ ଡାକ୍ତରୀ ନିଷ୍ପତ୍ତି ନେବାରେ ସହାୟକ ହେବା ଲାଗି ଯଥୋଚିତ ସୂଚନା ନିଶ୍ଚିତ କରିବା ଲାଗି ସବୁବେଳେ ଚାହିଁଥାଉ।’

ସେ ଏହା ମଧ୍ୟ କହିଛନ୍ତି ଯେ, ଯେତେବଳେ ଏହି ପ୍ରକାର ଔଷଧ ପ୍ରୟୋଗ କରି କୋଭିଡ-୧୯ ରୋଗୀଙ୍କୁ ସୁସ୍ଥ କରିବା ପାଇଁ କ୍ଲିନିକାଲ ପ୍ରଚେଷ୍ଟା ଚାଲିଛି କିନ୍ତୁ ଏହା ମଧ୍ୟ ଆମେ ଭୁଲିବା ଉଚିତ ନୁହେଁ ଯେ, ଏହି ପ୍ରକାର ଔଷଧ ବ୍ୟବହାରର ଅନେକ ଜଣାଶୁଣା ପାର୍ଶ୍ବ ପ୍ରତିକ୍ରିୟା ରହିଛି।

ଏପରିକି କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ଏହି ଜାତୀୟ ମେଡିସିନର ସଫଳ ଏବଂ ନିରାପଦ ବ୍ୟବହାର ସମ୍ବନ୍ଧରେ କୌଣସି ପ୍ରାମଣିକ ତଥ୍ୟ ମିଳି ନାହିଁ। କିନ୍ତୁ କ୍ଲିନିକାଲ ଟ୍ରାଏଲ ଚାଲିଛି ଏବଂ କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ଏହି ଔଷଧର ଫଳପ୍ରଦ ଚିକିତ୍ସା ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଅତିରିକ୍ତ କ୍ଲିକିକାଲ ଟ୍ରାଏଲ ପାଇଁ ଚିନ୍ତା କରାଯାଇଛି।

ଥରେ ଏଫଡିଏଙ୍କ ଅନୁମୋଦନ ପରେ ଡାକ୍ତରମାନେ ଚିକିତ୍ସା ଲାଗି ଏହି ପ୍ରକାର ଔଷଧ ପରାମର୍ଶ ଦେଇଥାଆନ୍ତି। ହେଲେ କୌଣସି ଅଣସ୍ଵୀକୃତିପ୍ରାପ୍ତ ଚିକିତ୍ସା ଲାଗି ଏହି ଔଷଧର ବ୍ୟବହାର ପାଇଁ ଏହି ପ୍ରକାର ନିଷ୍ପତ୍ତି ନେବା ପୂର୍ବରୁ ସମ୍ପୃକ୍ତ ଔଷଧ ବ୍ୟବହାର ଦ୍ଵାରା ରୋଗୀ ଉପରେ ପଡ଼ିବାକୁ ଥିବା ପ୍ରଭାବ ଓ କୁପ୍ରଭାବ ବିଷୟରେ ଜ୍ଞାନ ସଂଗ୍ରହ କରାଯିବା ଆବଶ୍ୟକ। ଏହି ସମୟରେ ମଧ୍ୟ ଡାକ୍ତରମାନଙ୍କୁ ଏହା ମନେ ରଖିବାକୁ ହେବ ଯେ, ଏଫଡିଏ ଏହି ଔଷଧର ପ୍ରୟୋଗ ନିରାପତ୍ତା ଓ ପ୍ରତିକ୍ରିୟା ବାବଦରେ କୌଣସି ତଥ୍ୟ ଜାରି କରି ନାହାନ୍ତି।

ଏଥିଲାଗି ଡାକ୍ତରମାନେ ଏହି ପ୍ରକାର ଔଷଧ ଦେବା ପୂର୍ବରୁ ସମ୍ପୃକ୍ତ ଔଷଧର ବ୍ୟବହାର ଏବଂ ସେ ବାବଦରେ ଉପୁଜିବାକୁ ଥିବା ପାର୍ଶ୍ଵ ପ୍ରତିକ୍ରିୟା ବାବଦରେ ଅବଗତ ରହିବା ଦରକାର। ଏପରିକି ଔଷଧର ଲେବଲ ଉପରେ ଦିଆଯାଇଥିବା ସତର୍କ ସୂଚନା ଅନୁସାରେ ରୋଗୀର ଜୀବନ, ହୃଦ୍‌ସ୍ପନ୍ଦନ ସମସ୍ୟା ବାବଦରେ ସଚେତନ ରହିବା ଦରକାର।

ଏହା ଉଲ୍ଲେଖ କରିବା ଗୁରୁତ୍ଵପୂର୍ଣ୍ଣ ଯେ, ଏଫଡିଏ ହେଉଛି ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ସ୍ଵାସ୍ଥ୍ୟ ଓ ମାନବ ସେବା ବିଭାଗର ଏକ ସଂସ୍ଥା । ଏହି ସଂସ୍ଥା ଉଭୟ ପ୍ରାଣୀ ଓ ମଣିଷ ଶରୀରରେ କୌଣସ ଔଷଧ, ଟୀକା ଅନ୍ୟ ଜୈବିକ ଉତ୍ପାଦ ବ୍ୟବହାର ସମ୍ପର୍କରେ ଆବଶ୍ୟକ ନିରାପତ୍ତା ଏବଂ ପ୍ରଭାବ ସମ୍ପର୍କୀୟ ସୂଚନା ଜାରି କରିଥାଏ।

ABOUT THE AUTHOR

...view details