ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରସଙ୍ଗରେ ପୂର୍ବରୁ କିଛି ଜାଣି ନଥିଲା ଆମେରିକା । ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତ ଆମେରିକାଠାରୁ ପରାମର୍ଶ ଲୋଡିନଥିଲା । ଏପରିକି ଭାରତ ଆମେରିକାକୁ ସୂଚିତ ମଧ୍ୟ କରିନଥିଲା ବୋଲି ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଧାରା 370 ଉଚ୍ଛେଦ ପ୍ରସଙ୍ଗ; ପୂର୍ବରୁ ଜାଣି ନଥିଲା ଆମେରିକା - ଭାରତ
ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପୂର୍ବରୁ ଭାରତ ଆମେରିକାଠାରୁ ପରାମର୍ଶ ଲୋଡିନଥିଲା । ଭାରତ ଆମେରିକାକୁ ସୂଚିତ ମଧ୍ୟ କରିନଥିଲା ।
ଆମେରିକା ଦକ୍ଷିଣ କେନ୍ଦ୍ର ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏନେଇ ଏକ ଟ୍ବିଟ କରାଯାଇଛି । ଏଥିରେ ସ୍ପଷ୍ଟ ଭାବରେ ଦର୍ଶାଯାଇଛି, ଭାରତ ସରକାର ଜମ୍ମୁ-କାଶ୍ମୀରକୁ ମିଳୁଥିବା ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ରଦ୍ଦ କରିବା ପୂର୍ବରୁ ଆମେରିକା ସରକାରଙ୍କଠାରୁ ପରାମର୍ଶ ଲୋଡିନଥିଲା କିମ୍ବା କୌଣସି ପ୍ରକାର ସୂଚନା ଦେଇନଥିଲେ ।
ସୂଚନାଯୋଗ୍ୟ, ଜମ୍ମୁ-କାଶ୍ମୀର ସମ୍ବନ୍ଧୀୟ ସୂଚନା ଆମେରିକାକୁ ପୂର୍ବରୁ ଜଣାଥିବା ସୋମବାର ଗଣମାଧ୍ୟମରେ ଦାବି କରାଯାଇଥିଲା । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିଜ ଆମେରିକୀୟ ସମକକ୍ଷ ଜନ୍ ବୋଲ୍ଟନଙ୍କୁ ଏନେଇ ଫେବୃଆରୀରେ ସୂଚନା ଦେଇଥିବା ଗଣମାଧ୍ୟମରେ ଦର୍ଶାଯାଇଥିଲା । ଯାହାକୁ ଆଜି ଖଣ୍ଡନ କରିଛି ଆମେରିକା ।