ଓଡିଶା

odisha

ETV Bharat / bharat

କୋଭିଡ୍ ମୁକାବିଲା ପାଇଁ ନାହିଁ ମ୍ୟାଜିକ୍ ବୁଲେଟ୍, ଆଗାମୀ 2 ସପ୍ତାହ ଆମେରିକା ପାଇଁ ଗୁରୁତ୍ବପୂର୍ଣ୍ଣ ; ଟ୍ରମ୍ଫ

262 ନିୟୁତରୁ ଅଧିକ ଆମେରିକୀୟଙ୍କୁ ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ଘରେ ରହିବାକୁ ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ଫ। କାରଣ ଆଗାମୀ 2 ସପ୍ତାହ ଆମେରିକା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ। ଅଧିକ ଖବର ପଢନ୍ତୁ...

By

Published : Apr 1, 2020, 11:57 AM IST

US coronavirus death
ଚିତ୍ତାକର୍ଷକ ହ୍ବାଇଟ ହାଉସର ମୂହୁର୍ତ୍ତରେ ଏହା ଏକ ନିଷ୍ଠୁର ସପ୍ତାହ; ଟ୍ରମ୍ଫ

ୱାସିଂଟନ: ଆମେରିକାକୁ କଲବଲ କରୁଛି କୋରୋନା। ଦେଶରେ ଅଣାୟତ ସ୍ଥିତିରେ ରହିଛି ଏହି ମହାମାରୀ। ତେବେ ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 865 ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ସୁଦ୍ଧା ଆମେରିକାରେ କୋରୋନା ମୃତ୍ୟୁସଂଖ୍ୟା 3,008 ଥିବା ବେଳେ ଆଜି ଏହା 3,873ରେ ପହଞ୍ଚିଛି।

ତେବେ ଆଜି 262 ନିୟୁତରୁ ଅଧିକ ଆମେରିକୀୟ ବର୍ତ୍ତମାନର ଏହି ଘଡିସନ୍ଧି ମୁହୁର୍ତ୍ତରେ ଘରେ ରହିବାକୁ ଆଦେଶ ଦେଇଛନ୍ତି ରାଷ୍ଟ୍ରପତି ଟ୍ରମ୍ଫ। ଯାହାଫଳରେ ଆମେରିକାର ଜନସଂଖ୍ୟାର 80% ରୁ ଅଧିକ ଜନସଂଖ୍ୟା ଘରେ ଅଛନ୍ତି।

ଯୁକ୍ତରାଷ୍ଟ୍ରରେ ବର୍ତ୍ତମାନ 188,172 ଟି କୋରୋନା ମାମଲା ରହିଛି। ଯାହାକି ଇଟାଲୀ, ସ୍ପେନ୍ ଏବଂ ଚୀନର ଆକ୍ରାନ୍ତଙ୍କ ଠାରୁ ସର୍ବାଧିକ ରହିଛି। ଦେଶର ଏଭଳି ପରିସ୍ଥିତିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶେଷରେ ଆମେରିକାର ସହ କୋରୋନା ଭାଇରସ୍ ମହାମାରୀର ନିରାଶାଜନକ ବାସ୍ତବତା ବିଷୟରେ କହିଛନ୍ତି । କୋରୋନା ମୁକାବିଲା ପାଇଁ ହ୍ବାଇଟ ହାଉସ ପକ୍ଷରୁ ଗଠିତ୍ ଟାକ୍ସ ଫୋର୍ସ ରିପୋର୍ଟ ମୁତାବକ ଏହି ମହାମାରୀରେ 1 ଲକ୍ଷରୁ 2 ଲକ୍ଷ 40 ହଜାର ଆମେରିକା ବାସୀଙ୍କ ଜୀବନ ନେଇପାରେ।

ଏହାସହ ଆଗାମୀ 2 ସପ୍ତାହ ଆମେରିକାରର ଅର୍ଥ ବ୍ୟବସ୍ଥା ଓ ଦେଶର ଭବିଷ୍ୟତ ପାଇଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏପରିକି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଆମେରିକା ଏପରି ସଙ୍କଟରେ ପଡିନଥିଲା । ଏହା ଆଧୁନିକ ଇତିହାସର ଏକ ଚିତ୍ତାକର୍ଷକ ହ୍ବାଇଟ ହାଉସର ମୂହୁର୍ତ୍ତରେ ଆସି ପହଞ୍ଚିବାକୁ ପଢିଛି ଏକ ନିଷ୍ଠୁର ସପ୍ତାହ ବୋଲି ଚେତାବନୀ ଦେଇଛନ୍ତି ଟ୍ରମ୍ଫ ।

ABOUT THE AUTHOR

...view details